ପାଣିରେ ବୁଡ଼ି ଯାଉଥିଲେ ମହିଳା , ବଞ୍ଚାଇବା ବଦଳରେ ଲୋକେ କରୁଥିଲେ ଭିଡ଼ିଓ :-

ଦୁନିଆରେ ବେଳେବେଳେ ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥାଏ ତାହା ଆମେ ବିଶ୍ୱାସ ବି ସୁଦ୍ଧା କରିପାରି ନଥାଉ କାରଣ ତାହା ଆମକୁ ଖାଲି ଆଖିରେ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଏପରି କଥାରେ ଅଛି ରଖିଲେ ଶିବ ମାରିବ କିଏ ? ଅର୍ଥାତ ଯାହାର ମୃତ୍ୟୁ ବର୍ତ୍ତମାନ ନାହିଁ ସେ ଯେତେ ବିପଦ ରେ ବି ପଡ଼ିଲେ ସୁଦ୍ଧା ଭଗବାନ ତାର ରକ୍ଷା କରିବେ । ଏପରି ଘଟଣା ଆପଣଙ୍କ ଆଖପାଖରେ ନିଶ୍ଚିତ ଭାବରେ ଘଟୁଥିବ ଯେ ଅନେକ ବଡ଼ ବଡ଼ ବିପଦରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଥାନ୍ତି । ତାହା ଆମେ ମାନି ନେଉ ଯେ ଭଗବାନ ଙ୍କ ଆଶୀର୍ବାଦ ଅଛି ବୋଲି ।

ଆଜିକାର ଏହି ଭିଡିଓ ରେ ସାଧରଣତଃ ଆମେ ଏକ ଭାଇରଲ ଭିଡ଼ିଓ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।କାରଣ ସେହି ଘଟଣା ଅନୁଯାୟୀ ଜଣେ ମହିଳା ମୃତ୍ୟୁ ମୁଖରୁ ଏପରି ଭାବରେ ବଞ୍ଚି ଯାଇଛନ୍ତି ଯାହାକି ବାସ୍ତବରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ତେବେ ସୂଚନା ଅନୁଯାୟୀ ଜଣେ ମହିଳାଙ୍କୁ ପାଣିରେ ବୁଡ଼ି ଯାଉଥିବାର ଦେଖା ଯାଇଛି । ମାତ୍ର ହୁଏତ ଭଗବାନ ଙ୍କ ଆଶୀର୍ବାଦ ଥିବାରୁ ମହିଳା ଜଣକ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ତେବେ ଏହି ଘଟଣାଟି ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆ ର ଅଟେ । ଯେଉଁଠି ଜଣେ ମହିଳା ହଠାତ ବୁଡ଼ି ଯାଉଥିବାର ସୂଚନା ମିଳିଥିଲା । ସେହି ସମୟରେ ଅନେକ ଲୋକଙ୍କ ଭିଡ଼ ସେଠାରେ ଲାଗି ଯାଇଥିଲା । କିନ୍ତୁ କେହିବି ବଞ୍ଚାଇବାକୁ ପ୍ରୟାସ ମଧ୍ୟ କରି ନଥିଲେ । ହୁଏତ ଲୋକ ମାନେ ବି ଭୟଭୀତ ହୋଇ ଯାଇଥିଲେ ।

କିନ୍ତୁ କିଛି ସମୟ ପରେ ଜଣେ ପୋଲିସ ଅଧିକାରୀ ସେଠାରେ ପହଞ୍ଚି ଥିଲେ ଏବଂ ନିଜେ ଏକ ବୋଟ ଯୋଗେ ମହିଳାଙ୍କୁ ବଞ୍ଚାଇବା ପାଇଁ ଓଲ୍ହାଇ ଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ମହିଳାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଇଥିଲା । କିଛି ସମୟ ପରେ ପୋଲିସ କର୍ମୀ ଜଣକ ଏକ ଦଉଡ଼ି ମହିଳାଙ୍କ ପାଖକୁ ଫିଙ୍ଗି ଥିଲେ ଏବଂ ସେ ଦଉଡ଼ି ସାହାଯ୍ୟରେ ବୋଟ ଉପରକୁ ଉଠି ଆସିବାକୁ କହିଥିଲେ । କିନ୍ତୁ ମହିଳା ଜଣକ ଦଉଡ଼ି ଧରିବାରେ ବିଫଳ ହୋଇଥିଲେ ଏବଂ ପାଣିରେ ବୁଡ଼ି ଯାଇଥିଲେ ।

ମାତ୍ର ତାଙ୍କର ପରବର୍ତ୍ତୀ ପ୍ରଚେଷ୍ଟା ବିଫଳ ହୋଇ ନଥିଲା । ଦଉଡ଼ି ଯୋଗେ ସେ ବୋଟ ଉପରକୁ ଉଠି ଆସିଥିଲେ ଏବଂ ତାଙ୍କର ଜୀବନ ବଞ୍ଚି ଯାଇଥିଲା । ସେଠାରେ ଥିବା ଲୋକେ ଏବଂ ଯେଉଁମାନେ ଏହାକୁ ସୋସିଆଲ ମିଡିଆରେ ଦେଖିଥିଲେ ସମସ୍ତେ ହିଁ ଖୁସି ହେବା ସହିତ ପୋଲିସ କର୍ମୀଙ୍କ ପ୍ରଶଂସା କରିଛନ୍ତି । କାରଣ ପୋଲିସ କର୍ମୀ ଯାହା କରିଛନ୍ତି ତାହା ବାସ୍ତବରେ ସାହାସିକତା ର ପ୍ରମାଣ ଅଟେ ।

Leave a Reply

Your email address will not be published. Required fields are marked *