କାଉଣ୍ଟରରୁ ପେଟେ ମଦ ପିଇ ମାତାଲ ହୋଇ ବୁଲୁଛି ବିଲେଇ…: ଦେଖନ୍ତୁ ଭିଡିଓ

ଏ ଦୁନିଆଁରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ । ଆଉ ସେଗୁଡିକ ବିଷୟରେ ସମସ୍ତେ ଘରେ ବସି ବସି ଜାଣିପାରନ୍ତି । ପ୍ରାୟତଃ ଅନେକ ମଜାଳିଆ ଖବର ପ୍ରତିଦିନ ଲୋକଲୋଚନକୁ ଆସିଥାଏ । ଆଉ ଆଜିକାର ସମୟରେ ସୋସିଆଲ ମିଡିଆ ହିଁ ଏକମାତ୍ର ମାଧ୍ୟମ , ଯାହାଦ୍ୱାରା ଆମେ ଘରେ ବସି ଅନେକ ଜିନିଷ ବିଷୟରେ ଜାଣିବାକୁ ପାଇଥାଉ । ଆଉ ଅନେକ ମଜାଳିଆ ଭିଡ଼ିଓ ଗୁଡିକୁ ଦେଖି ପାରିଥାଉ । ତେବେ ଅନେକ ମଜାଦାର ଭିଡିଓକୁ ଦେଖିଲା ପରେ ଆମେ ପେଟ ଧରି ଧରି ମଧ୍ୟ ହସିଥାଉ । ତେବେ ନିକଟରେ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଯେଉଁ ଭିଡ଼ିଓକୁ ଦେଖିଲା ପରେ ଆପଣ ମଧ୍ୟ ନିଜ ହସକୁ ରୋକିପାରିବେ ନାହିଁ । ଆପଣ ସେହି ଭିଡ଼ିଓକୁ ଦେଖିବା ପରେ ଟିକିଏ ଆଶ୍ଚର୍ଯ୍ୟ ହେବେ ସତ କିନ୍ତୁ ମଜା ମଧ୍ୟ ଆପଣଙ୍କୁ ବହୁତ ଲାଗିବ । ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଆପଣ ଗୋଟିଏ ବିଲେଇକୁ ଦେଖିବାକୁ ପାଇବେ । ଆଉ ଦେଖିବାକୁ ପାଇବେ ଯେ , ବିଲେଇଟି କିପରି ପୁରା ନିଶାରେ ଟଳଟଳ ହେଉଛି । ତେବେ ପ୍ରଥମେ ଯିଏ ଭିଡ଼ିଓକୁ ଦେଖିବେ ସେ ଆଦୌ କିଛି ଜାଣିପାରିବେ ନାହିଁ । କିଛି ସମୟ ପରେ ଏହି ଭିଡ଼ିଓକୁ ଦେଖିବା ପରେ ଆପଣ ଜାଣିପାରିବେ କି ବିଲେଇଟି ସମ୍ପୂର୍ଣ୍ଣ ଭାବରେ ନିଶାରେ ମାତି ଯାଇଅଛି । ତେବେ ଜୀବଜନ୍ତୁ ମାନଙ୍କର ଏଭଳି କାମକୁ କେହି ବି ସହଜରେ ବିଶ୍ୱାସ କରିପାରିବେ ନାହିଁ ।

ଆପଣ ମାନେ ଜୀବଜନ୍ତୁଙ୍କୁ ମଣିଷ ମାନଙ୍କ ସହ ମଜାମସ୍ତି କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ । କିନ୍ତୁ କେବେ ଏଭଳି ଅବସ୍ଥା ଦେଖିନଥିବେ । ସାଧାରଣତଃ ଜୀବଜନ୍ତୁ ସମ୍ବନ୍ଧୀୟ ଭାଇରାଲ ଭିଡିଓରେ ଆପଣ ଦେଖିବାକୁ ପାଇଥାନ୍ତି କି , ଜୀବଜନ୍ତୁ କେବେ କାହାକୁ ଗେଲ୍ହ କରିଥାନ୍ତି ତ ଆଉ କେବେ କ୍ରୋଧ ଜର୍ଜରିତ ହୋଇ ନୃଶଂସ ପାଲଟି ଯାଆନ୍ତି । ତେବେ ଏହି ଭିଡ଼ିଓ ଟିକିଏ ନିଆରା ଅଟେ । ତେବେ ଜାଣି ହେଉ ନାହିଁ କି ବିଲେଇକୁ କିଏ ମଦ ପିଆଇଲା । ବୋଧହୁଏ ବିଲେଇଟି ପାଖରେ ପଡିଥିବା ମଦକୁ ଚାଟି ଦେଇଛି । ଆଉ ନିଶାରେ ଟଳଟଳ ହୋଇ ଗୋଟିଏ ପାଦ ପୂର୍ବକୁ ଆଉ ଗୋଟିଏ ପାଦ ପଶ୍ଚିମକୁ ପକାଉଛି ।

ତେବେ ଭାଇରାଲ ଭିଡ଼ିଓକୁ ଦେଖିଲା ପରେ ଲାଗୁଛି କିଏ ଯେମିତି ବିଲେଇକୁ ମଦ ପିଆଇ ଦେଇଛି । ଆଉ ତାପରେ ବିଲେଇ ମଦର ମଜା କମ୍ ନେଉଛି ଆଉ କଷ୍ଟ ଅଧିକ ଭୋଗୁଛି । ଏହା କେବଳ ବିଲେଇଟି ଅନୁଭବ କରି ପାରୁଥିବ , ତାକୁ କିପରି ଅନୁଭବ ହେଉଛି । ତେବେ ପ୍ରକୃତ ପକ୍ଷରେ କହିବାକୁ ଗଲେ , ଏଭଳି କାଣ୍ଡ ଆଦୌ ବିଲେଇ ସହ କରିବା ଉଚିତ ନୁହେଁ । ବାସ୍ତବରେ ସେ ଅନେକ ଯନ୍ତ୍ରଣା ଭୋଗୁଥିବ । ସେ କଥା ଆମେ ଅନୁଭବ କରିପାରିବା ନାହିଁ । ବିଲେଇ ସହ ଏଭଳି କାଣ୍ଡ କରିଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବା ଉଚିତ ।

Leave a Reply

Your email address will not be published. Required fields are marked *