ସାମ୍ନାକୁ ଆସିଲା ଭିଡ଼ିଓ । କାହିଁକି ଏମିତି କରିଥିଲେ ପୁନମ୍ ପାଣ୍ଡେ କହିଲେ ସତ ।

ବଞ୍ଚିଛନ୍ତି ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେ । ସମସ୍ତଙ୍କୁ ଆଉ ଏକ ଝଟକା ଦେଲେ କଣ୍ଟ୍ରୋଭର୍ସି କୁଇନ ପୁନମ୍ । ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି କହିଲେ ମୁଁ ବଞ୍ଚିଛି । ଗତକାଲି ମରିଥିଲେ ହେଲେ ଆଜି ସେ ବଞ୍ଚିଥିବା ଖବର ସାମ୍ନାକୁ ଆସୁଛି । ବୋଲ୍ଡ ଫଟୋ ଓ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ବେଶ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ । ହେଲେ ଏବେ ନିଜ ଉପରେ ନିଜେ ହିଁ ଭାରି ପଡିଯାଇଛନ୍ତି ।

ଏବେ ଅଡୁଆରେ ପଡିଛନ୍ତି ପୁନମ ପାଣ୍ଡେ । କାରଣ ନିଜେ ହିଁ ନିଜ ମୃତ୍ୟୁର ମିଛ ନାଟକ ରଚିଥିଲେ । ଆଜ୍ଞା ହଁ ବନ୍ଧୁଗଣ ଗତ ଫେବୃଆରୀ ୨ ତାରିଖରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ମାତ୍ର ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ଅଭିନେତ୍ରୀ ପ୍ରାଣ ହରାଇଥିବା କୁହାଯାଇଥିଲା ।

ଏନେଇ ପୁନମଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ମ୍ୟାନେଜର ଏକ ପୋଷ୍ଟ ଶେୟାର କରି ସୂଚନା ଦିଆଯାଇଥିଲେ । ତେବେ ପୁନମଙ୍କ ଅଚାନକ ବିୟୋଗକୁ ନେଇ ତାଙ୍କର ଅଗଣିତ ପ୍ରଶଂସକ ହତବାକ୍ ହୋଇଯାଇଥିବା ବେଳେ ତାଙ୍କର ମୃତ୍ୟୁ ଖବରର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ହେଲେ ବର୍ତ୍ତମାନ ଏହି ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ପୁନମ ପାଣ୍ଡେ ନିଜେ ଲୋକମାନଙ୍କର ଏହି ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ମୁଁ ବଞ୍ଚିଛି । ମୁଁ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ନୁହେଁ ବୋଲି ମଧ୍ୟ ସେ ଭିଡିଓରେ କହିଛନ୍ତି । ତେବେ ପୁନମ୍ ଜୀବିତ ଥିବା ନେଇ ଭିଡିଓ ସାମ୍ନାକୁ ଆସିବା ପରେ ଏନେଇ ଅଭିନେତ୍ରୀଙ୍କୁ ଖୁବ୍ ଟ୍ରୋଲ କରାଯାଉଛି । ମୃତ୍ୟୁର ମିଛ ନାଟକ କରିଥିବାରୁ ଏହି ପ୍ରସଙ୍ଗରେ ପୁନମ୍ ସୋସିଆଲ ମିଡ଼ିଆରେ କ୍ଷମାପ୍ରାର୍ଥନା କରିଛନ୍ତି ।

ଗର୍ଭାଶୟ କର୍କଟକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ପୁନମ୍ କହିଛନ୍ତି । ତେବେ କୌଣସି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ସକରାତ୍ମକ ଦିଗ ରହିଛି । ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମୃତ୍ୟୁ ଗୁଜବ ସୃଷ୍ଟି କରିବାର ସାହାରା ନେବା ବୋଧହୁଏ ଆଦୌ ଗ୍ରହଣୀୟ ନୁହେଁ । ଅନ୍ୟପଟେ ଏହା ପୁନମ୍ ଙ୍କ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *