ବିବାହ ପରେ ପ୍ରଥମ ଥର ପାଇଁ ଷ୍ଟେଜ ଉପରେ ନଜର ଆସିଲେ ପ୍ରଜ୍ଞା ଓ ସୁନନ୍ଦା, ଦେଖନ୍ତୁ ଲୋକମାନଙ୍କ ରିଆକ୍ସନ କିପରି ଥିଲା।

ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ ହାସ୍ୟ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର କମେଡି ମାଧ୍ୟମରେ ଖୁବ କମ୍ ଦିନରେ ବେଶ ଲୋକପ୍ରିୟତା ହାସଲ କରିଥିଲେ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରଜ୍ଞା ଖୁବ ପରିଚିତ ହୋଇଛନ୍ତି। ସେ ଜଣେ ପ୍ରସିଦ୍ଧ କମେଡିଆନ୍ ତାଙ୍କ ମଜାଦାର କଥାରେ ଅନେକ ଲୋକଙ୍କୁ ମୁଗ୍ଧ କରି ଦିଅନ୍ତି। ପ୍ରଜ୍ଞା କମେଡି ଦୁନିଆରେ ପ୍ରବେଶ କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ଶେଷରେ ତାଙ୍କ ସ୍ୱପ୍ନ ସାକାର ହୋଇଥିଲା ଏବଂ ସେ ଜଣେ ସଫଳ କମେଡିଆନ୍ ମଧ୍ୟ ହୋଇ ପାରିଛନ୍ତି। ତେବେ ଏହି କଳାକାର ଜଣକ ନିଜ ପିଲାବେଳର ସାଥି ସୁନନ୍ଦଙ୍କୁ ଜାନୁଆରୀ ୧୭ ତାରିଖରେ ମୁଦି ପିନ୍ଧାଇ ଥିଲେ ଏବଂ ଜାନୁଆରୀ ୨୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ତେବେ ବିବାହର ପ୍ରାୟ ଦୁଇ ମାସ ହୋଇଥିଲେ ମଧ୍ୟ ସେ କୌଣସି ଷ୍ଟେଜ ଶୋ କରି ନାହାଁନ୍ତି। ଲୋକମାନେ ମଧ୍ୟ ଦୁହିଁଙ୍କ ଏକ ଝଲକ ଦେଖିବା ପାଇଁ ବେଶ ଉତ୍ସାହ ସହ ଚାହିଁ ରହିଛନ୍ତି। ବର୍ତ୍ତମାନ ସମୟରେ ଦୁହିଁଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓଟି ବିଶ୍ୱ କମେଡି ଦିବସରେ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିଲା ଯାହାକି ଖୁବ ଲୋକପ୍ରିୟତା ହାସଲ କରୁଛି।

ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦୁହେଁ ପ୍ରଜ୍ଞା ଓ ସୁନନ୍ଦାଙ୍କୁ ଜବରଦସ୍ତ ଅନ୍ଦାଜରେ ଦେଖିବାକୁ ପାଇବେ। ଦୁହେଁ ବୁଢା ଓ ବୁଢ଼ୀ ରୋଲ କରୁଥିବାର ଆପଣ ଦେଖିବାକୁ ପାଇବେ। ଏହି କମେଡି ଭିଡ଼ିଓରେ ପ୍ରଜ୍ଞା ବୁଢା ମଉସାଙ୍କ ରୋଲ କରି ଏଣ୍ଟ୍ରି କଲେ। କମେଡିଆନ୍ ପ୍ରଜ୍ଞାଙ୍କ ଏଣ୍ଟ୍ରିରେ ଲୋକମାନେ ଚିତ୍କାର କରି ସ୍ୱାଗତ କରୁଥିବାର ଆପଣ ଦେଖିବାକୁ ପାଇବେ।

ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଖୁବ ଲୋକପ୍ରିୟତା ହାସଲ କରିଥିଲା। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ଏକତ୍ର ହୋଇ ଷ୍ଟେଜ ଶୋ’ କରିଥିବା ଜଣାପଡିଛି। ଲୋକମାନେ ଦମ୍ପତି ଙ୍କୁ ଏକାଠି ଦେଖି ଖୁବ ଖୁସି ହେଉଛନ୍ତି। ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ନିଜର ଭିନ୍ନ ଭିନ୍ନ ମତ ଦେଉଥିବାର ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *