ପିଣ୍ଟୁଙ୍କୁ ଯିଏ ଲିଭର ଦେବେ ସେ ବଞ୍ଚିବେ ନା ମରିଯିବ…?

ସମସ୍ତଙ୍କ ମନରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବ କିଏ । ଯିଏ ଲିଭର ଦେବେ ସେ ମୃତ ନା ଜୀବିତ । ଯଦି ଜୀବିତ ତେବେ ଲିଭର ଡୋନେଟ କରି ସାରିବା ପରେ ମରିଯିବେ ନା ବଞ୍ଚି ରହିବେ । ଯେଉଁ ବ୍ୟକ୍ତି ଲିଭର ଦେବେ ସେ ବ୍ୟକ୍ତି ଲିଭର ଦେବା ପରେ ତାଙ୍କ ସ୍ୱାସ୍ଥ୍ୟ କିପରି ରହିବ । ବନ୍ଧୁଗଣ ଯେପର ଆପଣ ମାନେ ଜାଣିଥିବେ ପିଣ୍ଟୁ ନନ୍ଦଙ୍କର ଲିଭର ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି ।

ଆଉ ଏପରି ପରିସ୍ଥିତି ରେ ତାଙ୍କୁ ଏକ ନୂଆ ଲିଭରର ଆବଶ୍ୟକତା ରହିଛି । ଆଉ ନୂଆ ଲିଭର ଲଗାଇବା ପାଇଁ ବର୍ତ୍ତମାନ ପିଣ୍ଟୁନନ୍ଦ ଭୁବନେଶ୍ୱର ରୁ ଦିଲ୍ଲୀ ଯାଇଛନ୍ତି । ଯାହା ପାଇଁ ସବୁ ପ୍ରସ୍ତୁତି ଚାଲିଥିବା ବେଳେ ଯାହା ଶୁଣିବାକୁ ମିଳୁଛି କି କୁଆଡେ ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବା ପାଇଁ ଡୋନର ବି ପ୍ରସ୍ତୁତି ହୋଇ ରହିଛନ୍ତି । ହେଲେ ଏବେ ସାଧାରଣ ଲୋକଙ୍କ ମନରେ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଲିଭର କିଏ ଦେବେ ଲିଭର ଯିଏ ଦେବେ ସେ ଜଣେ ମୃତ ବ୍ୟକ୍ତି ନା ଜୀବିତ ବ୍ୟକ୍ତି ।

ନିଜ ଶରୀରରୁ ଲିଭର ଡୋନେଟ କରି ସାରିବା ପରେ ସେହି ବ୍ୟକ୍ତି ବଞ୍ଚିବେ ନା ମରିଯିବେ । ତେବେ ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଯାହା ଶୁଣିବାକୁ ମିଳୁଛି ପିଣ୍ଟୁନନ୍ଦ ଙ୍କର ଜଣେ ସମ୍ପର୍କୀୟ ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବେ । ତେବେ ବନ୍ଧୁଗଣ ମଣିଷ ଶରୀରରେ ଲିଭରର ବେଶ ଭୂମିକା ରହିଛି । ମଣିଷକୁ ବଞ୍ଚି ରହିବାକୁ ହେଲେ ଲିଭର ବେଶ କାମରେ ଆସିଥାଏ ।

ଯଦି ଜଣେ ମଣିଷଙ୍କର ଲିଭର ଖରାପ ହୋଇଯାଏ ତାହାଲେ ମଣିଷ ବଞ୍ଚି ରହିବା ଅସମ୍ଭବ ହୋଇପଡେ । ତେବେ ଲିଭର ହେଉଛି ଏପରି ଏକ ଜିନିଷ ଯାହା ଆପେ ଆପେ ଗଢି ହୋଇଯାଏ । ଯେପରି ଆପଣ ମାନେ ଜାଣିଥିବେ ମଣିଷର ନଖ ଯେତେ କାଟିଲେ ସେ ଆପେ ଆପେ ବଢିଯାଏ । ମଣିଷର କେଶ ଯେପରି ଯେତେ କାଟିଲେ ବଢିଯାଏ ଠିକ ସେହି ଭଳି ଲିଭର ମଧ୍ୟ ଆପେ ଆପେ ଗଢି ହୋଇଯାଏ ।

ସେହିଭଳି ପିଣ୍ଟୁନନ୍ଦଙ୍କୁ ଯିଏ ଲିଭର ଦେବେ ସେ ତାଙ୍କର ଅଧେ ଲିଭର ଆସି ପିଣ୍ଟୁନନ୍ଦ ଙ୍କ ଶରୀରରେ ଲାଗିବ । ଏବଂ ଏହା ପରେ କଟା ଯାଇଥିବା ଲିଭର ଟି ପୁଣିଥରେ କଅଁଳି ଉଠିବ । ତେବେ ଏଥିପାଇଁ ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କ ସମ୍ପର୍କୀୟ ପିଣ୍ଟୁନନ୍ଦଙ୍କୁ ଲିଭର ଦେବାକୁ ଆଗେଇ ଆସିଛନ୍ତି ।

ଆଉ ପିଣ୍ଟୁନନ୍ଦ ଙ୍କ ଶରୀରରେ ନୂତନ ଲିଭର ପ୍ରତ୍ୟାରୋପନ ହୋଇ ସାରିଲା ପରେ ପିଣ୍ଟୁନନ୍ଦ ପୁଣି ଆଗ ପରି ସୁସ୍ଥ ହୋଇଯିବେ ବୋଲି କୁହାଯାଉଛି । ପୁଣି ପିଣ୍ଟୁନନ୍ଦ ସୁସ୍ଥ ହୋଇ ଓଡ଼ିଆ ସିନେ ଜଗତକୁ ମଧ୍ୟ ଫେରିବେ । ପୁଣି ପିଣ୍ଟୁନନ୍ଦ ତାଙ୍କ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବେ ପିଣ୍ଟୁ ନନ୍ଦଙ୍କ ଅଭିନୟରେ ପୁଣି ତାଙ୍କ ଦର୍ଶକ ମାନେ ହସି ଉଠିବେ ।

ତେବେ ଗତକାଲି ଠାରୁ ପିଣ୍ଟୁନନ୍ଦ ଦିଲ୍ଲୀ ଯାଇଥିବା ବେଳେ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ପାଇଁ ଭଗବାନଙ୍କ ନିକଟରେ ସମସ୍ତେ ପାର୍ଥନା କରିଛନ୍ତି । ଆଉ ଏହା ମଧ୍ୟ ଶୁଣିବାକୁ ମିଳିଛି କି କୁଆଡେ ପିଣ୍ଟୁ ନନ୍ଦ ଙ୍କ ଦିଲ୍ଲୀରେ ରହିବା ଏବଂ ଗାଡ଼ିରେ ଯିବା ଆସିବା କରିବାର ସମସ୍ତ କଥା ବୁଝିବେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ତେବେ ସାରା ଓଡ଼ିଶାବାସୀ ଭଗବାନଙ୍କ ନିକଟରେ ପାର୍ଥନା କରୁଛନ୍ତି କେଉଁ ଭଳି ପିଣ୍ଟୁନନ୍ଦ ଭଲରେ ଚିକିତ୍ସିତ ହୋଇ ପୁଣିଥରେ ଘରକୁ ସାରା ଓଡିଶା ବାସୀଙ୍କ ନିକଟକୁ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *