ଚାଷୀ ମାନଙ୍କ ପାଇଁ ଆସିଲା ନୂଆ ସୂଚନା , ୨୧ ଲକ୍ଷ ଚାଷୀଙ୍କୁ ଫେରସ୍ତ କରିବାକୁ ପଡ଼ିବ ପିଏମ୍ କିସାନ ଯୋଜନାର ଟଙ୍କା

ଚାଷୀ ମାନଙ୍କର କଲ୍ୟାଣ ନିମନ୍ତେ ପ୍ରଚଳିତ ହୋଇଥିବା ଯୋଜନା ପିଏମ୍ କିସାନ ଯୋଜନାରେ ନୂଆ ଅପଡେଟ ସାମ୍ନାକୁ ଆସିଛି । ଚାଷୀ ମାନଙ୍କୁ ଲାଗିଛି ଏକ ଶକ୍ତ ଝଟକା । କୃଷକମାନେ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଏହା ପୂର୍ବରୁ ନୂଆ ସୂଚନା ଆସିଯାଇଛି । ତେବେ ସୂଚନା ମୁତାବିକ , ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ କୃଷକଙ୍କୁ ପିଏମ କିସାନ ଯୋଜନାର ମିଳିଥିବା ଟଙ୍କା ସରକାରଙ୍କୁ ଫେରସ୍ତ କରିବାକୁ ପଡ଼ିବ ।

ତେବେ ଏ ବାବଦରେ ଉତ୍ତରପ୍ରଦେଶର କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହି ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ , ଯୋଗ୍ୟ ବିବେଚିତ ହୋଇଥିବା ଦୁଇ କୋଟି ୮୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୨୧ ଲକ୍ଷ ଚାଷୀ ଅଯୋଗ୍ୟ ମନୋନୀତ ହୋଇଛନ୍ତି । ତେଣୁ ଏହି ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆ ଯାଇଥିବା ସମସ୍ତ ଟଙ୍କା ସେମାନଙ୍କ ଠାରୁ ଆଦାୟ କରାଯିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ୨୦୧୯ ମସିହା ଫେବୃଆରୀ ୨୪ ତାରିଖରେ ଉତ୍ତରପ୍ରଦେଶର ଗୋରଖପୁରରୁ ଆରମ୍ଭ କରିଥିଲେ ଏବଂ ଦୁଇ ହଜାର ଟଙ୍କାର ପ୍ରଥମ କିସ୍ତି ଏକ କୋଟି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ତେବେ ବର୍ତ୍ତମାନର ଖବର ଅନୁଯାୟୀ , ଏପରି ଅନେକ ଚାଷୀ ଅଛନ୍ତି , ଯେଉଁମାନେ ଯୋଗ୍ୟ ନ ହୋଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି ।

ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ସାରିଲାଣି ଆଉ ସେମାନଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରାଯିବ ବୋଲି କୁହାଯାଉଛି । ଏହା ବ୍ୟତୀତ ଆପଣ ସମସ୍ତେ ଜାଣିଥିବେ କି , ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ କୃଷକଙ୍କୁ ତିନି କିସ୍ତିରେ ପ୍ରଦାନ କରାଯାଇଥାଏ ଏବଂ ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ତେବେ ଦେଖାଯାଉ ସରକାରଙ୍କ ଏହି ଯୋଜନାରେ ଅଯୋଗ୍ୟ ଲୋକଙ୍କ ଠାରୁ କେବେ ଟଙ୍କା ଆଦାୟ ହେଉଛି ।

Leave a Reply

Your email address will not be published. Required fields are marked *