ପ୍ରେମିକ ସହ ମିଶି ସ୍ତ୍ରୀ ଉତାରି ଦେଲା ସ୍ୱାମୀ ପିଠିରୁ ଚୋପା ।

ସ୍ତ୍ରୀ ଯୋଜନା ବଦ୍ଧ ଭାବେ ସ୍ୱାମୀକୁ କରିଛି ଆକ୍ରମଣ । ଆକ୍ରମଣ ତ ଆକ୍ରମଣ ସାଙ୍ଘାତିକ ଆକ୍ରମଣ । ଆକ୍ରମଣ ରେ ସ୍ୱାମୀ ଏମିତି ଘାଇଲା ହୋଇଛି ଯେ ସ୍ୱାମୀ ଉଠି ପାରୁନି କି ବସି ପାରୁନି କି ଗୋଡ଼ ହାତ ହଲେଇ ପାରୁନି । ସ୍ତ୍ରୀର ପ୍ରେମିକ ଏମିତି ବାଡେଇଛି ଯେ ସ୍ୱାମୀର କୌଣସି ଜାଗା ମଧ୍ୟ ଛାଡିନି । ସ୍ୱାମୀ ଯେତେ ନେହୁରା ହେଉଥିଲା ସ୍ତ୍ରୀର ପ୍ରେମିକର ଯେତେ ଗୋଡ଼ ହାତ ମଧ୍ୟ ଧରୁଥିଲା ।

କିନ୍ତୁ ସ୍ତ୍ରୀର ପ୍ରେମିକାର କଠୋର ହୃଦୟ ଆଦୌ ପରିବର୍ତ୍ତନ ହେଉ ନଥିଲା । ସ୍ୱାମୀ ଶେଷରେ ଜୀବନ ବିକଳରେ ନିଜ ଜୀବନକୁ ବଞ୍ଚାଇବାକୁ କରିଥିଲା ଆପ୍ରାଣ ଉଦ୍ୟମ । ସ୍ତ୍ରୀ ଥିଲା ବାପାଙ୍କ ଘରେ ସ୍ୱାମୀ ଯାଇଥିଲା ସ୍ତ୍ରୀଙ୍କୁ ଭେଟିବା ପାଇଁ । ସ୍ୱାମୀ ଶଶୁର ଘର ଯିବା ସମୟରେ କେତେ ଖୁସିରେ ଯାଇଥିଲା । ଭାବିଥିଲା ଶଶୁର ଘରେ ଜ୍ବାଇଁ ଚର୍ଚ୍ଚା ହେବ । ସ୍ୱାମୀ ଭାବିଥିଲେ ଶଶୁର ଘରେ ଭଲ ଭଲ ଖାଇବାକୁ ମିଳିବ । ଆଉ ତାହା ହିଁ ହୋଇଥିଲା ଭଲ ଭଲ ଖାଇବାକୁ ବି ମିଳିଥିଲା । ସ୍ୱାମୀ ଦିନରେ ଆଉ ରାତିରେ ଭଲ ଭଲ ଖାଇବା ଖାଇଥିଲେ ।

ହେଲେ ଯେତେବେଳେ ସ୍ୱାମୀ ଖାଇ ପିଇ ଟିକେ ଶାନ୍ତିରେ ଶୋଇବାକୁ ଖଟ ଉପରକୁ ଯାଇଥିଲେ । ଶଶୁର ଘରେ ଟିକେ ଶାନ୍ତି ନିଦ ପାଇ ଖାଲି ନିଦରେ ଆଖି ଲାଗିଛି କି ନାହିଁ । ସ୍ତ୍ରୀ ଡାକିଦେଇଥିଲା ଗାଁ ପ୍ରେମିକକୁ । ଆଉ ପ୍ରେମିକ ଆସି ଯାହା କରିଥିଲା ତାହା ସ୍ୱପ୍ନରେ ସୁଦ୍ଧା ସ୍ୱାମୀ କେବେ ଚିନ୍ତା କରିନଥିଲେ । ସ୍ୱାମୀ ନିଦରେ ସୋଇଯିବା ପରେ ସ୍ତ୍ରୀ ପୂର୍ବ ଯୋଜନା ମୁତାବକ ପ୍ରେମିକାକୁ ଡାକିଦେଥିଲେ । ଆଉ ତା ପରେ ପ୍ରେମିକ ପହଞ୍ଚି ନିଦରେ ସୋଇଥିବା ସ୍ୱାମୀର ମୁହଁକୁ ହାତକୁ ଗୋଡ଼କୁ ଅନ୍ଧାରିଆ ପିଟି ଚାଲିଥିଲେ ।

କିଛି ବୁଝା ପଡୁନଥିଲା କେବଳ ଶୁଭୁଥିଲା ଦୁମ ଦାମ ଆଉ ଭୁସ ଭାସ। ସ୍ୱାମୀ କହୁଥିଲା ମତେ କାଇଁ ମାରୁଛ ମୁଁ କଣ କରିଛି ତୁମର ହେଲେ ପ୍ରେମିକ କିନ୍ତୁ କିଛି କଥା ନଶୁଣି ପିଟି ଚାଲିଥିଲା ସ୍ୱାମୀକୁ । ସ୍ୱାମୀ ଯେତେବେଳେ ଦେଖିଲେ ପ୍ରେମିକ ବାବୁ ଜଣଙ୍କ ତାଙ୍କୁ ମାରୁ ମାରୁ ଜୀବନରୁ ମଧ୍ୟ ମାରି ଦେଇ ପାରନ୍ତି ସେତେବେଳେ ସ୍ୱାମୀ ଚିନ୍ତା କଲେ ତାଙ୍କ ବେକରେ ଆଉ ମୁଣ୍ଡରେ ଯେମିତି ଛୋଟ ନ ବାଜୁ ।

ତେଣୁ ସ୍ୱାମୀ ଚିତ୍କାର କରିବାକୁ ଆରମ୍ଭ କରିଦେଲେ ସ୍ୱାମୀ ଚିତ୍କାର କରି ଗ୍ରାମବାସୀ ମାନଙ୍କୁ ଡାକିବାକୁ ଚେଷ୍ଟା କଲେ । ଆଉ ସ୍ୱାମୀଙ୍କ ବିକଳ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଧାଇଁ ଆସିଲେ ।ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଡାକ୍ତର ଖାନାକୁ ନେବାକୁ ମଧ୍ୟ ନେଇଗଲେ । କାରଣ ମୋ ଅବସ୍ଥା ସେତେବେଳେ ଭାରି ସାଙ୍ଘାତିକ ଥିଲା ବୋଲି କହିଛନ୍ତି ନିଜେ ସ୍ୱାମୀ । ଚାଲିଶରୁ ଉର୍ଦ୍ଧ ଚୋଟ ଖାଇବା ପରେ ମୁଁ ଅଧା ମଲା ହେଇଯାଇଥିଲି । କେବଳ ଚିତ୍କାର କରି ଗ୍ରାମବାସୀ ମାନଙ୍କୁ ଡାକିବା ଛଡା ନିଜ ଜୀବନ ବଞ୍ଚାଇବାକୁ ମୋ ପାଖରେ ଆଉ ଅନ୍ୟକିଛି ଉପାୟ ନଥିଲା । ମୁଁ ଏବେ ଭାବୁଛି ଶଶୁର ଘର ଯିବା ମୋର ଭୁଲ ହେଇଗଲା ।

ହେଲେ ମୁଁ କିନ୍ତୁ ଆଦୌ ଜାଣି ନଥିଲି ମୋ ସ୍ତ୍ରୀ ଏମିତି କାଳ ନାଗୁଣୀ ସାଜି ମତେ ଦଂଶନ କରିବ ବୋଲି । ମୁ ଜାଣିନଥିଲି ମୋ ସ୍ତ୍ରୀ ତା ପ୍ରେମିକଙ୍କୁ ଲଗାଇ ମତେ ଏମିତି କ୍ଷତ ବିକ୍ଷତ କରିବ ବୋଲି । ଯଦି ମୁଁ ଏସବୁ ଆଗରୁ ଜାଣିଥାନ୍ତି ତାହାଲେ ମୁଁ କେବେ ହେଲେ ତାଙ୍କ ଘର ମାଟି ମଧ୍ୟ ମାଡି ନଥାନ୍ତି । ଜ୍ବାଇଁ ପୁଅର ସମ୍ନାନ ପାଇବା ବଦଳରେ ମୁଁ ଚୋଟ ଖାଇଲି ଯାହା ମତେ ସାଙ୍ଘାତିକ କଷ୍ଟ ଦେଲା ।

ବନ୍ଧୁଗଣ ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ କମାର ଗ୍ରାମରେ । ଏହି ଗ୍ରାମର ଶମ୍ଭୁନାଥ ଦଳେଇ ତାଙ୍କ ସ୍ତ୍ରୀଙ୍କ ସହ ବେଶ ଖୁସିରେ ଥିଲେ । ଆଉ ତାଙ୍କର ମଧ୍ୟ ଦୁଇଟି ପିଲା ଅଛନ୍ତି । ହେଲେ ସ୍ତ୍ରୀ ନିଜ ସ୍ୱାମୀ ଆଉ ଦୁଇ ଦୁଇଟି ପିଲାଙ୍କୁ ଛାଡି ବାପାଙ୍କ ଘର ଗ୍ରାମରେ ଜଣେ ଯୁବକଙ୍କୁ ମନ ଦେଇଥିଲେ । ଆଉ ଯାହା ଫଳରେ ପ୍ରେମକଙ୍କୁ ଲଗାଇ ସ୍ୱାମୀଙ୍କୁ ମାଡ଼ ମାରିଥିଲେ ।

ସ୍ୱାମୀଙ୍କୁ ଏପରି ଭାବେ ମାଡ଼ ମାରିଥିଲେ ଯେ ସ୍ୱାମୀଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଛି ।ଆଉ ସ୍ୱାମୀ ବର୍ତ୍ତମାନ ଡାକ୍ତର ଖାନା ବେଡ଼ରେ ଥିବା ବେଳେ ସ୍ୱାମୀ କହୁଛନ୍ତି ଦୋଷୀକୁ ଉପୁଯୁକ୍ତ ଦଣ୍ଡ ଦିଆ ଯାଉ । ତେବେ ଦେଖିବାକୁ ବାକି ରହିଲା ସ୍ୱାମୀଙ୍କୁ ନ୍ୟାୟ ମିଳୁଛି କି ନାହିଁ ।

Leave a Reply

Your email address will not be published. Required fields are marked *