ପୁରା ପରିବାରର ହ-ତ୍ୟା କରିଥିବା ପୁଅ ଭାଇକୁ ଦେଇଥିଲା ଧମକ । ଜେଲ ଯିବା ପୂର୍ବରୁ କହିଥିଲା , ମୁଁ ପୁଣି ……

ଆଜିକାଲି ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହି ନିଶା କାରଣରୁ ଯେତେ ଭଲ ମଣିଷ ହୋଇଥାଉ ନା କାହିଁକି ତା ହାତରେ ନିଶ୍ଚୟ ଖରାପ କାମ ହୋଇଯାଏ । ତେବେ ଏପରି ଏକ ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ନିଶାଶକ୍ତ ପୁଅ ନିଜର ପୁରା ପରିବାରର ହ-ତ୍ୟା କରିବା ପରେ ନିଜ ଭାଇକୁ ମଧ୍ୟ ହ-ତ୍ୟା କରିବାକୁ ଧମକ ଦେଇଛି । ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଜଣେ 25 ବର୍ଷୀୟ ଯୁବକ ନିଜ ପିତାମାତା, ଭଉଣୀ ଏବଂ ଜେଜେମା’ଙ୍କୁ ହ-ତ୍ୟା କରିଥିଲେ । ଯେଉଁ ମାମଲା ଉପରେ ବର୍ତ୍ତମାନ ଅନେକ ଖୁଲାସା ହୋଇଛି । ଦିଲ୍ଲୀର ଏହି ଛାତିଥରା ହ-ତ୍ୟାକା-ଣ୍ଡର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ତେବେ ଏହି ଘଟଣା ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ପାଲାମ ଅଞ୍ଚଳରେ ନଭେମ୍ବର ୨୨ ତାରିଖ ମଙ୍ଗଳବାର ରାତିରେ ଏହି ହ-ତ୍ୟାକା-ଣ୍ଡ ଘଟିଥିଲା । ତେବେ ଆଶ୍ଚର୍ଯ୍ୟଜନକ କଥା ଏହା ଥିଲା ଯେ ଯୁବକ ଜଣକ ନିଜ ପରିବାରକୁ ହ-ତ୍ୟା କରିବା ସତ୍ତ୍ୱେବି ତାର ମୁହଁରେ କୌଣସି ଦୁଃଖ କିମ୍ବା ପାଶ୍ଚାତାପ ନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

ସେହି ଦିନ ମଙ୍ଗଳବାର ରାତି ପ୍ରାୟ ୧୦ ଟା ସମୟରେ ଏହି ଘଟଣା ଘଟିଥିଲା ​​। ପୋଲିସ ଗୋଟିଏ ପରିବାରର ୪ଟି ମୃତଦେହ ଉଦ୍ଧାର କରିଥିଲା ଏବଂ ଏହି ମାମଲାରେ ପରିବାରର ପୁଅ କେଶବଙ୍କୁ ପୋଲିସ ଗିରଫ କରାଥିଲା । ମୃତ ବ୍ୟକ୍ତିଙ୍କ ମଧ୍ୟରେ କେଶବଙ୍କ ପିତା ଦୀନେଶ , ମାତା ଦର୍ଶନ , ଭଉଣୀ ଉର୍ବଶୀ ଏବଂ ଜେଜେମା ଦେୱାନୋ ଦେବୀ ବୋଲି ପୋଲିସ ଚିହ୍ନଟ କରିଛି । ପୋଲିସ କହିଛି ଯେ ରାତି ପ୍ରାୟ ୧୦ ଟା ବେଳେ ପରିବାରର ଚିତ୍କାର ଶୁଣିବା ପରେ ପଡୋଶୀମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଘରେ ପହଞ୍ଚିବା ପରେ ସେଠାରେ ଘଟଣାସ୍ଥଳ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଶ୍ଚର୍ଯ୍ୟଜନକ କଥା ଏହା ଥିଲା ଯେ ଅଭିଯୁକ୍ତ ଜଣକ ହ-ତ୍ୟା କରିବା ପରେ ଘଟଣା ସ୍ଥଳରୁ କୁଆଡ଼େ ବି ପଳାଇ ନଥିଲା ବରଂ ସେ ଶବ ନିକଟରେ ବସି ରହିଥିଲା ।

ତେବେ ପରେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଜଣା ପଡ଼ିଥିଲା ଯେ ଅଭିଯୁକ୍ତ କେଶବ ଜଣେ ନିଶା ସେବକ । ଯିଏକି ଘରୁ ବାରମ୍ବାର ଟଙ୍କା ନେଇ ନିଶା ସେବନ କରୁଥିଲା । ଟଙ୍କା ନଥିଲେ ଘରେ ମାରପିଟ କରି ଟଙ୍କା ନେଉଥିଲା । ଏମିତିକି ସେ ଅନେକ ଥର ନିଜ ପିତାମାତାଙ୍କୁ ହ-ତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲା । ନିଶା ସେବନ ହେତୁ କେଶବ ପାଠ ପଢ଼ା ଛାଡିଥିଲା । ତେବେ ପୋଲିସ ତଦନ୍ତ ଅନୁଯାୟୀ ଏହା ଜଣା ପଡ଼ିଛି ଯେ ସେ ହ-ତ୍ୟା କରିବା ପୂର୍ବରୁ ପ୍ଲାନିଂ ଥିଲା । ଏହାବ୍ୟତୀତ ସେ ଖସି ଯିବାକୁ ପୁରା ପ୍ଲାନ ମଧ୍ୟ କରିଥିଲା । ଅଭିଯୁକ୍ତ ଜଣକ ନିଜ କାର୍ଯ୍ୟକଳାପ ପାଇଁ କୌଣସି ଅନୁତାପ କରି ନଥିଲା ବରଂ ପୋଲିସ ହେପାଜତକୁ ଯିବା ପୂର୍ବରୁ ନିଜ ଭାଇକୁ ମଧ୍ୟ ଫେରିଲେ ହ-ତ୍ୟା କରିବ ବୋଲି ଧମକ ଦେଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *