ଗୁପଚୁପ୍ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ, ଦେଖନ୍ତୁ କିପରି ପ୍ରସ୍ତୁତ ହେଉଛି ଆପଣଙ୍କ ପ୍ରିୟ ଗୁପଚୁପ୍

ଆମ ସମସ୍ତଙ୍କର ପ୍ରିୟ ଗୁପଚୁପ୍ ହୋଇଥାଏ । ବଜାର ଯାଇ ଗୁପଚୁପ୍ ନ ଖାଇଲେ ମନ ଆଦୌ ମାନେ ନାହିଁ । ଆଉ ଏହାକୁ ଦେଖିବା ମାତ୍ରେ ପାଟିରୁ ଲାଳ ବାହାରିଯାଏ । ଯେତେ ଖାଇବା ପରେ ବି ମନ ମାନିବାକୁ ରାଜି ନଥାଏ । ତେବେ ଥରେ ଭାବିଛନ୍ତି କି , ଏହା କିପରି ତିଆରି ହୋଇଥାଏ । କେଉଁ ଭଳି ସ୍ଥାନରେ ଏହାକୁ ଲୋକମାନେ ତିଆରି କରନ୍ତି । ଆଉ ଶରୀର ପାଇଁ ଭଲ କି ଖରାପ । ଆଉ ଯଦି ଖରାପ ଗୁପଚୁପ୍ ଖାଇବା ତେବେ ଦେହର ଅବସ୍ଥା କଣ ହେବ ।

ଆଗରୁ ଏହି ଗୁପଚୁପ୍ ବାବଦରେ ଅନେକ ଖବର ସାମ୍ନାକୁ ଆସିଅଛି । ଅନେକ ଲୋକ ଏହାକୁ ଖାଇ ରୋଗରେ ପଡିଛନ୍ତି । ଆଉ ଝାଡା ବାନ୍ତିର ସମ୍ମୁଖୀନ ହୋଇଛନ୍ତି । ତଥାପି ଲୋକେ ସବୁ ଜାଣିଶୁଣି ଏହାକୁ ଖାଇବାକୁ ଛାଡି ନାହାଁନ୍ତି । ତେବେ ବର୍ତ୍ତମାନ ସମୟରେ କଟକ ସହରର ଏଭଳି କିଛି ଗୁପଚୁପ୍ ବିକାଳୀଙ୍କର କାରନାମା ସାମ୍ନାକୁ ଆସିଅଛି । ଯେଉଁମାନେ ସମ୍ପୂର୍ଣ୍ଣ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବା ସ୍ଥାନର ଆଖପାଖରେ ରହୁଛନ୍ତି ଆଉ ଦେହ ପାଇଁ ଆଣି ଦେଉଛନ୍ତି ବିପଦ ।

ଏଭଳି ଦୃଶ୍ୟ କଟକ ସହର ବାଦାମବାଡ଼ିର ଶଙ୍କରପୁର ଅଞ୍ଚଳର ନାକେଇପଡ଼ିଆର ଅଟେ । ଆଉ ଅଞ୍ଚଳଟି ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି । ତେବେ ଏହି ଅଞ୍ଚଳରେ ରହୁଥିବା ଲୋକମାନେ ନିଜର ଜୀବିକା ନିର୍ବାହ ପାଇଁ ଗୁପଚୁପ୍ ତିଆରି କରିଥାନ୍ତି । ଆଉ ତାକୁ ବିକ୍ରୟ କରି ଦୁଇ ପଇସା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଗୁପଚୁପ୍ ତିଆରି କରିବା ସମୟରେ ସେହି ଗୁପଚୁପ୍ ଗୁଡିକ ଉପରେ ମାଛି ଭଣଭଣ ହୋଇଥାଏ । ଆଉ ତାକୁ ସେମାନେ ନେଇ ଲୋକମାନଙ୍କୁ ବିକ୍ରୟ କରିଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ଅଭିଯୋଗ ଆସିବା ପରେ କଟକ ସିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ ସେଠାରେ ଚଢ଼ାଉ କରିଥିଲା । ବୁଲା ବିକାଳୀ ମାନଙ୍କର ଗୁପଚୁପ୍ ର ମାନ ପରୀକ୍ଷା କରି ସେଗୁଡିକୁ ନଷ୍ଟ କରି ଦିଆଯାଇଥିଲା । ତେବେ ସୂଚନା ଅନୁଯାୟୀ , ବର୍ତ୍ତମାନ ଏହି ବୁଲା ବିକାଳୀ ମାନଙ୍କୁ ଖାଦ୍ୟ ସୁରକ୍ଷା ବିଷୟରେ ଅବଗତ କରାଯିବ । ଆଉ ଆଗକୁ ଯେମିତି ସେମାନେ ଏଭଳି କାମ ନ କରନ୍ତୁ , ସେ ବିଷୟରେ ସୂଚନା ପ୍ରଦାନ କରାଯିବ । ଆଉ କଟକର ଏଭଳି ଗଳି ଗଳି ବୁଲି ଚଢ଼ାଉ କରାଯିବ ଏବଂ ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯିବ ।

Leave a Reply

Your email address will not be published. Required fields are marked *