ମାନସ ସ୍ୱାଇଁ ମୃତ୍ୟୁ ମାମଲାର ଫିଟୁଛି ଗୁମର , ଭାଇରାଲ ହେଉଛି ମାନସ ସ୍ବାଇଁଙ୍କ ମୃତ୍ୟୁ ପୂର୍ବର ଭିଡ଼ିଓ :- ଦେଖନ୍ତୁ ଭିଡ଼ିଓ

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ମୃତ୍ୟୁ ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଫିଟୁଅଛି । ଗୋଟିଏ ପରେ ଗୋଟିଏ ରହସ୍ୟମୟ କଥା ସାମ୍ନାକୁ ଆସୁଅଛି । ଯାହା ବିଷୟରେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । ଆପଣ ସହଜରେ ଘଟଣା ଗୁଡିକୁ ବିଶ୍ୱାସ କରିପାରିବେ ନାହିଁ । ବାସ୍ତବ ଘଟଣା ଆପଣଙ୍କୁ ଗପ ଭଳି ଅନୁଭବ ହେବ । କିନ୍ତୁ ଯାହା ସବୁ ଖବର ସାମ୍ନାକୁ ଆସିଛି , ତାହା ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ଅତି ନୃଶଂସର ସହ ସେମାନେ ମାନସ ସ୍ୱାଇଁଙ୍କୁ ହ-ତ୍ୟା କରିଛନ୍ତି ।

ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇଙ୍କୁ ପୋଲିସ ଗିରଫ କରିନେଇଛି । ମାନସ ସ୍ବାଇଁଙ୍କୁ ହତ୍ୟା କରିବା ପରେ ସେମାନେ ଏକ ମାସ ଧରି ଭୁବନେଶ୍ୱରରେ ଲୁଚି ବୁଲୁଥିଲେ । ଆଉ ପୋଲିସ ଠାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଶେଷରେ ପୋଲିସ ସେମାନଙ୍କୁ ଗିରଫ କରି ନେଇଥିଲା । ଗୋଟିଏ ମେମୋରୀ ଚିପ୍ସକୁ ନେଇ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଯୋଜନା ବୋଲି ସେମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ପୋଲିସ ତାଙ୍କୁ ଜେରା କରି ସାରିବା ପରେ ମଧ୍ୟ ଭୁବନେଶ୍ବରରେ ଆହୁରି ଲୁଚି ବୁଲୁଥିଲେ ।

ବର୍ତ୍ତମାନ ସମୟରେ ଶର୍ମିଷ୍ଠାଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଦଳ । ସମ୍ପୂର୍ଣ୍ଣ ଭାବରେ ସବୁ ଜିନିଷ ଜାଣିବା ପାଇଁ ଚେଷ୍ଟା କରୁଛି ପୋଲିସ । ତେବେ କେଉଁ କାରଣରୁ ତାଙ୍କୁ ହ-ତ୍ୟା କରାଗଲା , ମେମୋରୀ ଚିପ ରେ ଏଭଳି କେଉଁ ଜିନିଷ ଥିଲା , ଯାହା ପାଇଁ ମାନସଙ୍କୁ ହ-ତ୍ୟା କରିବାକୁ ପଡିଲା , ଏହି ସବୁ କଥାର ସ୍ପଷ୍ଟୀକରଣ ହୋଇ ପାରିନାହିଁ । ସମ୍ପୂର୍ଣ୍ଣ ତଦନ୍ତ ପରେ ସେ ସବୁ ବିଷୟରେ ଜଣାପଡିବ ବୋଲି ପୋଲିସ ଆଶା ରଖିଛି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମାନସ ସ୍ବାଇଁଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଅଛି ।

ତେବେ ଭିଡିଓଟିକୁ ଦେଖିଲେ ଲାଗୁଛି ଯେ , ଏହା ମାନସଙ୍କର ମୃତ୍ୟୁ ପୂର୍ବର ଭିଡ଼ିଓ ଅଟେ , ଯେଉଁଥିରେ ମାନସ ଅତ୍ୟନ୍ତ ଖୁସି ଦେଖା ଯାଉଛନ୍ତି ଆଉ ନିଜ ଜୀବନକୁ ଉପଭୋଗ କରୁଛନ୍ତି । ଭିଡିଓରେ ଦେଖିପାରିବେ କି ମାନସ ନିଜ ଦଳର ଲୋକମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ ଆଉ ସେ ଅତ୍ୟନ୍ତ ଉପଭୋଗ କରୁଥିଲେ । ତେବେ ତାଙ୍କର ଏହି ଖୁସିର ମୁହୂର୍ତ୍ତ ଯେ ଦୁଃଖରେ ପରିଣତ ହୋଇଯିବ , ସେ ଏହି କଥା ସ୍ବପ୍ନରେ ମଧ୍ୟ ଭାବି ନଥିଲେ । ଏପଟେ ଶର୍ମିଷ୍ଠା ରଚୁଥିଲେ ଷଡ଼-ଯନ୍ତ୍ରର ଫାଶ । ଆଉ ନେଇଗଲେ ନିରୀହ ମଣିଷର ଜୀବନ । ତେବେ ଘଟଣା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

Leave a Reply

Your email address will not be published. Required fields are marked *