ଷଣ୍ଢର ଧ-କ୍କାରେ ପବନରେ ଉଡିଗଲେ ମହିଳା । ଆଉ ତାପରେ… : ଦେଖନ୍ତୁ ଭିଡ଼ିଓ

କେବଳ ସ୍ପେନରେ ନୁହେଁ ଭାରତରେ ମଧ୍ୟ ଷଣ୍ଢ ମହୋତ୍ସବ ଅତି ଉତ୍ସାହର ସହିତ ପାଳନ କରାଯାଏ । ଯେତେବେଳେ ଷଣ୍ଢ ମହୋତ୍ସବର ଭିଡିଓ ସମ୍ନାକୁ ଆସେ,ସେତେବେଳେ ଲୋକଙ୍କ ନିଶ୍ୱାସ ଅଟକିଯାଇଥାଏ । କିଛି ଭିଡିଓ ଏପରି ହୋଇଥାଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଚକିତକାରୀ ଭିଡିଓରେ ଲୋକମାନେ ଷଣ୍ଢ ସାମ୍ନାରେ ଦୌଡୁଥିବାର ଦେଖିବାକୁ ମିଳିଛି । ବେଳେବେଳେ ଏହା ସାଂଘାତିକ ବୋଲି ମଧ୍ୟ ପ୍ରମାଣ ହୋଇଛି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିବା ପରେ ତୁମେର ଲୋମା ଟାଙ୍କୁରି ଉଠିବ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଦକ୍ଷିଣ ଭାରତର କିଛି ସ୍ଥାନରେ ଷଣ୍ଢ ମହୋତ୍ସବ ଆୟୋଜିତ କରା ଯାଇ ଥିଲା । ସେଠାରେ ଜଣେ ବ୍ୟକ୍ତି ତାଙ୍କ ଗାଡିରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେତିକିବେଳେ ପଛରୁ ଆସୁଥିବା ଏକ ଷଣ୍ଢ ତାଙ୍କୁ ଧକ୍କା ଦେଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବାଇକ୍ ଚଳାଉଥିବା ବ୍ୟକ୍ତି ଜଣଙ୍କ ବଞ୍ଚି ଯାଇଥିଲେ, କିନ୍ତୁ ପଛରେ ବସିଥିବା ମହିଳା ଆକାଶରେ ଉଡି ତଳେ ପଡ଼ିଯାଇଥିଲେ । ଷଣ୍ଢଟି ମହିଳା ଜଣଙ୍କୁ ସେତେବେଳେ ଧକ୍କା ଦେଇଥିଲା ଯେତେବେଳେ ସେ ପୁରା ଜୋରେ ଦୌଡ଼ୁଥିଲା ।

 

View this post on Instagram

 

A post shared by Meme wala (@memewalanews)

ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଶହ ଶହ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତା’ପରେ ସେହି ମହିଳାଙ୍କ ଅବସ୍ଥା ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଏହି ଭିଡିଓ ଦେଖିବା ପରେ ସମସ୍ତ ଙ୍କ ହୋସ ଉଡ଼ିଯିବ । ଭିଡ଼ରେ ଉପସ୍ଥିତ ଥିବା ଲୋକମାନେ ମହିଳାଙ୍କୁ ସାହାଯ୍ୟ କରିଥିଲେ । କିଛି ସେକେଣ୍ଡର ଏହି ଭିଡିଓ ନିଶ୍ଚିତ ଭାବରେ ଚେତାବନୀ ଦେଇପାରେ ଯେ ଷଣ୍ଢ ଠାରୁ ସର୍ବଦା ଦୂରତା ରହିବା ଉଚିତ, କାରଣ ଏହା ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ଆକ୍ରମଣ କରିପାରେ । ଏହି ଭିଡିଓ ଇନଷ୍ଟାଗ୍ରାମରେ ମିମୱାଲାନ୍ୟୁଜ୍ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *