ପ୍ରେମିକାର ଧୋକାରେ ଆଉ ଏକ ପ୍ରେମିକର ଆ-ତ୍ମହ-ତ୍ୟା । ତୁମ ବିନା ବଞ୍ଚିବାର କିଛି ମାନେ ନାହିଁ :-

ବର୍ତ୍ତମାନ ସମୟରେ ପ୍ରେମରେ ପ୍ରତାରଣାର ଶିକାର ହୋଇ ଆ-ତ୍ମହ-ତ୍ୟା କରୁଥିବା ମାମଲା ସାଧାରଣ ହୋଇଗଲାଣି । କେତେବେଳେ ପ୍ରେମିକର ଧୋକାରେ ପ୍ରେମିକା ଆ-ତ୍ମହ-ତ୍ୟା କରୁଛି ତ କେତେବେଳେ ପ୍ରେମିକ ଆତ୍ମହତ୍ୟା କରୁଛି । ଏଇ ନିକଟରେ ଏପରି ଅନେକ ଘଟଣା ଶୁଣିବାକୁ ମିଳିଛି ଯେଉଁଠି ଅନେକ ଯୁବକ କେବଳ ପ୍ରେମ ପାଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ମାମଲା ବିଷୟରେ କହିବୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଖୋର୍ଦ୍ଧାର ଅଟେ । ତେବେ ଘଟଣା ଅନୁଯାୟୀ ସୌମ୍ୟରଞ୍ଜନ ନାମକ ଜଣେ ଯୁବକ ଟ୍ରେନଲାଇନରେ ଆ-ତ୍ମ-ହ-ତ୍ୟା କରିଛନ୍ତି । ଏହାର କାରଣ ପ୍ରେମିକା ଧୋ-କା ଦେଇଥିବା କାରଣରୁ ବୋଲି ସେ କହିଛନ୍ତି । ତେବେ ସୌମ୍ୟରଞ୍ଜନ ଚାକିରୀ ମଧ୍ୟ କରୁଥିଲେ । ପୁଣି ଜଣେ ଯୁବତୀଙ୍କୁ ମନ ଦେଇ ଭଲ ମଧ୍ୟ ପାଉଥିଲେ ।

କିନ୍ତୁ ହଠାତ ତାଙ୍କର ଆ-ତ୍ମହ-ତ୍ୟା ଏବଂ ଆ-ତ୍ମହ-ତ୍ୟା ଆଗରୁ ହ୍ଵାଟସଏପ ଷ୍ଟେଟସ ଅପଲୋଡ଼ ସମସ୍ତଙ୍କୁ ସ୍ତବ୍ଧ କରିଛି । ସୌମ୍ୟରଞ୍ଜନ ଗତକାଲି ଟ୍ରେନ ଟ୍ରାକରେ ଜୀବନ ହାରି ଦେଇଛନ୍ତି । ଟ୍ରେନ ଟ୍ରାକରୁ ମୃ-ତଦେହ ଉଦ୍ଧାର କରାଯିବା ପରେ ପୋଲିସ ତ-ଦ-ନ୍ତ ଆରମ୍ଭ କରିଛି । ସୌମ୍ୟରଞ୍ଜନଙ୍କ ବାପାଙ୍କ ଅନୁଯାୟୀ ଆ-ତ୍ମ-ହ-ତ୍ୟା ପୂର୍ବରୁ ସୌମ୍ୟରଞ୍ଜନ ନିଜ ସାନ ଭାଇଙ୍କୁ କଲ କରିଥିଲେ । ଏମିତିକି ବାପା ମା ଙ୍କୁ କେବେ ଦୁଃଖ ନଦେବାକୁ ମଧ୍ୟ କହିଥିଲେ ।

ଏପରି କହିବା ପରେ ନିଜ ପ୍ରେମିକା ପାଇଁ ଜୀବନ ଦେବାକୁ ଯାଉଥିବା ମଧ୍ୟ ଜଣାଇଥିଲେ ନିଜ ସାନ ଭାଇକୁ । ସାନ ଭାଇକୁ ଏକ ଫୋନ ନମ୍ବର ମଧ୍ୟ ଦେଇଥିଲେ । ସାନ ଭାଇ ବୁଝାଇବା ସତ୍ତ୍ୱେବି ସୌମ୍ୟରଞ୍ଜନ ମନକୁ ବୁଝାଇ ପାରିନଥିଲେ । ପୁଣି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ ସୌମ୍ୟରଞ୍ଜନ ଗତ ୫ ଦିନ ହେବ ମାନସିକ ଚାପଗ୍ରସ୍ତ ଥିଲେ । ସେଥିପାଇଁ ତାଙ୍କୁ ସବୁବେଳେ ନଜରରେ ରଖା ଯାଉଥିଲା । କିନ୍ତୁ ଗତକାଲି ରାତିରେ ସେ ଏକୁଟିଆ କୁଆଡ଼େ ପଳାଇ ଯାଇଥିଲେ । ଖୋଜାଖୋଜି ପରେ ତାଙ୍କ ହ୍ଵାଟସଏପ ଷ୍ଟେଟସରୁ ସେ ନିଜର ଦୁଇ ହାତ କାଟି ଦେଇଥିବା ଜଣା ପଡ଼ିଥିଲା ।

ଏହାକୁ ନେଇ ସୌମ୍ୟରଞ୍ଜନ ତାଙ୍କୁ ଖୋଜାଖୋଜି କରିବାକୁ ସମସ୍ତଙ୍କୁ ମନା କରିଥିଲେ ଏବଂ ନିଜେ ଆ-ତ୍ମହ-ତ୍ୟା କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ । ଏହା ଜାଣିବା ପରେ ସୌମ୍ୟରଞ୍ଜନଙ୍କ ମାମୁ ପୋଲିସ ଟଲଫ୍ରି ନମ୍ବରକୁ କଲ କରି ଜଣାଇ ଥିଲେ । କିନ୍ତୁ ପୋଲିସ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନଥିଲା । ତେଣୁ ପୋଲିସର ଅବହେଳା ଅନୁଯାୟୀ ସୌମ୍ୟରଞ୍ଜନଙ୍କ ଜୀବନ ଯାଇଥିବା ଅଭି-ଯୋଗ ହେଉଛି । ଏପଟେ ପୁଅକୁ ହରାଇ ବାପା ମା ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ତେଣୁ ନିଜ ପୁଅ ମାମଲାର ସଠିକ ତଦନ୍ତ କରି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *