କଥାରେ ଫସେଇ ରଖିଲେ ଶାରୀ-ରିକ ସମ୍ପର୍କ , ଗର୍ଭବତୀ ହେଲା ପରେ କଲେ ଗର୍ଭ ନଷ୍ଟ

ଏ ଅବିଶ୍ଵାସର ଦୁନିଆଁରେ କାହାକୁ ବା ବିଶ୍ୱାସ କରିବେ । କେହି ଏ ଦୁନିଆଁରେ ବିଶ୍ୱାସ ଯୋଗ୍ୟ ନୁହେଁ । ମିଠା ମିଠା କଥା କହି ଆଗ ଫସେଇ ଦେବେ ଆଉ ତାପରେ ନିଜ ସ୍ବାର୍ଥ ସରିଯିବା ପରେ ଧୋକା ଦେଇ ଚାଲିଯିବା ଆଜିକାର ନିୟମ ହୋଇ ଗଲାଣି । ପ୍ରେମ, ଶାରୀ-ରିକ ସମ୍ପର୍କ ଆଉ ପ୍ରତାରଣା ଏହି ନିୟମ ଏ ଦୁନିଆଁରେ ଚାଲିଛି । ଏଭଳି ଖବର ଆସିବା ନୂଆ କଥା ନୁହେଁ । ତେବେ ଏପରି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଚି । ପୁଣିଥରେ ଆଉ ଜଣେ ଯୁବତୀ ନିଜ ପ୍ରେମିକ ବିରୁଦ୍ଧରେ କରିଛନ୍ତି ଅଭିଯୋଗ।

ତେବେ ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଏହି ଅଭିଯୋଗ ନେଇ ବର୍ତ୍ତମାନ ଏମ ଭି ୭୯ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଏମ ଭି ୭୨ ଗ୍ରାମର ତୃପ୍ତି ଦାସ । ସେ ସଚିନ ପାଲ ନାମକ ଜଣେ ଯୁବକ ନାମରେ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ , ସଚିନ ତାଙ୍କୁ ସାଢେ଼ ତିନି ବର୍ଷ ଧରି ଭଲ ପାଇ ଆସୁଥିଲେ । ବିବାହ କରିବା ପାଇଁ କଥା ମଧ୍ୟ ଦେଇଥିଲେ । ତୃପ୍ତିଙ୍କର ଗୋଟିଏ କିଡନୀ ନଥିବା କଥା ଶୁଣି ମଧ୍ୟ ସଚିନ ତାଙ୍କୁ ଭଲ ପାଇବାର ଅଭିନୟ କରିଥିଲେ । ଯାହା ପରେ ତୃପ୍ତି ପୁରାପୁରି ତରଳି ଯାଇଥିଲେ ।

ସେ ଭାବି ନେଇଥିଲେ କି, ତାଙ୍କୁ ସଚିନ ବହୁତ ଭଲ ପାଉଛନ୍ତି ଆଉ ଏହି ସରଳତାର ସୁଯୋଗ ଉଠାଇ ଥିଲେ ସଚିନ । ସେ ବାରମ୍ବାର ତୃପ୍ତିଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖିଥିଲେ । ବାରମ୍ବାର ତୃପ୍ତିଙ୍କର ଅନିଚ୍ଛା ସତ୍ତ୍ଵେ ମଧ୍ୟ ତାଙ୍କ କଥାରେ ଫସାଇ ଦେଇ ସମ୍ପର୍କ ରଖୁଥିଲେ । ଘରେ ଏ ବିଷୟରେ ଜଣାଇବେ ବୋଲି ମଧ୍ୟ କହୁଥିଲେ । ଧୀରେ ଧିରେ ସବୁ ଠିକ୍ ହୋଇଯିବା କଥା ସେ ତୃପ୍ତିଙ୍କୁ କହୁଥିଲେ । ଆଉ ତୃପ୍ତି ମଧ୍ୟ ଆଖି ବନ୍ଦ କରି ସଚିନଙ୍କୁ ବିଶ୍ୱାସ କରୁଥିଲେ ।

ତେବେ ଏହାପରେ ସଚିନ ତାର ଅସଲ ରୂପ ଦେଖାଇବା ଆରମ୍ଭ କରି ଦେଇଥିଲା । ମିଠା ସରିଯିବା ପରେ ଆରମ୍ଭ କରିଥିଲା ପ୍ରତାରଣା । ଏହା ସହିତ ତୃପ୍ଟିଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲା । ଆଉ ଦୁଃଖର କଥା ଏହା ଯେ , ସେ ତୃପ୍ତିଙ୍କୁ ମାଡ଼ ମାରିବା ସହିତ ତାଙ୍କ ଗର୍ଭରେ ବଢୁଥିବା ନିରୀହ ଶିଶୁକୁ ମାରି ଦେଇଥିଲା ।

ଏକ ଔଷଧ ସେ ତୃପ୍ତିଙ୍କୁ ଖାଇବାକୁ ଦେଇ ଦେଇଥିଲା । ଯାହା ବିଷୟରେ ତୃପ୍ତି ଜାଣି ନଥିଲେ । ଆଉ ଯାହା ଫଳରେ ତୃପ୍ତିଙ୍କର ଗର୍ଭ ନଷ୍ଟ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ଅସହାୟ ତୃପ୍ତି ନିଜର କେହି ନଥିବା କଥା କହିଛନ୍ତି ଆଉ ନ୍ୟାୟ ପାଇଁ ପୋଲିସ ଆଗରେ ଗୁହାରି କରିଛନ୍ତି ।

Leave a Reply

Your email address will not be published. Required fields are marked *