ନିମାପଡ଼ା ଦହିଜଙ୍ଗ ବ୍ରିଜ ଉପରେ ଘୁରି ବୁଲୁଛି ବିଷ୍ଣୁର ଆତ୍ମା । ପୋଥିକଙ୍କୁ ପଚାରୁଛି ” ମୋତେ ନ୍ୟାୟ କେବେ ମିଳିବ ? ” :-

କେବେ କେଜାଣି ଦୁନିଆରେ ପ୍ରେମ ପାଇଁ ଲୋକେ ବଳି ପଡ଼ିବା ବନ୍ଦ ହେବ ? କେଉଁଠି କିଏ ହତ୍ୟା କଲାଣି ତ କିଏ କେଉଁଠି ଆ-ତ୍ମହ-ତ୍ୟା କଲାଣି । ପୁଣି ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବୁ ଯାହା ଜାଣିଲେ ଆପଣ ବି ଦୁଃଖିତ ହେବେ । କେତେ ଆଶା ନେଇ ପ୍ରେମିକ ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇଥିଲା । କିନ୍ତୁ ଦେଖା କରିବା ତ ଦୂରର କଥା ସେ ଆଉ ଘରକୁ ଫେରିଲେ ନାହିଁ । ଆଉ ଦଳିତ ପରିବାର ହୋଇଥିବାରୁ ନ୍ୟାୟ ମଧ୍ୟ ମିଳି ପାରୁନାହିଁ । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଦକ୍ଷିଣାସାହି ଅଞ୍ଚଳର ଏକ ଦଳିତ ପରିବାର ଆଜି ଯାଏଁ ନିଜ ପୁଅର ମୃ-ତ୍ୟୁ ପାଇଁ ନ୍ୟାୟ ଆଶାରେ ରହିଛି । ତଥାପି ଦୀର୍ଘ ମାସ ବିତି ଯାଇଥିଲେ ବି କୌଣସି ନ୍ୟାୟ ମିଳିପାରି ନାହିଁ । ଦଳିତ ପରିବାର ହୋଇଥିବାରୁ ତାଙ୍କର ଯେମିତି ନ୍ୟା-ୟର ଅଧିକାର ନାହିଁ ଭଳି ପ୍ରତୀତ ହେଉଛି । ତଥାପି ଆଖିରେ ଅନେକ ଆଶା ରଖି ଅନେକ ବସିଛନ୍ତି । ପ୍ରେମ ପାଇଁ ବଳି ପଡ଼ିଥିବା ନିଜ ପୁଅକୁ ନ୍ୟା-ୟ ନମିଳିଲେ ସେମାନେ ବଞ୍ଚି କଣ କରିବେ ବୋଲି କହିଛନ୍ତି ।

ତେବେ ସୂଚନା ଅନୁଯାୟୀ ନିମାପଡ଼ା ଦକ୍ଷିଣାସାହିର ବଳରାମ ଭୋଇଙ୍କ ପୁଅ ବିଷ୍ଣୁ ଭୋଇ ନିମାପଡ଼ା ଦହିଜଙ୍ଗ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଏମିତିକି ଯୁବତୀ ଜଣକ ନିଜ ଘର ଛାଡ଼ି ବିଷ୍ଣୁଙ୍କ ଘରକୁ ପଳାଇ ଆସିଥିଲେ ଏବଂ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକେ ସେଠାକୁ ଆସି ବିବାହ କରାଇବାର ମିଛ ପ୍ରତିଶୃତି ଦେଇ ଯୁବତୀଙ୍କୁ ସେଠାରୁ ନେଇ ଯାଇଥିଲେ । ଏହାପରେ ଅଗଷ୍ଟ ୧୦ , ୨୦୨୧ ରେ ଯୁବତୀ ଜଣକ ଯୁବକଙ୍କୁ ଦେଖା କରିବା ପାଇଁ ଡାକି ପଠାଇ ଥିଲେ ।

ଆଉ ପ୍ରେମିକାକୁ ଦେଖା କରିବା ପାଇଁ ଖୁବ ଖୁସିରେ ଘରୁ ବାହାରି ଯାଇଥିଲେ ଯୁବକ । କିନ୍ତୁ ଆଉ ଫେରି ନଥିଲେ । ଆଗାମୀ ଦିନ ଅର୍ଥାତ ଅଗଷ୍ଟ ୧୧ ରେ ବିଷ୍ଣୁଙ୍କ ମୃତ ଦେହ ଦହିଜଙ୍ଗ ନିକଟସ୍ଥ ଏକ ନିର୍ମାଣାଧୀନ ପୋଲ ତଳୁ ମିଳିଥିଲା । ଏହାକୁ ପରିବାର ଲୋକେ ହ-ତ୍ୟା ଅଭିଯୋଗ କରି ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

କିନ୍ତୁ ଦୀର୍ଘ ମାସ ବିତିଯାଇଥିବା ସତ୍ତ୍ୱେବି ଯୁବକଙ୍କ ପରିବାରକୁ ନ୍ୟାୟ ମିଳି ପାରିନାହିଁ । ଦଳିତ ପରିବାର ହୋଇଥିବାରୁ ନ୍ୟାୟ ମିଳୁନାହିଁ ବୋଲି କହିଛନ୍ତି ପରିବାର ଲୋକେ । ତେଣୁ ସେମାନେ ନ୍ୟା-ୟ ନମିଳିଲେ ଜୀବନ ହାରି ଦେବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ପ୍ରଶାସନ ମାମଲାର ତଦନ୍ତ କରି ପରିବାରକୁ ନ୍ୟାୟ ଦେଉଛି ନା ନିରୀହ ଜୀବନ ଗୁଡ଼ିକୁ ମରିବା ପାଇଁ ଛାଡ଼ି ଦେଉଛି ।

Leave a Reply

Your email address will not be published. Required fields are marked *