ପିଣ୍ଟୁନନ୍ଦ ବର୍ଷେ ପୂର୍ବରୁ ଜାଣିଥିଲେ ସେ ଆଉ ବଞ୍ଚିବେ ନାହିଁ ।

କେହି ରହି ନାହିଁ ରହିବେ ନାହିଁ ଟି ଭବ ରଙ୍ଗ ଭୂମିତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବେଳେ । ଜନ୍ମ ଅଛି ତ ମୃତ୍ୟୁ ସତ୍ୟ । ଏ ଦୁନିଆରେ ଦୁଇଟି ଜିନିଷ ହେଉଛି ସତ୍ୟ ତାହା ହେଲା ଜନ୍ମ ଆଉ ମୃତ୍ୟୁ । ସେଥିପାଇଁ କୁହାଯାଏ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଗତକାଲି ଅଫେରା ରାଇଜକୁ ଚାଲିଯାଇଛନ୍ତି ପିଣ୍ଟୁନନ୍ଦ ।

ପିଣ୍ଟୁନନ୍ଦଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ସମସ୍ତେ ।କେବଳ ପିଣ୍ଟୁନନ୍ଦଙ୍କ ପରିବାର ନୁହେଁ ସାରା ଓଡ଼ିଶାରେ ଖେଳି ଯାଇଛି ଶୋକର ଛାୟା । ହେଲେ ଏହାରି ଭିତରେ ଶ୍ରୀତମ ଦାସ ପିଣ୍ଟୁନନ୍ଦ ଙ୍କ ମୃତ୍ୟୁକୁ ନେଇ କହିଛନ୍ତି ଏକ ବଡ଼ କଥା କି ଏକ ବର୍ଷ ହେଲାଣି ପିଣ୍ଟୁନନ୍ଦ ବୋଧେ ହୁଏ ଜାଣିଥିଲେ ସେ ଆଉ ବଞ୍ଚିବେ ନାହିଁ ବୋଲି ତେଣୁ ସେ ସବୁବେଳେ କହୁଥିଲେ ମିହିର ଦାସ ଚାଲିଗଲେ ମୁଁ ମଧ୍ୟ ଚାଲିଯିବି । ଏହି କଥାକୁ ସାଙ୍ଗ ସାଥି ମାନେ ହସି ମଜାକରେ ଉଡାଇ ଦେଉଥିଲେ ପିଣ୍ଟୁ ମଜା କରୁଛନ୍ତି ଏହା ହିଁ ଭାବିଥିଲେ ମାତ୍ର ସବୁକିଛି ଏପଟ ସେପଟ ହୋଇଗଲା ।

ପିଣ୍ଟୁନନ୍ଦ ବର୍ତ୍ତମାନ ସେହି ଅଫେରା ରାଇଜର ବାଟୋଇ ହୋଇଗଲେ ଯେଉଁ ରାଇଜକୁ କେହି କେବେ ଯାଇ ଆଉ ଫେରି ନାହାଁନ୍ତି। ତେବେ ଏପରି ପରିସ୍ଥିତିରେ କେବଳ ଓଡ଼ିଆ ସିନେମା ଜଗତ ନୁହେ ବରଂ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । କାରଣ ପିଣ୍ଟୁନନ୍ଦ ଦୀର୍ଘ ବର୍ଷ ଧରି ଓଡ଼ିଆ ସିନେମା ଜଗତ ସହିତ ଖୁବ ପରିଚିତ ଥିଲେ । ତାଙ୍କ ନିଖୁଣ ଅଭିନୟ ମାଧ୍ୟମରେ ସେ ସାରା ଓଡ଼ିଶାବାସୀଙ୍କୁ ବାନ୍ଧି ରଖିଥିଲେ ।

ଆଉ ଏବେ ଏପରି ସମୟ ଆସି ପହଞ୍ଚି ଯାଇଛି । ଯେଉଁ ସମୟରେ କି ପିଣ୍ଟୁନନ୍ଦ ସମସ୍ତଙ୍କୁ ଛାଡି ସବୁ ଦିନ ପାଇଁ ସୋଇ ଯାଇଛନ୍ତି । ତେବେ ଯେପରି ଆପଣ ମାନେ ସମସ୍ତେ ଜାଣିଥିଲେ ଓଡ଼ିଆ ସିନେମା ଜଗତର ଚର୍ଚ୍ଚିତ ଅଭିନେତା ପିଣ୍ଟୁନନ୍ଦ ଲିଭର ସିରିଓସିସ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ । ହେଲେ ପିଣ୍ଟୁନନ୍ଦଙ୍କ ବନ୍ଧୁ ଶ୍ରୀତମ ଦାସଙ୍କ କହିବା କଥା ପିଣ୍ଟୁ ନନ୍ଦ ମିହିର ଦାସଙ୍କ ମୃତ୍ୟୁ ପରେ ସବୁବେଳେ କହୁଥିଲେ କି ମିହିର ଭାଇ ଚାଲିଗଲେ ମୁଁ ବି ଚାଲିଯିବି ।

ତେବେ ଏହି ସମୟରେ ସମସ୍ତେ ପିଣ୍ଟୁନନ୍ଦଙ୍କୁ ଗାଳି କରୁଥିଲେ ବୁଝାଉ ଥିଲେ ମାତ୍ର ତାହା ବୋଧେ ହୁଏ ମୃତ୍ୟୁର ଆଭାସ ପିଣ୍ଟୁନନ୍ଦ ଜାଣି ପାରୁଥିଲେ ଆଉ ଯେଉଁଥି ପାଇଁ ପିଣ୍ଟୁନନ୍ଦ ସବୁବେଳେ କହୁଥିଲେ ତାଙ୍କୁ ଆର ପାରିରୁ ଡାକରା ଆସିଲାଣି ତାଙ୍କୁ ଯିବାକୁ ପଡ଼ିବ । ତେବେ ଏମିତି କିଛି କହିବା ସମୟରେ ନିଜ ଲୁହ ଆଉ କୋହକୁ ସମ୍ଭାଳି ପାରିନଥିଲେ ଶ୍ରୀତମ ଦାସ । କହିଥିଲେ ଗଲା ବେଳେ ମୋ ସହ କଥା ହେଇ ଯାଇଥିଲା ଆଉ ଫେରି ଆସିବାକୁ କଥା ଦେଇଥିଲା ହେଲେ ସେ କିନ୍ତୁ ସମସ୍ତଙ୍କୁ ଠକି ଦେଇ ଚାଲିଗଲା ।

କେହି କେବେ ଚିନ୍ତା କରିନଥିଲେ ସବୁବେଳେ ହସି ମଜାକରେ କଥା ହେଉଥିବା ପିଣ୍ଟୁନନ୍ଦ ଯେ ଏପରି ଏତେ ଶୀଘ୍ର ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯିବେ । ପିଣ୍ଟୁନନ୍ଦ ଯେତେବେଳେ ଦିଲ୍ଲୀ ଯାଇଥିଲେ ସେତେବେଳେ ସେ କହି ଯାଇଥିଲେ ସେ ଓଡିଶା ବାସୀଙ୍କ ଆଶ୍ରିବାଦରୁ ନିହାତି ଭଲ ହୋଇଯିବେ । ଆଉ ପୁଣିଥରେ ଓଡିଶାକୁ ଫେରି ଆସିବେ । ମାତ୍ର ଭାଗ୍ୟର ବିଡମ୍ବନା ସେ ଧୀରେ ଧୀରେ ସୁସ୍ଥ ହେବା ବଦଳରେ ଅସୁସ୍ଥ ହୋଇ ପଡ଼ିଥିଲେ । ଆଉ ଶେଷରେ ସମସ୍ତଙ୍କୁ ଛାଡି ସେ ଆର ପାରିକୁ ଚାଲିଗଲେ । ପିଣ୍ଟୁନନ୍ଦ ବଞ୍ଚିବାକୁ ଚାହୁଁଥିଲେ ହେଲେ ଭଗବାନ ତାଙ୍କୁ ନେଇଗଲେ ବୋଲି ସମସ୍ତେ କହୁଛନ୍ତି ।

Leave a Reply

Your email address will not be published. Required fields are marked *