ଅଫେରା ରାଇଜରେ ପିଣ୍ଟୁ ନନ୍ଦ , ତାଙ୍କୁ ଦେଖି କା-ନ୍ଦି କା-ନ୍ଦି ଗଡି ଯାଉଛନ୍ତି ପରିବାର ଲୋକ

ଆଉ ନାହାଁନ୍ତି ପିଣ୍ଟୁ ନନ୍ଦ । ଦୀର୍ଘ ଦିନର ଚେଷ୍ଟା ଆଉ ଡାକ୍ତରଙ୍କ ପରିଶ୍ରମ ପରେ ଶେଷରେ ଆମ ସମସ୍ତଙ୍କ ଠାରୁ ବି-ଦାୟ ନେଇଛନ୍ତି ପିଣ୍ଟୁ । ସମସ୍ତଙ୍କ ଆଶା ଥିଲା ସେ ନିଶ୍ଚିତ ଭାବରେ ଭଲ ହୋଇ ଘରକୁ ଫେରି ଆସିବେ କିନ୍ତୁ କିଛି ହୋଇପାରିଲା ନାହିଁ । ସମସ୍ତଙ୍କ ଚେଷ୍ଟା ଆଉ ଲୋକ ମାନଙ୍କ ଭଲ ପାଇବା ମଧ୍ୟ ତାଙ୍କୁ ଫେରାଇ ଆଣି ପାରିଲା ନାହିଁ । ସାରା ଓଡ଼ିଶାର ଲୋକ ତାଙ୍କ ଫେରିବା ବାଟକୁ ଅନାଇ ବସିଥିଲେ ।

ଆଉ ସେହି ଭରସାରେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ସହିତ ଲୋକେ ତାଙ୍କୁ ଅନେକ ଟଙ୍କା ଦେଇ ଚାଲିଥିଲେ । ସମସ୍ତଙ୍କ ମନରେ କେଉଁଠି ନା କେଉଁଠି ଟିକିଏ ଆଶା ରହିଥିଲା ସେ ସୁସ୍ଥ ହୋଇଯିବେ ଆଉ ପୁଣିଥରେ ସେ କଳା ଜଗତକୁ ଫେରି ଆସିବେ । କିନ୍ତୁ ଶେଷରେ କିଛି ହୋଇପାରିଲା ନାହିଁ । ବାସ୍ ସମସ୍ତଙ୍କୁ ଠ-କି ଦେଇ ଚାଲିଗଲେ ପିଣ୍ଟୁ ।

ଲୋକଙ୍କ ମନରେ ଅନେକ ଆଶା ଆଉ ବିଶ୍ୱାସ ରହିଥିଲା କି , ନିଶ୍ଚିତ ଫେରି ଆସିବେ କିନ୍ତୁ ସେହି ସ୍ବପ୍ନ କେବଳ ସ୍ୱପ୍ନରେ ରହିଗଲା। ସରିଗଲା ସବୁକିଛି । ଦିଲ୍ଲୀରୁ ହାଇଦ୍ରାବାଦ ଯାଇଥିବା ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଆରମ୍ଭ ହୋଇ ଯାଇଥିଲା ଆଉ କେଇଟା ଦିନ ପରେ ଲିଭର ପାଇଁ ଡୋନର ମିଳି ଯାଇଥାନ୍ତେ ଆଉ ସୁରୁଖୁରରେ ପ୍ର-ତ୍ୟାରୋ-ପଣ ମଧ୍ୟ ହୋଇ ଯାଇଥାନ୍ତା । କିନ୍ତୁ କିଛି ହୋଇ ପାରିଲା ନାହିଁ । ପହର୍ ଦିନ ରାତି ପ୍ରାୟ ୧୧ ଟା ୨୫ ସମୟରେ ଚିର ନିଦ୍ରାରେ ଶୋଇ ପଡ଼ିଥିଲେ ପିଣ୍ଟୁ ନନ୍ଦ ।

ତାଙ୍କ ପାଖରେ ରହୁଥିବା ବ୍ୟକ୍ତି ଜଣକ ତାଙ୍କୁ ଯେତେ ଡ଼ାକି ଥିଲେ ମଧ୍ୟ ସେ ଶୁଣି ନଥିଲେ । ଆଉ ତାପରେ ଡାକ୍ତରଙ୍କୁ ଡାକିଲା ବେଳକୁ ସବୁକିଛି ସରି ଯାଇଥିଲା ଆଉ କେବେ ବି ପିଣ୍ଟୁ ଫେରିବେ ନାହିଁ ବୋଲି ସେ କହି ଦେଇଥିଲେ । ତେବେ ଏହାପରେ ସବୁ ବ୍ୟବସ୍ଥା କରା ଯାଇଥିଲା ତାଙ୍କୁ ଓଡ଼ିଶା ଆଣିବା ପାଇଁ ଆଉ ତାହା ହୋଇଥିଲା ।

ଗତକାଲି ବିଲମ୍ୱିତ ରାତିରେ ଓଡ଼ିଶା ଆସି ପହଂଚି ଯାଇଥିଲା ପିଣ୍ଟୁ ନନ୍ଦଙ୍କ ମ-ର ଶରୀର । କୁହା ଯାଉଛି କି , ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ମ-ର ଶରୀର ଦା-ହ କରାଯିବ । ତେବେ ପିଣ୍ଟୁଙ୍କୁ ଦେଖି ଆଉ କେହି ନିଜକୁ ସମ୍ଭାଳି ପାରି ନଥିଲେ । ଚାରିଆଡ଼େ କାନ୍ଦର ଶବ୍ଦରେ ଫାଟି ଉଠିଥିଲା । କାହାରି ମନରେ କୋହ ଲୁ-ଚି ରହିପାରି ନଥିଲା । ସମସ୍ତେ ପାଟି କରି କରି କା-ନ୍ଦିବାକୁ ଲାଗିଥିଲେ । ତେବେ ବିଶେଷ କରି ତାଙ୍କ ଭଉଣୀଙ୍କୁ ଲାଗିଥିଲା ବଡ ଆ-ଘାତ । ନିଜ ଭାଇଙ୍କ ଯିବା ଦୁଃ-ଖ ସେ ସହି ପାରି ନଥିଲେ । ବାରମ୍ବାର ସେଠାରେ ଉଠି ଯାଉଥିଲେ ଆଉ ପଡ଼ି ଯାଉଥିଲେ । କେମିତି ସେ ନିଜକୁ ବା ସମ୍ଭାଳି ପାରିଥାନ୍ତେ । ନିଜ ଭାଇଙ୍କ ଯିବାର ଦୁଃ-ଖ ସେ କେମିତି ବା ସହି ପାରିଥାନ୍ତେ । ଯେଉଁ ଭାଇଙ୍କୁ ସେ ବଞ୍ଚାଇ ପାରିଲେ ନାହିଁ , ସବୁ ଉପାୟ ଥାଇ ମଧ୍ୟ ତାଙ୍କୁ ର-କ୍ଷା କରିପାରିଲେ ନାହିଁ , ସେ ଭାଇ ଚାଲିଯିବା ପରେ ତାଙ୍କୁ କେମିତି ଲାଗିଥିବ।

ତେବେ ଏହାରି ମଧ୍ୟରେ ପିଣ୍ଟୁ ନନ୍ଦଙ୍କ ପରିବାର ଲୋକଙ୍କ କା-ନ୍ଦର ଶବ୍ଦରେ ପୁରା ଅଞ୍ଚଳ କମ୍ପି ଉଠିଥିଲା । ତାଙ୍କ ଛୋଟ ଛୋଟ ପୁଅ ବାପାଙ୍କୁ ହରାଇ ଧୋ-ର୍ଯ୍ୟହରା ହୋଇ ପଡ଼ିଥିଲେ । ସ୍ତ୍ରୀଙ୍କୁ ତାଙ୍କର ବାରମ୍ବାର ବେହୋସ୍ ହେବାର ଦେଖା ଯାଇଥିଲା । ଏତେ ଅଳ୍ପ ବୟସରେ ପିଣ୍ଟୁ ନନ୍ଦଙ୍କ ଦୁନିଆଁ ଛାଡି ଚାଲିଯିବା ସତରେ ଏକ ଆ-ଘାତ ସଦୃଶ । ହଠାତ୍ ପରିସ୍ଥିତି ଏତେ ଅସମ୍ଭାଳ ହୋଇ ପଡିଲା ଯେ , ଆଉ ସେ ବଞ୍ଚି ପାରିଲେ ନାହିଁ ।

ତେବେ କଣ ବା କରାଯାଇପାରିବ । ଯେମିତି କୁହାଯାଏ ବିଧିର ବିଧାନ କେ କରିବ ଆନ ।ଠିକ୍ ସେହିପରି ଯେତେ ଦିନ ପାଇଁ ପିଣ୍ଟୁ ନନ୍ଦ ଏ ଦୁନିଆଁକୁ ଆସିଥିଲେ , ସେତେ ଦିନ ଆମ ସହିତ ରହି ଆମକୁ ହସାଇ ଚାଲିଗଲେ। କେତେବେଳେ କାହାର ଏ ଦୁନିଆଁର ହୋଇଯିବ , ସେ କଥା କିଏ ବା କହିପାରିବ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କ ଫ୍ୟାନ ମାନେ ତାଙ୍କୁ ମନେ ପକାଇ ଦୁଃ-ଖ ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *