ଭାରତକୁ କୌଣସି ଶକ୍ତି ଅଟକାଇ ପାରିବନାହିଁ , ପ୍ରକାଶ ପାଇଲା ଭବିଷ୍ୟବାଣୀ

ଦୀର୍ଘ ବର୍ଷ ଧରି ଭାରତକୁ ଅନେକ ବାହ୍ୟ ଶକ୍ତି ଶାସନ କରି ଆସୁଛନ୍ତି । ଭାରତ ସବୁବେଳେ ଅନ୍ୟ ମାନଙ୍କର ଦାସ ହୋଇ ରହି ଆସିଛି । ସମସ୍ତେ ନିଜ ମନ ଇଚ୍ଛା ଏହା ଉପରେ ଆକ୍ର-ମଣ କରିଛନ୍ତି । ଅନ୍ୟର କବଜାରେ ଭାରତ ସବୁବେଳେ ରହିଛି । ଏଇ ମାତ୍ର କିଛି ବର୍ଷ ପୂର୍ବରୁ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇଛି । ନଚେତ ତା ପୂର୍ବରୁ ଦୀର୍ଘ ବର୍ଷ ଧରି ଇଂରେଜ ମାନଙ୍କର ଦାସ ହୋଇ , ତାଙ୍କ ଅ-ତ୍ୟାଚା-ରର ଶି-କାର ହୋଇ ଭାରତ ରହି ଆସୁଥିଲା । ତେବେ ଭାରତକୁ ଇଂରେଜ ଶାସନରୁ ସ୍ୱାଧୀନ କରେଇବା ପାଇଁ କେତେ ଘ-ଟ-ଣା ଘଟିଯାଇଛି ।

ଭାରତକୁ ସ୍ୱାଧୀନ କରେଇବା ପାଇଁ ବ୍ରିଟେନ ଛାଡି ନଥିଲା । ଯେତେବେଳେ ଭାରତକୁ ଶାସନ କରିବା ସମ୍ଭବ ନୁହେଁ ବୋଲି ଇଂରେଜ ମାନେ ଜାଣିଗଲେ , ସେତେବେଳେ ସେମାନେ ଭାରତକୁ ସ୍ୱାଧୀନ କରାଇ ଦେଲେ । ତେବେ ତାଙ୍କ ମନରେ ଏଭଳି ରହିଥିଲା କି ଦିନେ ନା ଦିନେ ସେମାନେ ଭାରତକୁ ନିଜ କବଳରେ କବଳିତ କରିବେ । ତେବେ ଭାରତକୁ ନେଇ ଭବିଷ୍ୟତ ବାଣୀ କରେଇଥିବା ପ୍ରଫେସର କିରୋଙ୍କ ବିଷୟରେ ଆମେ ଆଜି ଆଲୋଚନା କରିବା । ସୂଚନା ମୁତାବିକ , ପ୍ରଫେସର କିରୋଙ୍କୁ ମହାରାଣୀ ଏଲିଜାବେଥ ଦିନେ ପଚାରିଥିଲେ କି , ଆପଣ ଏଭଳି ଏକ ଦିନ କୁହନ୍ତୁ ଯେଉଁଦିନ ଭାରତକୁ ଆମେ ଦାସ ବନେଇ ପାରିବା ।

ତେବେ ଉତ୍ତରସ୍ୱରୂପ , କିରୋ କହିଥିଲେ ଯେ ରାତ୍ର ସମୟ ସବୁଠାରୁ ଭଲ ସମୟ ହେବ । ଏହା ସହ ଆହୁରି ମଧ୍ୟ କହିଥିଲେ କି ଭାରତକୁ କୌଣସି ଶକ୍ତି ଅଟକାଇ ପାରିବନାହିଁ । ବିଶୁଦ୍ଧ ଧର୍ମାଲମ୍ବୀ ନୀତିର ଜଣେ ଶକ୍ତିଶାଳୀ ବ୍ୟକ୍ତି ହିଁ ସମ୍ପୂର୍ଣ୍ଣ ଦେଶକୁ ଜାଗ୍ରତ କରାଇଦେବ । ତେବେ ତାଙ୍କର ଆଧ୍ୟାତ୍ମିକ ଶକ୍ତି ସମଗ୍ର ଭୌତିକ ଶକ୍ତି ଠାରୁ ଶକ୍ତିଶାଳୀ ରହିବ। ଯାହାର ପ୍ରଭାବ ସମଗ୍ର ପୃଥିବୀ ଉପରେ ପଡିବ । ଭାରତର ଭବିଷ୍ୟତ ଦିନକୁ ଦିନ ଉଜ୍ଜ୍ୱଳ ହେବ ।

ତେବେ ଏହାର କିଛିଦିନ ପରେ କିରୋ ନିଜ ଅଧ୍ୟୟନରୁ ଜାଣିପାରିଥିଲେ କି , ଭାରତର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ହେବ । ଆଉ ସେ ମହାରାଣୀ ଏଲିଜାବେଥଙ୍କ ପାଖକୁ ଯାଇ କହିଥିଲେ କି , ଭାରତ ସ୍ୱାଧୀନ ହେବାର ୭୦ ବର୍ଷ ପରେ ମଧ୍ୟ ଯଦି କୌଣସି ମହାପୁରୁଷ ତାର ଶାସନ ଭାର ଗ୍ରହଣ କରନ୍ତି , ଆଉ କେହି ତାକୁ ନିଜର ଦାସ ବନାଇ ପାରିବନାହିଁ । ତେବେ ଯଦି ଏଭଳି କିଛି ନ ହୁଏ , ତେବେ ଭାରତ କାହାର ଦାସ ହୋଇଯିବ । ଆଉ କେବେ ମଧ୍ୟ ସେ ସ୍ୱାଧୀନ ହୋଇପାରିବ ନାହିଁ । ତେବେ ୧୯୨୫ ମସିହାରେ କିରୋଙ୍କ ଦ୍ଵାରା ଲେଖା ଯାଇଥିବା ପୁସ୍ତକରେ ଏହି ଭବିଷ୍ୟତ ବାଣୀ କରାଯାଇଛି ।

୧୯୫୦ ମସିହାରେ ଭାରତରେ ଏକ ନୂଆ ସଭ୍ୟତା ଆରମ୍ଭ ହେବ ବୋଲି ଏହି ପୁସ୍ତକରେ ଲେଖାଯାଇଛି । ସମଗ୍ର ଦୁନିଆଁ ଭାରତ ଠାରୁ ଜ୍ଞାନ ଆହରଣ କରିବ । କିରୋ ଏହି ପୁସ୍ତକରେ ଲେଖିଛନ୍ତି କି , ଭାରତର ସୂର୍ଯ୍ୟ ବଳବାନ ଅଛି ଏବଂ ଏହା କୁମ୍ଭ ରାଶିରେ ରହିଛି । ତେବେ ଭାରତର ଉନ୍ନତିକୁ କେହି ଅଟକାଇ ପାରିବ ନାହିଁ । ଏଠାରେ ଏଭଳି ଜଣେ ମହାପୁରୁଷ ଜନ୍ମ ନେବେ , ଯାହାଙ୍କର ଆଧ୍ୟାତ୍ମିକ କ୍ଷମତା ସମଗ୍ର ବିଶ୍ୱର ଭୌତିକ କ୍ଷମତାରୁ ଅନେକ ଗୁଣ ରହିଛି । ଏହାବ୍ୟତୀତ ଏଠାରେ ଗୁରୁ ଶିଷ୍ୟ ସମ୍ପର୍କ ଆରମ୍ଭ ହେବ ଏବଂ ସବୁ ଜାତି ଧର୍ମ ଏକାଠି ହୋଇ ରହିବେ ।

Leave a Reply

Your email address will not be published. Required fields are marked *