ବାହାଘର ପ୍ରସେସନରେ ବରକୁ ଜାବୁଡ଼ି ଧରି କାନ୍ଦିଲା ପୁରୁଣା ପ୍ରେମିକା । କନିଆ ରାଗିକି କଲା ଏମିତି ।

ଜଣେ ଯୁବତୀ ଗାଁ ମଝିରୁ ଦୌଡ଼ି ଆସି ବର ବେଶରେ ଥିବା ନିଜ ପ୍ରେମିକକୁ କୁଣ୍ଢେଇ କାନ୍ଦି ପକାଇଲେ । ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମିକକୁ ବିବାହ ନକରିବାକୁ ଅନୁରୋଧ କରୁଥିଲା । ଗୋଟିଏ ଗାଁରେ ବର ବିବାହ କରବାକୁ ଆସିଥିବା ସମୟରେ ଏଭଳି ଏକ ଘଟଣା ଘଟି ଯାଇଛି । ଯେତେବେଳେ ସମସ୍ତେ ବରକୁ ପାଛୋଟି ଆଣିବାକୁ ଯାଇଥିଲେ , ସେହି ସମୟରେ ଗାଁ ମଝିରୁ ଜଣେ ଯୁବତୀ ଆସି ହଠାତ ବରକୁ କୁଣ୍ଢାଇ ପକାଇଥିଲେ ।

ଏପଟେ କୁଣ୍ଢାଇ ଧରି କାନ୍ଦିବା ସହିତ ତାକୁ ଛାଡ଼ି ନଯିବାକୁ ମଧ୍ୟ କହୁଥାଏ । ଘଟଣା ଅନୁଯାୟୀ ଏହି ଦୁଇଜଣ କୁଆଡ଼େ ଦୁଇ ପ୍ରେମୀ ଯୁଗଳ ଅଟନ୍ତି । ବର୍ଷ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ପ୍ରେମ କରି ଆସୁଥିଲେ । ଦୁହେଁ ଆଗକୁ ଯାଇ ବିବାହ କରିବାକୁ ମଧ୍ୟ ଯୋଜନା କରିଥିଲେ ।

କିନ୍ତୁ ସେମାନଙ୍କ ଭଲ ପାଇବାରେ ଘର ଲୋକ ଯେମିତି ଫାଟ ସୃଷ୍ଟି କରି ଦେଇଥିଲେ । ଝିଅର ଛୋଟ ଜାତି ବୋଲି ପୁଅ ଘର ଲୋକେ ଏହି ପ୍ରେମ ବିବାହରେ ରାଜି ହୋଇନଥିଲେ । ଆଉ ପୁଅ ଯେତେବେଳେ ବୁଝାଇଲେ ମଧ୍ୟ ପୁଅ ଘରର ଲୋକେ ସେହି ଝିଅ ସହିତ ତାଙ୍କୁ ବିବାହ କରିବାକୁ ଅନୁମତି ଦେଇ ନଥିଲେ । ଆଉ ପୁଅଟି ସେହିଠାରୁ ସେହି ଝିଅ ସହିତ ପ୍ରେମ ସମ୍ବନ୍ଧ ଭାଙ୍ଗି ତାକୁ ଅନ୍ୟତ୍ର ବିବାହ କରିବାକୁ କହିଥିଲେ । ଆଉ ଏଭଳି ପରିସ୍ଥିତିରେ ପୁଅ ଘର ଲୋକେ ପୁଅର ଅନ୍ୟ ସ୍ଥାନରେ ବିବାହ ମଧ୍ୟ ଠିକ କରି ଦେଇଥିଲେ । କିନ୍ତୁ ସେପଟେ ଝିଅ ଜଣକ ଆଉ କାହାକୁ ବିବାହ କରିବ ନାହିଁ ବୋଲି ଜିଦ ଧରି ବସିଥିଲା ।

ଆଉ ଯେତେବେଳେ ସେ ଜାଣିବାକୁ ପାଇଥିଲା ଯେ ପୁଅର ବିବାହ ଠିକ ହୋଇ ଯାଇଛି ଏବଂ ପୁଅ ଆଜି ବର ବେଶରେ ଆଉ କାହାକୁ ବିବାହ କରିବାକୁ ଯାଉଛି ସେତେବେଳେ ସେ ନିଜକୁ ଆଉ ଅଟକାଇ ପାରି ନଥିଲା । ସେତେବେଳେ ଗାଁ ଭିତରୁ ଦୌଡ଼ି ଆସିଥିଲା ଏବଂ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମିକକୁ ଜାବୁଡ଼ି ଧରି କାନ୍ଦି ପକାଇ ଥିଲା ।

କାନ୍ଦି କାନ୍ଦି ଛାଡ଼ି ନଯିବାକୁ କହୁଥିଲା । ଆଉ ସେହି ସମୟର ଦୃଶ୍ୟ ଯାହା ଭାଇରଲ ହୋଇଛି ତାହାକୁ ଆପଣ ମାନେ ମଧ୍ୟ ଦେଖିଥିବେ । ସେହି ପରିସ୍ଥିତି କିଭଳି ହୋଇଥିବ ତାହା ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ । ଆଉ ସେହି ଠାରୁ ହିଁ ପୁଅର ବିବାହ କୁଆଡ଼େ ଭାଙ୍ଗି ଯାଇଥିଲା । ସେହିଠାରେ ହିଁ ଝିଅକୁ ନିଜର ପୁରୁଣା ପ୍ରେମିକ ସହିତ ବିବାହ କରାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *