ପାଣିରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ଭାକୁର ମାଛ : ଦେଖନ୍ତୁ ଭିଡ଼ିଓ

ଦର୍ଶକ ବନ୍ଧୁ ପାଣିରେ ଭାସୁଛନ୍ତି କେବଳ ଭାକୁର ଆଉ ରୋହି ମାଛ। ଗୋଟିଏ କି ଦୁଇଟି ନୁହେଁ ବଂର କୁଇଣ୍ଟାଲ କୁଇଣ୍ଟାଲ ମାଛ ଭାସୁଥିବା ଦେଖିବାକୁ ମିଳିଛି। ଆପଣ ମାନେ ଭାବୁଥିବେ ଏତେ ମାଛ ଆସିଲା କେଉଁଠୁ। ଆଉ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଏତେ ମାଛ ପାଣିରେ ଭାଷୁଥିଲେ ହେଲେ ଲୋକେ ଧରିଲେ ନାହିଁ କାହିଁକି । ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚିତ ହେଲେ ପୁରା ଘଟଣା ଜାଣିଲେ ଆପଣ ବି ଆଷ୍ଟର୍ଯ୍ୟ ହୋଇ ଯାଇ ପାରନ୍ତି।

ରାସ୍ତା ଉପରେ ଏକ ପିକଅପ ଭ୍ୟାନ ମାଛ ବୋଝେଇ କରି ନେଇଯାଉଥିବା ବେଳେ ହଟାତ ଭାରଶ୍ୟାମ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ତା ପରେ ଗାଡ଼ିରେ ଥିବା ସବୁ ମାଛ ପାଣିରେ ପଡି ଭାସିବାକୁ ଲାଗିଲେ। ଏହି ସମୟରେ ମାଛ ବେପାରୀ ମୁଣ୍ଡରେ ହାତ ଦେବା ଦେଖି ସ୍ଥାନୀୟ ଲୋକେ ଆଉ ସମ୍ଭାଳି ପାରିଲେ ନାହିଁ ଜଣଙ୍କ ପରେ ଜଣେ ନାଳ ମଧ୍ୟରେ ପଶି ମାଛକୁ ଧରି ବେପାରିକୁ ମାଛ ତକ ଫେରାଇ ଦେଇଥିଲେ। ଆପଣ ଭାବୁଥିବେ ଲୋକେ ସତରେ କଣ ମାଛ ସବୁ ବେପାରିକୁ ଫେରାଇ ଦେଲେ।ବିଶ୍ୱାସ ନହେଲେ ମଧ୍ୟ କଥାଟା କିନ୍ତୁ ସତ ସ୍ଥାନୀୟ ଲୋକେ ନାଳ ଭିତରେ ବୁଡି ବୁଡି ଅନେକ ସମୟ ଧରି ପାଣିରେ ଭାସୁଥିବା ମାଛକୁ ଧରି ବେପାରିକୁ ଫେରାଇ ଦେଇଥିଲେ।

ଅନେକ ସମୟରେ ଦେଖିବାକୁ ମିଳେ କି ରାସ୍ତାରେ କୌଣସି ପରିବା ବୋଝେଇ ଗାଡି ଓଲଟି ପଡିଲେ ଲୋକେ ମାଡ଼ ପିଟି ହୋଇ ଓଲଟି ପଡିଥିବା ପରିବା ଗାଡିରୁ ସବୁ ପରିବା ବୋହି ନେଇ ଘରକୁ ପଳାଇ ଯାଇଥାନ୍ତି ହେଲେ ଏଠି କିନ୍ତୁ ଲୋକେ ମାନବିକତା ଦେଖାଇ ଥିଲେ। ମାଛକୁ ଘରକୁ ନନେଇ ଯାଇ ବେପାରିକୁ ଫେରାଇ ଦେଇଥିଲେ କାରଣ ଲୋକେ ବୁଝିଥିଲେ ମାଛ ବେପାରିଙ୍କ କଷ୍ଟ।
ସେପଟେ ସ୍ଥାନିୟ ଲୋକଙ୍କ ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ବେଶ ପ୍ରସଂଶା କରିଥିବା ବେଳେ ଏ କଥା ଯିଏ ବି ଶୁଣୁଛନ୍ତି ସେ କହୁଛନ୍ତି ଆଜି ବି ମାନବିକତା ଲୋକଙ୍କ ଭିତରେ ବଞ୍ଚିଛି ।

ଲୋକେ ଚାହିଁଥିଲେ ପରିବା ବୋହିକି ନେଲା ଭଳି ସବୁତକ ମାଛ ମଧ୍ୟ ବୋହି ନେଇ ଯାଇ ପାରିଥାନ୍ତେ। ହେଲେ ବିବେକ ବାଧା ଦେଲା ମାଛ ବେପାରୀ ଜଣଙ୍କ କେତେ କଷ୍ଟ କେତେ ଟଙ୍କା ଖର୍ଚ୍ଚ କରି ମାଛ ଆଣିଥିଲେ ବ୍ୟବସାୟ କରିବାକୁ ଆଉ ଯଦି ଦୁର୍ଭାଗ୍ୟକୁ ଏପରି ଦୁର୍ଘଟଣା ଘଟିଛି ତେବେ ମାଛ ବେପାରୀଙ୍କୁ ସାହାଯ୍ୟ କରିବା ଉଚିତ ବୋଲି ଲୋକେ ଭାବିଥିଲେ।

Leave a Reply

Your email address will not be published. Required fields are marked *