ଓଡ଼ିଆ ଅଭିନେତା ମିହିର ଦାସଙ୍କ ପରଲୋକ…

ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଦୁଃଖଦ ଖବର ଆସିଛି । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାକା ଭାବରେ ପରିଚିତ ଭେଟରାନ ଅଭିନେତା ମିହିର ଦାସ ଙ୍କ ପରଲୋକ ସମସ୍ତଙ୍କୁ ଦୁଃଖିତ କରିଛି । ଜଣେ ପ୍ରତିଭା ସମ୍ପନ୍ନ ଏବଂ ଲୋକପ୍ରିୟ ଅଭିନେତା ଭାବରେ ପରିଚିତ ହୋଇ ଆସୁଥିବା ଅଭିନେତା ବର୍ତ୍ତମାନ ଆଉ ଆମ ଗହଣରେ ନାହାଁନ୍ତି । ମଙ୍ଗଳବାର ୩.୨୫ ମିନିଟରେ ତାଙ୍କର ଦେହାନ୍ତର ଖବର ଶୁଣି ସମସ୍ତଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି ।

ଗତ କିଛି ମାସ ହେବ ମିହିର ଦାସ ଖୁବ ଅସୁସ୍ଥ ଥିବାରୁ ତାଙ୍କୁ କଟକ ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାହାର କିଛି ମାସ ପରେ ସେ ସାମାନ୍ୟ ସୁସ୍ଥ ଥିବା କଥା ଜଣାଇଥିଲେ ଡାକ୍ତର ଏବଂ ତାଙ୍କ ଡିସଚାର୍ଜ କଥା ମଧ୍ୟ ଜଣାଇ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ି ଯାଇଥିଲା । ବାସ୍ତବରେ ତାଙ୍କର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା । କିଡନୀ ମଧ୍ୟ ଅକାମି ହୋଇ ଯାଇଥିଲା । ଯେଉଁ କାରଣରୁ ତାଙ୍କର ଡାଇଲିସିସ ଚାଲିଥିଲା । ଯାହାର ଆଜି ବିରାମ ଘଟିଛି ଏବଂ ମିହିର ଦାସଙ୍କ ପରଲୋକ ଘଟିଛି ।

ତାଙ୍କ ଦେହାନ୍ତ ରେ ସାରା ଓଲିଉଡ଼ ଇଣ୍ଡଷ୍ଟ୍ରି ସମେତ ପରିବାର ଏବଂ ପ୍ରଶଂସକ ମାନଙ୍କ ହୃଦୟ ଶୋକ ରେ ଭରି ଯାଇଛି । ସେ ଯେ ଜଣେ ପ୍ରତିଭାବାନ କଳାକାର ସାଙ୍ଗକୁ ଜଣେ ମହାନ ପରିଚୟ ଥିଲେ ତାହା ଓଡ଼ିଶା ବାସୀ ଙ୍କ ଠାରୁ ବା ଅଧିକ କିଏ ଜାଣିବ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ଏବଂ ଦେହାନ୍ତ ସମୟରେ ତାଙ୍କ ପୁଅ ଅମ୍ଳାନ ତାଙ୍କ ପାଖରେ ଥିବା କଥା ସୂଚନାରୁ ମିଳିଛି ।

ମିହିର ଦାସ ନାନା ଚରିତ୍ରରେ ଅଭିନୟ କରି ଲୋକଙ୍କ ମନରେ ଭିନ୍ନ ଭିନ୍ନ ଚରିତ୍ରର ଏକ ଛାପ ଛାଡ଼ି ଯାଇଛନ୍ତି । ସେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ୧୯୫୯ ମସିହାରେ ଜନ୍ମ ହୋଇଥିଲେ । ପିଲାଦିନେ କଳା ପ୍ରତି ଦୁର୍ବଳତା ଥିଲେ ହେ ସ୍କୁଲ ମାଷ୍ଟର ନାମକ ଆର୍ଟ ଫିଲ୍ମରେ ପ୍ରଥମ ଥର ପାଇଁ କାମ କରି ଅନେକ ନାମ ଅର୍ଜନ କରିଥିଲେ ଯାହାକି ତାଙ୍କ ସଫଳତା ର ପ୍ରଥମ ପାହାଚ ଥିଲା ।

ପରେ ପରେ ୧୯୭୯ ମସିହାରେ ଏକ ବ୍ୟବସାୟିକ ଚଳଚ୍ଚିତ୍ର ‘ ମଥୁରା ବିଜୟ ‘ ରେ କାମ କରି ବେଶ ଲୋକପ୍ରିୟ ହୋଇଥିଲେ । ଏହା ସତ୍ତ୍ୱେ ଅନେକ ଫିଲ୍ମରେ ମୁଖ୍ୟ ଭୂମିକାରେ ଏବଂ ସହକଳାକାର ଭାବରେ କାମ କରି ସେ ଅନେକଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ସାଧରଣତଃ ଫିଲ୍ମ ‘ ଲକ୍ଷ୍ମୀ ପ୍ରତିମା ‘ , ‘ ଫେରିଆ ମୋ ସୁନା ଭଉଣୀ ‘ ରେ ମୁଖ୍ୟ ଅଭିନେତା ଏବଂ ୨୦୦୨ ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏବଂ ପ୍ରେମ ଅଢ଼େଇ ଅକ୍ଷର ରେ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

https://twitter.com/PandaJay/status/1480850325569302528?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1480850325569302528%7Ctwgr%5E%7Ctwcon%5Es1_&ref_url=https%3A%2F%2Fodishareporter.in%2Fentertainment%2Follywood%2Fodia-film-actor-mihir-das-passes-away-705697

ଏହା ବ୍ୟତୀତ ୧୯୯୯ ରେ ଶ୍ରେଷ୍ଠ ଅଭିନେତା ସମ୍ମାନ ସହିତ ୨୦୦୭ ର ଫିଲ୍ମ ‘ ମୁଁ ତୋତେ ଲୋଭ କରୁଛି ‘ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ପୁରସ୍କାର ଦ୍ୱାରା ସମ୍ମାନୀତ ହୋଇଥିଲେ । ବାସ୍ତବରେ ସେ ଅନନ୍ୟ ପ୍ରତିଭାର ଅଧିକାରୀ । ତେଣୁ ଏଭଳି କଳାକାର ର ବିଚ୍ଛେଦ ବାସ୍ତବରେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *