ପୁଣିଥରେ ସାମ୍ନାସାମ୍ନି ହେଲେ ବର୍ଷା ଏବଂ ଅନୁଭବ , ବୃଦ୍ଧାଶ୍ରମରେ କଲେ ସେବା…

ଓଲିଉଡର ଲୋକପ୍ରିୟ ଯୋଡି ବର୍ଷା ଏବଂ ଅନୁଭବଙ୍କୁ ସମସ୍ତେ ଜାଣିଥିବେ । ସମସ୍ତେ ସେମାନଙ୍କ ଅନୁଭବର ଦିୱାନା ଅଟନ୍ତି । ସମସ୍ତଙ୍କ ହୃଦୟରେ ସେମାନେ ରାଜ୍ ମଧ୍ୟ କରିଥାନ୍ତି । ତେବେ ଏହି ଲୋକପ୍ରିୟ ଯୋଡିଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା କଥା ସମସ୍ତେ ଜାଣିଛନ୍ତି । ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିଥିଲେ । ଆଉ ନିଜର ବୈବାହିକ ଜୀବନକୁ ଅତ୍ୟନ୍ତ ଆନନ୍ଦର ସହ ଅତିବାହିତ ମଧ୍ୟ କରୁଥିଲେ । ତେବେ ହଠାତ ସେମାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଆଉ ଦୁହେଁ ପରସ୍ପର ଠାରୁ ହୋଇ ଯାଇଥିଲେ ଅଲଗା ।

ତେବେ ଏହା ପଛର ଅନେକ କାରଣ ସାମ୍ନାକୁ ଆସିଥିଲା । ଲୋକେ ଏ ବିଷୟରେ ଅନେକ ଚର୍ଚ୍ଚା ମଧ୍ୟ କରିଥିଲେ । ସୋସିଆଲ ମିଡିଆରେ ଅନେକ ଖବର ଏ ନେଇ ଭାଇରାଲ ହୋଇଥିଲା । ନାନାଦି କଥା ମଧ୍ୟ ଉଠିଥିଲା । ତେବେ ଏହି ବିବାଦ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଥିଲା । ତେବେ ଏବେ ମଧ୍ୟ ଉଭୟଙ୍କର ବିବାଦ ଶେଷ ହୋଇ ପାରୁନାହିଁ । ଉଭୟଙ୍କର ଏ ଯାଏଁ ଛାଡପତ୍ର ହୋଇନାହିଁ । ତେବେ ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଅଛି । 

ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଜି ବାପା ମାଆ ବୃଦ୍ଧାଶ୍ରମ ଜଟଣୀରେ ଦେଖିବାକୁ ମିଳିଥିଲା । ସେ ସେଠାରେ ନିଜର ଜନ୍ମଦିନ ପାଳନ କରି ଖୁସି ମନାଇଥିଲେ । ଆଉ ସେମାନଙ୍କ ସହ ସୁଖ ଦୁଃଖ ବାଣ୍ଟିଥିଲେ । ଏହାବ୍ୟତୀତ କମିଟି ମେମ୍ବର ମାନଙ୍କ ସହ ଫୋଟ ମଧ୍ୟ ଉଠାଇଥିଲେ । ଆଉ ସମସ୍ତଙ୍କ ଗହଣରେ ନିଜ ଜନ୍ମଦିନର କେକ କାଟିଥିଲେ।

ତେବେ ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ମଧ୍ୟ ପଛରେ ନାହାଁନ୍ତି । ସେ ମଧ୍ୟ ଏକ ବୃଦ୍ଧାଶ୍ରମକୁ ଯାଇ ଖାଦ୍ୟ ବଣ୍ଟନ କରିଥିଲେ ଆଉ ସେମାନଙ୍କର ସୁଖ ଦୁଃଖ ପଚାରିଥିଲେ ।

ତେବେ ବର୍ଷାଙ୍କ ପରେ ପରେ ଅନୁଭବ ମଧ୍ୟ ସମାଜସେବାରେ ଲାଗି ପଡିଥିବାର ଦେଖା ଯାଇଛନ୍ତି । ସେ ଅନେକ ବୃଦ୍ଧାଶ୍ରମକୁ ଯାଇ ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କର ସେବା ମଧ୍ୟ କରୁଛନ୍ତି । ତେବେ ସ୍ୱାମୀ ସ୍ତ୍ରୀ ଉଭୟେ ବର୍ତ୍ତମାନ ସମାଜ ସେବାରେ ଲାଗିପଡିଥିବାର ନଜର ଆସୁଛନ୍ତି । ବର୍ଷା ଅନେକ ବୃଦ୍ଧାଶ୍ରମକୁ ଯାଇ ଖାଦ୍ୟ ବାଣ୍ଟିବା ସହ ବସ୍ତି ଅଞ୍ଚଳକୁ ଯାଇ ଖାଦ୍ୟ ବଣ୍ଟନ କରୁଛନ୍ତି । ବର୍ଷା କଟକ ଭୁବନେଶ୍ୱର ଆଦି ଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କର ସେବା କରିବାରେ ଲାଗି ପଡିଛନ୍ତି ।

ନିକଟରେ ସେ ବାପା ମାଆ ବୃଦ୍ଧାଶ୍ରମକୁ ଯାଇ ଖାଦ୍ୟ ବଣ୍ଟନ କରିବା ସହ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି । କେକ କାଟିବା ସହ ଲଡୁ ବାଣ୍ଟିବା ଏବଂ ଫୋଟ ଉଠାଇବାରେ ସେ ଲାଗି ପଡିଥିଲେ । ଆଉ ଏହି ଫୋଟ ସବୁକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଆଉ ଏହି ଫୋଟ ସବୁ ବହୁ ମାତ୍ରାରେ ଭାଇରାଲ ହୋଇଅଛି । ତେବେ ଏହାର କିଛି ସମୟ ପରେ ଅନୁଭବଙ୍କର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଲୋକମାନଙ୍କୁ ଖାଦ୍ୟ ଖୁଆଉଥିବାର ନଜର ଆସିଥିଲେ । ତେବେ ଦୁହିଁଙ୍କର ଏହି ସାହାଯ୍ୟ ପ୍ରକୃତ ନା ଲୋକ ଦେଖାଣିଆ ସେ ବିଷୟରେ ଜାଣି ହେଉନାହିଁ ।

Leave a Reply

Your email address will not be published. Required fields are marked *