ବିଦ୍ୟାଳୟରେ ପଢ଼ୁଥିବା ଦୁଇଟି ପିଲା ମହିଳାଙ୍କୁ ସାହାଯ୍ୟ କରି ଜିତିଲେ ହୃଦୟ :- ଦେଖନ୍ତୁ ଭିଡ଼ିଓ

ଆଜିର ଏହି ଵ୍ୟସ୍ତ ଦୁନିଆରେ ଲୋକମାନେ କେବଳ ନିଜ କାର୍ଯ୍ୟ ପାଇଁ ଚିନ୍ତିତ । କିଏ କ’ଣ କରୁଛି, କିପରି କରୁଛି ଏବଂ କାହିଁକି କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆଜିର ସମୟରେ ମାନବିକତା କ୍ୱଚିତ୍ ଦେଖାଯାଏ । ଯଦି ରାସ୍ତାରେ ଯାଉଥିବା ସମୟରେ କେହି ଆଘାତ ହୁଅନ୍ତି, ତେବେ ଲୋକମାନେ ତାଙ୍କୁ ସାହାଯ୍ୟ କରିବା ବଦଳରେ ଭିଡିଓ ତିଆରି କରନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ଦୁନିଆ ବିଷୟରେ ଚିନ୍ତା କରନ୍ତି ନାହିଁ ।

ସେମାନଙ୍କୁ କେହି ସାହାଯ୍ୟ ପାଇଁ ଡାକୁଥିଲେ ମଧ୍ଯ ସେମାନେ ଏହାକୁ ଅଣଦେଖା କରି ଚାଲି ଯାଆନ୍ତି । ସେଥିପାଇଁ କୁହାଯାଏ ଯେ ଆଜିର ଦୁନିଆ ସ୍ୱାର୍ଥପର ହୋଇଗଲାଣି । ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନିଜ ରାସ୍ତାରେ ଚାଲି ଯାଆନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ବହୁତ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ କ୍ରୋଧିତ ହେବା ସହ ଏବଂ ପସନ୍ଦ ମଧ୍ଯ କରିବେ ।

ବାସ୍ତବରେ,ଏହି ଭିଡିଓରେ ଦୁଇଟି ସ୍କୁଲ ପିଲା ଜଣେ ମହିଳାଙ୍କୁ ସାହାଯ୍ୟ କରୁଥିବାବେଳେ କିଛି ଲୋକ ମହିଳାଙ୍କୁ ସାହାଯ୍ୟ କରିବା ବଦଳରେ ନିଜ ବାଟରେ ଚାଲିଯାଉଥିବାର ନଜର ଆସିଛନ୍ତି । ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ଠେଲା ନେଇ ଯାଉଥିବା ସମୟରେ ଏକ ଉଠାଣି ରାସ୍ତା ଆସେ ଏବଂ ସେ ଠେଲାଗାଡ଼ିକୁ ଉପରକୁ ଚଢ଼ାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ଠେଲାଗାଡ଼ିକୁ ଉପରକୁ ନେଇ ପାରନ୍ତି ନାହିଁ । ଲୋକମାନେ ତାଙ୍କ ପାଖ ଦେଇ ଯିବା ଆସିବା କରୁଛନ୍ତି, କିନ୍ତୁ ତାଙ୍କୁ ସାହାଯ୍ୟ କରିବାକୁ କେହି ଅଟକୁ ନାହାଁନ୍ତି । ଠିକ୍ ସେତିକିବେଳେ ସାମ୍ନାରୁ ଦୁଇଜଣ ସ୍କୁଲ ପିଲା ଚାଲି ଚାଲି ଆସନ୍ତି ଏବଂ ମହିଳାଙ୍କୁ ସାହାଯ୍ୟ କରନ୍ତି । ଜଣେ ପିଲା ଠେଲାଗାଡିକୁ ଆଗରୁ ଟାଣୁଥିବାବେଳେ ମହିଳା ଏବଂ ଅନ୍ୟ ଜଣେ ପିଲା ଠେଲାଗାଡ଼ିକୁ ପଛରୁ ଠେଲୁଛନ୍ତି । ଯେତେବେଳେ ଠେଲାଗାଡ଼ିଟି ଉପରକୁ ଉଠିଲା ସେତେବେଳେ ମହିଳା ଖୁସି ହୋଇ ପ୍ରତ୍ୟେକ ପିଲାଙ୍କୁ ଖାଇବାକୁ ଗୋଟେ ଗୋଟେ କଦଳୀ ଦେଲେ ।

ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଏହି ଭିଡିଓଟିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଆପଣମାନଙ୍କ ଡିଗ୍ରୀ କେବଳ କାଗଜ ଖଣ୍ଡ ଅଟେ, ଯଦି ଏହା ଆପଣଙ୍କ ଆଚରଣରେ ଦେଖାଯାଏ ନାହିଁ’। ମାତ୍ର 30 ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ 6 ଲକ୍ଷ 37 ହଜାରରୁ ଅଧିକ ଭ୍ୟୁ ପାଇଥିବାବେଳେ 74 ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି ।

ଏଥିସହିତ ଲୋକମାନେ ଭିଡିଓ ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି ଏବଂ ପିଲାମାନଙ୍କର ମାନବିକତାକୁ ପ୍ରଶଂସା କରିଛନ୍ତି । ଜଣେ ଉପଭୋକ୍ତା ଦୁଃଖୀ ମନରେ ଲେଖିଛନ୍ତି, ‘ମୁଁ ବୁଝିପାରୁ ନାହିଁ ଯେ ଆଜିର ସମୟରେ ମଣିଷ ହୃଦୟ ଏତେ କଠୋର କିପରି ହୋଇଗଲା ? କାହାକୁ ଅସହାୟ ଏବଂ ଅସୁବିଧାରେ ଦେଖିଲା ପରେ ମଧ୍ୟ ସେମାନେ କିପରି ଏତେ ସହଜରେ ଅଣଦେଖା କରି ଆଗକୁ ବଢ଼ୁଛନ୍ତି ‘,ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି,’ ସେଥିପାଇଁ ପିଲାମାନଙ୍କୁ ଭଗବାନଙ୍କ ସ୍ଵରୂପ କୁହାଯାଏ ‘।

Leave a Reply

Your email address will not be published. Required fields are marked *