ଥା-ନାରୁ କେ-ସ ଉଠାଇବେ ନାହିଁ ପ୍ରକୃତି,ନ୍ୟା-ୟ ପାଇବା ପାଇଁ ଶେଷ ପର୍ଯ୍ୟନ୍ତ ଲ-ଢ଼ିବେ….

ବହୁଚର୍ଚିତ ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ବି-ବାଦ ବିଷୟରେ ଆପଣ ସମସ୍ତେ ଜାଣିଥିବେ । କିଛି ଦିନ ପୂର୍ବରୁ ଗଣମାଧ୍ୟମର ଏକ ଗରମ ନ୍ୟୁଜ ଥିଲା କିନ୍ତୁ ବର୍ତ୍ତମାନ କଥାଟି ଥମି ଗଲାଣି ଆଉ ସେ ବିଷୟରେ ଏତେ ଚର୍ଚ୍ଚା ହେଉନାହିଁ । କାରଣ ପ୍ରକୃତି ମିଶ୍ର ମୁମ୍ବାଇକୁ ଫେରି ଯାଇଛନ୍ତି ଏବଂ ବାବୁଶାନ ନିଜ ପରିବାରକୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗକୁ କଣ ହେବ , ସେ କଥା ଜଣାନାହିଁ ।

କିଛିଦିନ ପୂର୍ବରୁ ପ୍ରକୃତି ଓଡିଶା ଛାଡି ଦେଇଥିଲେ ଆଉ ମୁମ୍ବାଇ ପଳାଇଥିଲେ ଆଉ କହିଥିଲେ କି ଏପଟେ ସମସ୍ତେ ଶାନ୍ତିରେ ରୁହନ୍ତୁ । ତେବେ ଏଭଳି ପରିସ୍ଥିତିରେ ବର୍ତ୍ତମାନ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେବାର ଲାଗିଛି । କାରଣ ଇତି ମଧ୍ୟରେ ତାଙ୍କର ଏକ ନୂଆ ଓଡ଼ିଆ ସିନେମାର ପୋଷ୍ଟର ରିଲିଜ ହୋଇଛି ଆଉ ଏହାକୁ ନେଇ ସେ ଅତ୍ୟନ୍ତ ଖୁସି ମଧ୍ୟ ଅଛନ୍ତି । ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏ ବାବ-ଦରେ ସେ ସମସ୍ତଙ୍କୁ ଜଣାଇଛନ୍ତି ।

ତେବେ ଏ ମଧ୍ୟରେ ଆପଣ ସମସ୍ତେ ଜାଣିଥିବେ କି, ଗତକିଛି ଦିନ ପୂର୍ବରୁ ବାବୁଶାନଙ୍କର ପତ୍ନୀ ତୃପ୍ତି ପ୍ରକୃତିଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବାଡେଇଥିଲେ ତେଣୁ ପ୍ରକୃତି ଥା-ନାରେ ଏତ-ଲା ଦେଇଥିଲେ । ବର୍ତ୍ତମାନ ପ୍ରକୃତି ଗୋଟିଏ କଥା କହିଛନ୍ତି କି , ସେ ଏହି ମାମ-ଲା ଥା-ନାରୁ ଉଠାଇବେ ନାହିଁ । ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟା-ୟ ନ ମିଳିଛି ସେ ନିଜ ପାଇଁ ଲ-ଢ଼ିବେ ଆଉ ନ୍ୟା-ୟ ପାଇଁ ଅପେକ୍ଷା କରିବେ ।

ଅନ୍ୟପକ୍ଷରେ ଆପଣଙ୍କୁ କହିରଖୁଛୁ ଯେ , କଥାଟି ଯେତେବେଳେ ଗମ୍ଭୀର ରୂପ ଧାରଣ କରିଥିଲା , ସେତେବେଳେ ପ୍ରକୃତି ମିଶ୍ର ଗଣମାଧ୍ୟମ ଆଗକୁ ଆସି କିଛି କହିନଥିଲେ ବରଂ ନିଜ ଘରର ଛାତ ଉପରେ ଛିଡା ହୋଇ ଗଣମାଧ୍ୟମ ସହ କଥା ହୋଇଥିଲେ । ଆହୁରିମଧ୍ୟ ତାଙ୍କ ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ କହିଥିଲେ କି , ତାଙ୍କ ଝିଅ ଆଗକୁ ବଢ଼ିବ ସେଥିପାଇଁ ମୁମ୍ବାଇ ପଳାଇବ , ଏପଟେ ବାବୁଶାନ ନିଜ ପରିବାର ସହ ଖୁସିରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *