ପ୍ରେମ କରି ଯାଇଥିଲେ ଜେ-ଲ , ଜେ-ଲରୁ ଫେରି ବିବାହ କଲେ ପ୍ରେମିକାଙ୍କୁ :-

ପ୍ରେମ ଗୋଟିଏ ଏମିତି ସ-ମ୍ପର୍କ ଯାହା କାହାକୁ ଭଲ ବାଟକୁ ନେଇଆସେ ତ କାହାକୁ ଖରାପ ଦିଗକୁ ନେଇଯାଏ । ପୁଣି ପ୍ରେମ ପାଇଁ କିଏ କାହାର ହ-ତ୍ୟା ବି କରି ଦେଉଛି । ପ୍ରେମ ପାଇଁ କେହି ଜେ-ଲ ଯିବାକୁ ମଧ୍ୟ ପଛାଉ ନାହାଁନ୍ତି । ତେବେ ଏହିପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଯିଏକି ଏହି କାହାଣୀ ଶୁଣିବେ ସେ ନିଶ୍ଚିତ ଭାବିବେ ଯେ ଆଜିକା ଯୁଗରେ ବି କଣ ଏମିତି ପ୍ରେମ ରହିଛି ?

ତେବେ ଏପରି ଏକ ଘ-ଟଣା ଘ-ଟିଛି କଳାହାଣ୍ଡି ଜିଲ୍ଲାରେ । ଯେଉଁଠି ଜଣେ ଯୁବକ ପ୍ରେମ କରି ଜେ-ଲ ଯାଇଥିଲେ । ଆଉ ତାଙ୍କ ପ୍ରେମରେ ଏପରି ସତ୍ୟତା ଥିଲା ଯେ ଜେ-ଲରୁ ବାହାରି ସେଇ ପ୍ରେମିକାକୁ ହିଁ ବିବାହ କରିଥିଲେ । ତେବେ ବାସ୍ତବ ଘ-ଟଣା ଏହା ଯେ କଳାହାଣ୍ଡି ଜିଲ୍ଲା କାଶିବାହାର ଗ୍ରାମରେ ଜଣେ ଯୁବକ ସେଠାକାର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବକଙ୍କ ନାମ ସୁଚେତା ସରାବ ଏବଂ ଯୁବତୀଙ୍କ ନାମ ଅଙ୍କିତା ସରାବ ।

ତେବେ ଉଭୟେ ପରସ୍ପରକୁ ପ୍ରେମ କରୁଥିଲେ ହେଁ ଝିଅର ବୟସ ହୋଇନଥିବା କାରଣରୁ ଝିଅର ପରିବାର ଲୋକେ ଯୁବକଙ୍କ ନାମରେ କେ-ସ କରୁଥିଲେ । କେସ ଆଧାରରେ ପୋ-ଲିସ ଯୁବକଙ୍କୁ ଗି-ରଫ କରିଥିଲା । ଅନେକ ଦିନ ଜେ-ଲରେ ରହିବା ପରେ ଯୁବକ ଘରକୁ ଫେରିଥିଲେ । ସେତେବେଳକୁ ଯୁବତୀଙ୍କର ବୟସ ହୋଇ ଯାଇଥିଲା । ତେଣୁ ଉଭୟ ପରିବାର ମଧ୍ୟ ସେମାନଙ୍କ ସମ୍ପ-ର୍କକୁ ଗ୍ରହଣ କରି ବିବାହ କରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ।

କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଫିସରେ ଉଭୟ ପରିବାର ସେମାନଙ୍କ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ । କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପୁରାଙ୍କ ଉପସ୍ଥିତିରେ ପୁଅ ଝିଅ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ଏବଂ ସମସ୍ତଙ୍କ ଉପସ୍ଥିତିରେ ବିବାହ କରିଥିଲେ । ତେବେ ବର୍ତ୍ତମାନ ସମୟରେ ଏହି ବିବାହ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମସ୍ତେ ଖୁସି ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *