ପୋଲିସ ଗାଡ଼ି ନେଇ ରିଲସ ବନାଇ ଫସିଲେ ଇନଷ୍ଟା କୁଇନ । ପୋଲିସ ବାବୁ ମଧ୍ୟ ଚାକିରୀରୁ ହେଲେ ନିଲମ୍ବିତ

ଆଜିକାଲି ଲୋକଙ୍କୁ ରିଲସର ନିଶା ଏତେ ଘାରିଛି ଯେ ଲୋକେ କିଛିବି କରିବାକୁ ପଛାଉ ନାହାଁନ୍ତି । କେଉଁଠି ଲୋକେ ବିପଜ୍ଜନକ ସ୍ଥାନରେ ଭିଡ଼ିଓ ବନାଉଛନ୍ତି ତ ଆଉ କେହି ନିଜର ମର୍ଯ୍ୟାଦା ପାର ପ୍ରଦର୍ଶନ କରି ଲାଇକ ସାଉଁଟିବାରେ ଲାଗିଛନ୍ତି । ଆଉ ଏଭଳି ଭିଡ଼ିଓ ଭାଇରଲ ହେବା ପରେ ସାଧରଣତଃ ଲୋକଙ୍କର ଅନେକ ପ୍ରତିକ୍ରିୟା ମଧ୍ୟ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବୁ । ସୂଚନା ଅନୁଯାୟୀ ପଞ୍ଜାବରେ ପାୟଲ ପରମାର ନାମକ ଜଣେ ଯୁବତୀ ଯିଏକି ଜଣେ ଇନଷ୍ଟା ସେଲିବ୍ରିଟି କହିଲେ ଚଳେ ।

ସେ ନିଜର କାରନାମା ପାଇଁ ସମାଲୋଚନାର ଶିକାର ହୋଇଛନ୍ତି । ବାସ୍ତବରେ ସେ କରିଥିବା ଭୁଲ କୌଣସି ସାଧାରଣ ଭୁଲ ନୁହେଁ ବରଂ ସାଙ୍ଘାତିକ ଭୁଲ ଅଟେ । ବାସ୍ତବରେ ପାୟଲ ପରମାର କାର୍ଯ୍ୟରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କ ଗାଡ଼ି ମାଗିଥିଲେ ଏବଂ ପୋଲିସ ବାବୁ ଜଣକ ମଧ୍ୟ ପାୟଲଙ୍କୁ ଗାଡ଼ି ଚାବି ଦେଇ ଦେଇଥିଲେ । ତେବେ ସେ ଗାଡ଼ିର ବୋନେଟ ଉପରେ ବସି ଫୋଟ ଭିଡ଼ିଓ ଉଠାଇବା ସହିତ କିଛି ଆପତ୍ତିଜନକ ଅଙ୍ଗଭଙ୍ଗୀ କରିଥିବା ମଧ୍ୟ ନଜର ଆସିଛି । ପାଖରେ ସେହି ପୋଲିସ ବାବୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରଲ ହେବାରେ ଲାଗିଥିଲା ।

ଯାହାକୁ ନେଇ ଲୋକେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପାୟଲଙ୍କୁ ସମାଲୋଚନା କରିଛନ୍ତି । ତେବେ ଲୋକଙ୍କ କହିବା କଥା ଯେ ଜଣେ ନାଗରିକ ହୋଇ ନିୟମ ଅମାନ୍ୟ କରି ଏଭଳି ଭିଡ଼ିଓ ବନାଇବା ଉଚିତ ନୁହେଁ । ତାସହିତ ଏଥିରେ ପୋଲିସ ବାବୁଙ୍କର ମଧ୍ୟ ଭୁଲ ରହିଛି । ଯାହା ଗ୍ରହଣ ଯୋଗ୍ୟ ନୁହେଁ । ତେବେ ସେହି ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ମଧ୍ୟ ନିଲମ୍ବିତ କରାଯାଇଛି ।

ତେବେ କହିରଖିବୁ ଯେ , ଏଭଳି ଭାବରେ ନିଜର ମର୍ଯ୍ୟାଦାକୁ ଭୁଲି ଭିଡ଼ିଓ ବନାଇବା କେତେ ଦୂର ଠିକ । ଏହାବ୍ୟତୀତ ସରକାରୀ ଗାଡ଼ିକୁ ଏଭଳି ଭାବରେ ବ୍ୟବହାର କରିବା ମଧ୍ୟ ଉଚିତ ହୋଇ ନାହିଁ । ଯାହାକୁ ନେଇ ଲୋକେ ନାନା ପ୍ରକାରର ମତ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *