ଦେଖନ୍ତୁ ଭିଡ଼ିଓ:- ପ୍ରତିଶୋଧ ପରାୟଣ ହୋଇ ପଡ଼ିଲା ନାଗୁଣୀ, ଘଣ୍ଟା ଘଣ୍ଟା ଧରି ଫଣା ଟେକି ଗର୍ଜିଲା ନାଗୁଣୀ : ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରନ୍ତି ନାହିଁ। ସେହିଭଳି ଆଉ କିଛି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ତେବେ ଏହି ଭାଇରାଲ ଭିଡ଼ିଓରେ ଆପଣ ନାଗୁଣୀର କୋପ ଦେଖିବାକୁ ପାଇବେ। ତେବେ ଏହି ସାପକୁ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି।

ସାପ ଅଧିକାଂଶ ସନ୍ତସନ୍ତିଆ ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି। ଏହା ବ୍ୟତୀତ ଅଳିଆ ଆବର୍ଜନାରେ ରହି ନିଜର ବଂଶ ବୃଦ୍ଧି କରାନ୍ତି। ତେବେ ସାପ ମାନଙ୍କ ମଧ୍ୟରୁ ଅହିରାଜ ଏବଂ ନାଗ ସାପ ସବୁଠୁ ଅଧିକ ବିଷଧର ଅଟନ୍ତି। ତେବେ ଏହି ସାପ କାମୁଡିବା ମାତ୍ରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭେନମ୍ ଆଣ୍ଟିଡୋଟ୍ ନେବା ଉଚିତ। ନଚେତ ମୃ-ତ୍ୟୁ ଘଟିଥାଏ। ତେବେ ସାପ କେତେବେଳେ ମଣିଷ ବାସ ସ୍ଥାନକୁ ଚାଲି ଆସେ ତାହା କେହି କହି ପାରିବେ ନାହିଁ।

ସାରା ବିଶ୍ୱରେ ପ୍ରତ୍ୟେକ ଦିନ ସାପ କାମୁଡ଼ାରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି। ପ୍ରତ୍ୟେକ ଦିନ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଜନବସତି ଅଞ୍ଚଳକୁ ଚାଲି ଆସୁଥିବା ସାପକୁ ଉଦ୍ଧାର କରି ପୁଣିଥରେ ଜଙ୍ଗଲରେ ଛଡା ଯାଏ। ଏହିଭଳି ଏକ ଖବର ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲାର ଏକ ଗାଁ ରେ ଏକ ଘର ଭିତରୁ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିବା ନାଗୁଣୀକୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକର ଏକ ଗାଁରୁ ଘର ଭିତରେ ସାପ ପଶି ଯାଇଥିବା ଏକ କଲ୍ ମିର୍ଜାଙ୍କ ପାଖକୁ ଯାଇଥିଲା। ତେବେ କଲ୍ ଆସିବା ପରେ ସଂଗେ ସଂଗେ ସାପକୁ ଉଦ୍ଧାର କରିବା ପାଇଁ ଚାଲି ଯାଇଥିଲେ। ତେବେ ସେଠାରେ ପହଁଞ୍ଚି ଯାହା ଦେଖିବାକୁ ପାଇଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେଠାରେ ଘଟିଥିବା ସମସ୍ତ ଘଟଣାକୁ ନିଜ କ୍ୟାମେରାରେ କଏଦ କରି ନିଜ ୟୁଟୁବ ଚ୍ୟାନେଲରେ ଅପଲୋଡ଼ କରିଛନ୍ତି। ତେବେ ଆସନ୍ତୁ ଜାଣିବା କଣ ଘଟିଥିଲା।

ସାପ ଧରାଳି ମିର୍ଜା ଗାଁ ଭିତରେ ପହଞ୍ଚି ସିଧାସଳଖ ନାଗୁଣୀ ପାଖକୁ ଯାଇଥିଲେ। ନାଗୁଣୀ ମୁଁହରେ ରକ୍ତ ଲାଗିଥିବା ଦେଖିବାକୁ ପାଇଲେ। ଏହାପରେ ସେ ପଚାରି ବୁଝିଲା ବେଳେକୁ ଜାଣିବାକୁ ପାଇଲେ ଯେ ନାଗୁଣୀଟି ଏକ ମୂଷାକୁ ଖାଇଦେଇଛି। ତାହା ମୂଷାର ରକ୍ତ ବୋଲି ଜଣା ପଡିଲା। ସାପଟି ନିଜ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢି ଯାଇଥିଲା।

ଏହା ପରେ ମିର୍ଜା ଗଛ ପାଖକୁ ଯାଇ ନିଜ ବାଡ଼ି ସାହାଯ୍ୟରେ ସାପକୁ ଉଦ୍ଧାର କଲେ ଏବଂ ସାପକୁ ସେ ଆଣିଥିବା ଥଳି ରେ ଭର୍ତ୍ତି କରି ନେଇ ଯାଇଥିଲେ। ଏହାପରେ ଯିବା ପୂର୍ବରୁ ସେ ଆଉ ଏକ ସତର୍କ କଥା କହିଥିଲେ କି ସାପ କାମୁଡ଼ିଲେ କୌଣସି ଗୁଣି ଗାରେଡି ଉପରେ ବିଶ୍ୱାସ ନ କରି ଡାକ୍ତରଖାନା ଯାଇ ଚିକିତ୍ସା କରାନ୍ତୁ।

Leave a Reply

Your email address will not be published. Required fields are marked *