ପାଞ୍ଚଟି ସ୍ୱପ୍ନ କାହାକୁବି କୁହନ୍ତୁ ନାହିଁ ମିଳିଥାଏ ସ୍ୱପ୍ନର ଓଲଟା ଫଳ। ସ୍ବପ୍ନରେ ସାପ ଦେଖିବାର ଅର୍ଥ…

ବନ୍ଧୁମାନେ ସ୍ବପ୍ନ ଦେଖିବା ଏକ ସାଧାରଣ କଥା ଅଟେ ଯାହା ସମସ୍ତଙ୍କ ସହିତ ହୋଇଥାଏ। କେହି କେହି ଦିନରେ ତ କେହି କେହି ରାତିରେ ସ୍ବପ୍ନ ଦେଖନ୍ତି। କିଛିଟା ଭଲ ସ୍ବପ୍ନ ଦେଖନ୍ତି ଏବଂ କିଛିଟା ଖରାପ ସ୍ବପ୍ନ ଦେଖନ୍ତି। ଭଲ ସ୍ବପ୍ନ ଦେଖିବା ପରେ ମନ ପ୍ରସନ୍ନ ରହିବା ସହିତ ଖରାପ ସ୍ବପ୍ନ ଦେଖିଲେ ଆମେ ଦୁଃଖିତ ଅବା ଭୟଭୀତ ହୋଇଥାଉ। ଆଜି ଆମେ ଜାଣିବା ୫ଟି ସ୍ବପ୍ନ କାହାକୁବି କେବେବି କୁହନ୍ତୁ ନାହିଁ କାରଣ ଏହି ସ୍ୱପ୍ନର ଓଲଟା ଫଳ ମିଳିଥାଏ। ଏହି ସ୍ବପ୍ନ ମଧ୍ୟ ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ କହିବେ ନାହିଁ ଏହାର କାରଣ ଜାଣିବା ବା ଏହାର ପରିମାଣ ଜାଣିବା। କିଛି ସ୍ବପ୍ନ ଏପରି ଥାଏ ଯାହା ଉଠିବା ପରେ ମଧ୍ୟ ମନେ ଥାଏ ଆଉ କିଛି ମନରୁ ବିସ୍ମୃତ ହୋଇଯାଏ।

କିଛି କିଛି ସ୍ବପ୍ନ ଯାହା ଉଠିବା ପରେ ମନେ ରୁହେ ତାକୁ ଆମେ ଘର ଲୋକଙ୍କୁ ଜଣେଇଥାଉ ।ଏପରି ମଧ୍ୟ କମ ଲୋକଙ୍କୁ ଜଣା କି କିଛି ସ୍ବପ୍ନ ଏପରି ହୋଇଥାଏ ଯାହା କାହାରିକୁ କହିବା ଉଚିତ୍ ହୋଇନଥାଏ।ଶାସ୍ତ୍ର ଅନୁଯାୟୀ ଏପରି କରିବା ଅନୁଚିତ୍।ଏହା କରିବା ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ଫଳ ନଷ୍ଟ ହୋଇଯାଏ।ଆସନ୍ତୁ ଜାଣିବା ଏହି ୫ଟି ସ୍ବପ୍ନ କଣ ?

୧. ସ୍ବପ୍ନରେ ପ୍ରଥମେ ପ୍ରକୃତି ସମ୍ବନ୍ଧିତ ସ୍ବପ୍ନ ଆସିଥାଏ -ଯଦି ଆପଣ କେବେ ସମୁଦ୍ର,ଗଛ ପତ୍ର,ପାହାଡ,ଝରଣା ପରି ସ୍ବପ୍ନ ଦେଖନ୍ତି ତେବେ ବହୁତ୍ ଶୀଘ୍ର ଆପଣଙ୍କ ଜୀବନରେ ବହୁତ୍ ବଡ଼ ଖୁସି ଖବର ଆସିବାକୁ ଯାଉଅଛି।ଯେପରି ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିଲେ ମନ ପ୍ରସନ୍ନ ହୁଏ ସେହିପରି ଏହି ସ୍ୱପ୍ନର ଅର୍ଥ ନିଜ ଜୀବନରେ ଖୁସିର ଆଗମନ ସୂଚନା।ଯଦି ଏହି ସ୍ବପ୍ନକୁ ଆପଣ କାହାକୁ କୁହନ୍ତି ତେବେ ହୋଇପାରେ ଆପଣ ଏହି ସବୁ ପାଇବାରୁ ବଞ୍ଚିତ ହୋଇପାରନ୍ତି।

୨.ଯାହା ମୃତ୍ୟୁ ସହ ଜଡ଼ିତ -ଯେଉଁଥିରେ ଆମେ ସ୍ବପ୍ନ ନିଜର ଅବା ନିଜ ଘର ଲୋକଙ୍କର ମୃତ୍ୟୁର ସ୍ବପ୍ନ ଦେଖନ୍ତି।ଏପରି ସ୍ବପ୍ନ ଦେଖି ଆମେ କେବେ କେବେ ଡରି ଯାଆନ୍ତି ବା ମନ ବିଚଳିତ ହୋଇଯାଏ।ଯଦି ଏପରି ସ୍ବପ୍ନ ଆସେ ତେବେ ନଡରି ଭାବିନେବା ଉଚିତ୍ କି ଆମ ଜୀବନରେ ଥିବା ସଙ୍କଟମାନ ଦୂରେଇ ଯାଉଛି।କିନ୍ତୁ ଯଦି ଆପଣ ଏହି ସ୍ବପ୍ନକୁ କାହା ଆଗରେ ପ୍ରକାଶ କରନ୍ତି ତେବେ ଏହାର ଫଳ ନଷ୍ଟ ହୋଇଯାଏ।

୩. ସାପ ସମ୍ବର୍ଦ୍ଧିତ – ଯଦି ଆପଣ ଏପରି ସ୍ବପ୍ନ ଦେଖନ୍ତି ତେବେ ନଡରି ଭାବିନେବେ ଯେ ଆପଣଙ୍କ ବ୍ୟାପାର,ବାଣିଜ୍ୟ ଅବା ଚାକିରି କ୍ଷେତ୍ରରେ ଥିବା ସମସ୍ୟା ମାନ ଦୂର ହୋଇଥାଏ।ଏହା ଛଡ଼ା ଧନ ଲାଭ କରିବାର ଯୋଗ ମଧ୍ୟ ବନିଥାଏ।ତେଣୁ ଏଥିପାଇଁ ଏହି ସ୍ବପ୍ନ କଥା କାହାରିକୁ କହିବେ ନାହିଁ।

୪.ଭଗବାନଙ୍କ ଦର୍ଶନ ସମ୍ବନ୍ଧିତ – ଯଦି ସ୍ବପ୍ନରେ କୌଣସି ପ୍ରକାର ଭଗବାନଙ୍କ ଦର୍ଶନ ହୁଏ ଏହାର ଅର୍ଥ ଆପଣଙ୍କୁ ଶୀଘ୍ର ଖୁସି ଖବର ମିଳିବାକୁ ଯାଉଅଛି।ଏହା ଏକ ବଡ଼ ସଫଳତାର ପ୍ରତୀକ।ତେଣୁ ଆଗକୁ ଆସିଥିବା ଭଗବାନଙ୍କ ଦର୍ଶନ ସାଙ୍ଗରେ କିଛି ଖୁସି ଖବର ମିଳିବାକୁ ଯାଉଅଛି।ତେଣୁ ଏହି ସ୍ବପ୍ନକୁ କାହାକୁ ମଧ୍ୟ କୁହନ୍ତୁ ନାହିଁ।ନଚେତ୍ ଏହା ଦ୍ଵାରା ଆସୁଥିବା କାର୍ଯ୍ୟ ମଧ୍ୟ ଅଟକି ଯାଏ।

୫.ମାଛ ସମ୍ବନ୍ଧିତ – ଯଦି ଆପଣ ସ୍ବପ୍ନରେ ମାଛ ପହଁରୁଥିବାର, କେହି ମାଛ ମାରୁଥିବାର ଅବା ମାଛ ଖାଉଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ଅର୍ଥାତ୍ ହଠାତ୍ ମାଛ ଦେଖିବା ଧନ ଲାଭର ସଂକେତ ଦେଇଥାଏ। ଏହାର ଫଳ ଆଗକୁ ଆସୁଥିବା ଧନ ଲାଭ ପାଇଁ ଏକ ଶୁଭ ସଂକେତ ଅଟେ।ତେଣୁ ଏହି ସ୍ବପ୍ନ ବିଷୟରେ କାହାକୁ ସୂଚନା ଦିଅନ୍ତୁ ନାହିଁ। ନଚେତ ଏହାର ଫଳ ଆପଣଙ୍କୁ ମିଳେ ନାହିଁ। ଏହା ହେଉଛି ସ୍ୱପ୍ନ ସମ୍ବନ୍ଧୀୟ କିଛି ସୂଚନା ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ।

Leave a Reply

Your email address will not be published. Required fields are marked *