ମାସେ ହେଲା ପିଣ୍ଡାରେ ବସିଛି ବୋହୁ , ଶାଶୁ ଘର କବାଟରେ ପଡିଛି ତାଲା

ଯୌ-ତୁକ ନିର୍ଯ୍ୟା-ତନା ସମାଜରେ ଆଗକୁ ଆହୁରି ବଢି ବଢି ଚାଲିଛି । କମିବାର ନାମ ଆଦୌ ନେଉ ନାହିଁ । ଲୋକେ ଏହା ପାଇଁ କେତେ ଯେ ତଳକୁ ଖସି ଯାଉଛନ୍ତି , ତାର କୌଣସି ସୀମା ନାହିଁ । ଲୋକେ କିଛିଟା ଟଙ୍କା ଆଉ କିଛିଟା ଜିନିଷ ପାଇବା ପାଇଁ ଏପରି ଲ-ଜ୍ଜାଜ-ନକ କାମ କରି ଚାଲିଛନ୍ତି । କେଉଁଠୁ ହ-ତ୍ୟା ମାମ-ଲା ଆସୁଛି ତ ଆଉ କେଉଁଠୁ ଆ-ତ୍ମହ-ତ୍ୟା ମା-ମ-ଲା ।

ତେବେ ବର୍ତ୍ତମାନ ସମୟରେ କ୍ରମାଗତ ଭାବରେ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପ୍ରହରାଜପୁରରୁ ଏପରି ଖବର ସାମ୍ନାକୁ ଆସିଛି । ଜଣେ ନୂଆ ବୋହୁ ନିଜ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି । ମାତ୍ର ଦୁଇ ମାସ ହେଲା ବିବାହ ହୋଇଥିଲା । ଆଉ ତାପରେ ବୋହୂକୁ ନେଇ ବାପଘରେ ଛାଡି ଦେଇ ଆସିଥିଲେ ଶାଶୁ ଘର ଲୋକେ ।

ତେବେ ବର୍ତ୍ତମାନ ବୋହୁ କହିଛନ୍ତି କି , ଶାଶୁ ଘରକୁ ସେ ଯୌ-ତୁକ ବାବ-ଦରେ ଦୁଇ ଲକ୍ଷ ଟଙ୍କା ଆଣିଥିଲେ । କିନ୍ତୁ ଶାଶୁ ଘରର ଡିମାଣ୍ଡ ଆହୁରି ଅଧିକ ଥିଲା । ସେମାନେ ଦଶ ଲକ୍ଷ ଟଙ୍କା ଆଉ ୱାଶିଙ୍ଗ ମେସିନ ମାଗିଥିଲେ । କିନ୍ତୁ ଝିଅ ଘର ଲୋକ ଏସବୁ ଦେବାକୁ ସକ୍ଷମ ନଥିଲେ । ତେବେ ଏହି କଥା ପାଇଁ ତାଙ୍କ ଶାଶୁ ଘର ଲୋକେ ଚାଲାକି କରି ତାଙ୍କୁ ନେଇ ବାପ ଘରେ ଛାଡ଼ି ଦେଇ ଆସିଥିଲେ ।

କିନ୍ତୁ ଏହାର କିଛି ଦିନ ପରେ ଯେତେବେଳେ ବୋହୁ ବାପ ଘରୁ ଫେରିଥିଲେ । ସେତେବେଳେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶାଶୁ ଘର କବାଟରେ ପଡିଥିଲା ତାଲା । ଆଉ ଘରେ କେହି ନଥିଲେ । ଏହାପରେ ସେ ଥା-ନାରେ ଅଭି-ଯୋଗ ଦେଇଥିଲେ । ପୋ-ଲିସ ମଧ୍ୟ ଆସି ଦେଖି କରି ଯାଇଥିଲେ । ତେବେ ଏହାପର ଠାରୁ ବୋହୁ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *