ଦେଶରେ ପ୍ରଚଳିତ ହେବ ୱାନ ନେସନ ୱାନ ଚାର୍ଜର ନିୟମ , ଜାଣନ୍ତୁ କଣ ରହିଛି ସେହି ନିୟମ :-

ମୋବାଇଲ ପାଇଁ ଏବଂ ଅନ୍ୟାନ୍ୟ ଡିଭାଇସ ପାଇଁ ଏକ ବଡ଼ ଯୋଜନା କେନ୍ଦ୍ର ସରକାର ପ୍ରଣୟନ କରିବାକୁ ଯାଉଛନ୍ତି । ଯାହାକୁ ୱାନ ନେସନ ୱାନ ଚାର୍ଜର ଯୋଜନା ବୋଲି କୁହାଯାଉଛି । ତେବେ ଏହା ଚାର୍ଜର ଯୋଗାଇ ଦେବା ପାଇଁ ନୁହେଁ । ତଥାପି ଏହା ଦେଶ ବାସୀଙ୍କୁ ଆଶ୍ୱସ୍ତି ଦେବ । କାରଣ ବର୍ତ୍ତମାନ ଆଉ ମୋବାଇଲ ଲାପଟପକୁ ଚାର୍ଜ କରିବା ପାଇଁ ଭିନ୍ନ ଭିନ୍ନ ଚାର୍ଜର ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । ଅର୍ଥାତ କେନ୍ଦ୍ର ସରକାରଙ୍କର ଏହି ୱାନ ନେସନ ୱାନ ଚାର୍ଜର ଯୋଜନା ଅନୁଯାୟୀ ସମସ୍ତ ପ୍ରକାରର ଡିଭାଇସ ପାଇଁ ଗୋଟିଏ ଚାର୍ଜର ହିଁ ରହିବ ।

ଯାହାଦ୍ୱାରା ଘରର ସମସ୍ତଙ୍କ ମୋବାଇଲ ଗୋଟିଏ ଚାର୍ଜରରେ ହୋଇ ପାରିବ । ବର୍ତ୍ତମାନ ସମୟରେ ଅନେକ ସ୍କାର୍ଟ ଫୋନ କମ୍ପାନୀ ନିଜ ଫୋନ ସହିତ ଚାର୍ଜର ଦେଇଥାନ୍ତି । ମାତ୍ର ଆଉ କିଛି କମ୍ପାନୀ ଚାର୍ଜର ଦିଅନ୍ତି ନାହିଁ । ତେବେ କିଛି କମ୍ପାନୀ ଶୀଘ୍ର ଚାର୍ଜ ହେବା ପାଇଁ ଫାଷ୍ଟ ଚାର୍ଜିଂ ୟୁଏସବି ଟାଇପ ଏ କିମ୍ବା ୟୁଏସବି ଟାଇପ ସି ପ୍ରଦାନ କରିଥାନ୍ତି । ଯେଉଁଠି ଆପଲ ବ୍ରାଣ୍ଡର ଫୋନ ପାଇଁ ଆପଲ କମ୍ପାନୀ Lightning charger ପ୍ଲଟ ଦେଇଥାଏ । ମାତ୍ର ଅନ୍ୟ ସମସ୍ତ କମ୍ପାନୀ ଯେମିତିକି Xiomi , Realme , Vivo , Oneplus , Motrola ଏଭଳି କମ୍ପାନୀ ୟୁଏସବି ଟାଇପ ସି ଚାର୍ଜର ପ୍ରଦାନ କରିଥାଏ ।

ତେବେ ବର୍ତ୍ତମାନ ସମୟରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ ଅନେକ ଦେଶ ୟୁଏସବି ଟାଇପ ସି ଚାର୍ଜର ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି । ପୁଣି ଯଦି ଭାରତ ବି ଏହି ଯୋଜନାକୁ କାର୍ଯ୍ୟକାରୀ କରେ ତେବେ ଆପଲ କମ୍ପାନୀ ମଧ୍ୟ ୟୁଏସବି ଟାଇପ ସୀ ପୋର୍ଟ ପ୍ରଚଳନ କରିବାକୁ ବାଧ୍ୟ ହେବେ । ଏହାଦ୍ବାରା ଅନେକ ସୁବିଧା ଗ୍ରାହକଙ୍କୁ ପ୍ରାପ୍ତ ହେବ । ୨୦୨୪ ସୁଦ୍ଧା ଆପଲ ଫୋନରେ ଏହି ଚାର୍ଜର ସୁବିଧା ଉପଲବ୍ଧ ହେବ ବୋଲି ଆଶଙ୍କା କରାଯାଇଛି ।

ତେବେ ଏହା କରିବା ଦ୍ୱାରା କେବେଳ ଗୋଟିଏ ୟୁଏସବି ଫାଷ୍ଟ ଚାର୍ଜିଂ ପୋର୍ଟ ଦ୍ୱାରା ସବୁ ଡିଭାଇସ ଚାର୍ଜ ହୋଇ ପାରିବ । ଯାହାଦ୍ୱାରା ଭିନ୍ନ ଭିନ୍ନ ଚାର୍ଜର ସମସ୍ୟା ରହିବ ନାହିଁ । ପୁଣି ଖର୍ଚ୍ଚ ମଧ୍ୟ କମ ହେବ । ତେଣୁ ଏହା ଦ୍ୱାରା ଲୋକେ ଟିକିଏ ଆଶ୍ୱସ୍ତି ଅନୁଭବ କରିବେ ବୋଲି ଆଶା କରାଯାଉଛି । କାରଣ କେନ୍ଦ୍ର ସରକାରଙ୍କର ଏହି ୱାନ ନେସନ ୱାନ ଚାର୍ଜର ଯୋଜନା ଦ୍ୱାରା ଚାର୍ଜର ପାଇଁ ଅତିରିକ୍ତ ଚାର୍ଜର ଖର୍ଚ୍ଚ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *