ମାମା ମିଶ୍ରଙ୍କୁ ସେ ସମୟରେ ଏଭଳି ପ୍ରୋପଜ କରିଥିଲେ ସିଦ୍ଧାନ୍ତ ମହାପାତ୍ର । ଏକ ଇଣ୍ଟରଭିଉ ଜରିଆରେ କହିଲେ ଏହି କଥା ।

ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି । ଉଭୟଙ୍କ ଅଭିନୟ ଏବଂ ବ୍ୟକ୍ତିତ୍ୱକୁ ଅନେକ ଆଦର୍ଶ ମାନି ଥାଆନ୍ତି । ତେବେ ଆପଣ ମାନେ ବି ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର ଉଭୟେ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ଯୋଡ଼ିକୁ ମଧ୍ୟ ସମସ୍ତେ ବେଶ ପସନ୍ଦ କରିଥାନ୍ତି । ଯେତେବେଳେ ଏକ ଇଣ୍ଟରଭିଉରେ ସିଦ୍ଧାନ୍ତଙ୍କୁ ପ-ଚରା ଯାଇଛି ଯେ ସେ ଏବଂ ତାଙ୍କ ସ୍ତ୍ରୀ ଅଲିଉଡ଼ର କିଙ୍ଗ ଏବଂ କ୍ବିନ , ସେତେବେଳେ ଏହି କଥାକୁ ଖଣ୍ଡନ କରି ସିଦ୍ଧାନ୍ତ କହିଛନ୍ତି ଯେ କେବଳ ସେମାନେ ନୁହଁନ୍ତି ବରଂ ସବୁ କଳାକାର ଇଣ୍ଡଷ୍ଟ୍ରିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟନ୍ତି ।

ଫିଲ୍ମ ରେ ଅଭିନୟ କରିବା ସମୟରେ ହିଁ ସିଦ୍ଧାନ୍ତ ଏବଂ ମାମା ମିଶ୍ରଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ସିଦ୍ଧାନ୍ତ ତାଙ୍କୁ ପ୍ରପୋଜ କରି ନଥିଲେ । ସେତେବେଳେ ଆଜିକା ଦିନ ଭଳି ରୋଜ ଡେ କିମ୍ବା ପ୍ରୋପଜ ଡେ ଥିଲା କିନ୍ତୁ ଯେହେତୁ ସିଦ୍ଧାନ୍ତ ମହାପାତ୍ର ଜଣେ ପୁରୁଣା ଚିନ୍ତାଧାରାର ଲୋକ ତେଣୁ ସେ ଏସବୁ କେବେ କରି ନାହାଁନ୍ତି ବୋଲି ନିଜେ କହିଛନ୍ତି । ସେ କହିଛନ୍ତି ଯେ ସବୁ ଲୋକଙ୍କର ଭଲ ପାଇବାକୁ ବ୍ୟକ୍ତ କରିବାର ଭିନ୍ନ ଭିନ୍ନ ଉପାୟ ଥାଏ । ତେବେ ତାହା ଗୋଲାପ ଦେଉ ହେଉ , ପ୍ରୋପଜ କରି ହେଉ କିମ୍ବା ଅନ୍ୟ କୌଣସି ଜିନିଷ ଦେଇ ହେଉ । ସେ ସମୟରେ ଉଭୟେ ପ୍ରେମରେ ପଡ଼ିବା ପରେ ନିଜ ପରିବାରରେ ଜଣାଇ ଥିଲେ , ଯାହାପରେ ଦୁହିଁଙ୍କ ବିବାହ ହୋଇଥିଲା ।

ଆଜିକା ସମୟରେ ସାଧରଣତଃ ଯୁବ ବର୍ଗ ବୋଡି ବିଲ୍ଡିଂଗ ଏବଂ ଜିମକୁ ଅଧିକ ପ୍ରିଫର କରୁଛନ୍ତି । ଯାହା କରିବା ଉଚିତ । କିନ୍ତୁ କେବଳ ବୋଡି ବିଲ୍ଡିଂଗ ପାଇଁ ନୁହେଁ ନିଜ ଶରୀରକୁ ସୁସ୍ଥ ଏବଂ ଫିଟ ରଖିବା ଚିନ୍ତାଧାରା ନେଇ । ଜଣେ କଳାକାର ହେଉ କିମ୍ବା ସାଧାରଣ ମଣିଷ ସମସ୍ତେ ନିଜ ଶରୀରକୁ ଫିଟ ରଖିବା ପାଇଁ କିଛି ନା କିଛି ଶାରୀ-ରିକ ପରିଶ୍ରମ କରିବା ଉଚିତ । ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜ ଫିଟ ନେସ ପାଇଁ ସାଇକେଲିଂ କରନ୍ତି ଏବଂ ବ୍ୟାୟାମ ମଧ୍ୟ କରନ୍ତି । ଏହାବ୍ୟତୀତ ତାଙ୍କର ହବି ହେଉଛି ବହି ପଢ଼ିବା । ନିଜ ସମୟକୁ ସେ ବେଶ ଭଲ ଭାବରେ ଉପଯୋଗ କରି ପାରନ୍ତି । ଏମିତିକି ସେ ନିଜ ଜୀବନରେ ବେଶ ସରଳ ଏବଂ ଖୁସିରେ ଅଛନ୍ତି । ସେ କହନ୍ତି ଯେ କର୍ମ କେବଳ ଭଗବାନ ଅଟନ୍ତି ଏବଂ ଭଗବାନ ମଧ୍ୟ ସବୁକିଛିକୁ ପରିଚାଳିତ କରୁଛନ୍ତି ।

ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ଅନେକ ଫିଲ୍ମରେ କାମ କରିଛନ୍ତି ।ଏବଂ ବର୍ତ୍ତମାନ ତାଙ୍କର ଆଉ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି ” ଜହ୍ନ ରାତିର ସାଥି ” । ଯାହାକୁ ନେଇ ଦର୍ଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ତାଙ୍କ ଫିଲ୍ମ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ଫିଲ୍ମ ଏକ ସସପେନ୍ସ ଏବଂ ଥ୍ରୀଲରକୁ ନେଇ ହୋଇଛି । ଯେଉଁଥିରେ ଅନେକ ଶିକ୍ଷା କରିବା ଭଳି ଜିନିଷ ରହିଛି । ତେବେ ଏହି ଫିଲ୍ମ ମଧ୍ୟ ଖୁବଶୀଘ୍ର ଆସିବାକୁ ଯାଉଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *