ନାସା ପୁରୁଷ ଏବଂ ମହିଳାଙ୍କ ନ-ଗ୍ନ ଚିତ୍ରକୁ ମହାକାଶକୁ ପଠାଇବ, ଏଲିଏନ୍ ମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଯୋଜନା…

ଏଲିଏନମାନଙ୍କ ବିଷୟରେ ସମଗ୍ର ବିଶ୍ୱରେ ଗବେଷଣା ଚାଲିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ କରିବାର ସମସ୍ତ ଯୋଜନା ବିଫଳ ହେଇଛି। ଅନେକ ଥର ଏଲିଏନ୍ ଅଛନ୍ତି ବୋଲି ଦାବି କରାଯାଇଥିଲା କିନ୍ତୁ ସେମାନଙ୍କ ସହିତ କୌଣସି ପ୍ରକାରର ଯୋଗାଯୋଗ କରିପାରି ନଥିଲେ। ବର୍ତ୍ତମାନ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏଲିଏନ୍ ସହ ଯୋଗାଯୋଗ କରିବାକୁ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି।

ଏହି ଯୋଜନା ଅନୁସାରେରେ ଏଲିଏନ୍ ମାନଙ୍କୁ ଆକର୍ଷିତ କରିବା ପାଇଁ ମହାକାଶରେ ମଣିଷର ଏକ ନଗ୍ନ ଚିତ୍ର ପଠାଯିବ, ଯେଉଁଥିରେ ଉଭୟ ମହିଳା ଏବଂ ପୁରୁଷଙ୍କ ଚିତ୍ର ରହିବ। ଏହି ଯୋଜନା ସହିତ, ମଣିଷ୧୫୦ ବର୍ଷରୁ ଅଧିକ ସମୟ ଧରି ଏଲିଏନ୍ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ।

ସାଇନଟିଫିକ୍ ଆମେରିକନ୍ ର ରିପୋର୍ଟ ଅନୁଯାୟୀ ନାସାର ବୈଜ୍ଞାନିକମାନେ ଏକ ନୂତନ ବାର୍ତ୍ତା ପ୍ରସ୍ତୁତ କରିଛନ୍ତି ଯାହାକି ଆକାଶ ଗଙ୍ଗା ଦ୍ଵାରା ବୁଦ୍ଧିମାନ ଏଲିଏନମାନଙ୍କୁ ପଠାଯାଇପାରିବ।

ଏଥିପାଇଁ ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀରେ ବୈଜ୍ଞାନିକ ଜୋନାଥନ୍ ଜିଆଙ୍ଗ ଏବଂ ତାଙ୍କ ସହକର୍ମୀମାନେ ଏକ ଗାଲାକ୍ସି ରେ ବିକନ୍ ନାମକ ଏକ ନୂତନ ସ୍ପେସ୍ ନୋଟ୍ ସୃଷ୍ଟି କରିଛନ୍ତି। ସେ ଗୋଟେ ସାଇଟରେ ତାଙ୍କର ପ୍ରେରଣା ଏବଂ ପଦ୍ଧତି ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ କରିଥିଲେ।

ବୈଜ୍ଞାନିକମାନଙ୍କର ଏହି ଗୋଷ୍ଠୀ ପୃଥିବୀର ବାୟୁମଣ୍ଡଳରେ ଦୁଇଜଣ ଉଲଗ୍ନ ବ୍ୟକ୍ତିଙ୍କ କାର୍ଟୁନ୍ ପଠାଇ ବ୍ରହ୍ମାଣ୍ଡର ସମ୍ଭାବ୍ୟ ଏଲିଏନମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହା ମାଧ୍ୟମରେ ସେମାନେ ଏଲିଏନମାନଙ୍କର କୌତୁହଳକୁ ଶିଖରକୁ ନେଇଯିବେ ଏବଂ ଯୋଗାଯୋଗକରିବା ପାଇଁ ଉତ୍ସାହିତ କରିବେ।

ନାସାର ବୈଜ୍ଞାନିକମାନଙ୍କର ଏହି ପ୍ରୋଜେକ୍ଟରେ ମାଧ୍ୟାକର୍ଷଣ ଏବଂ ଡିଏନ୍ଏ ର ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ। ଏଥିରେ ନଗ୍ନ ମାନବ ପୁରୁଷ ଏବଂ ମହିଳାମାନଙ୍କର ‘ହେଲୋ’ କରୁଥିବା ଚିତ୍ରଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ। ବୈଜ୍ଞାନିକମାନଙ୍କ ମତରେ, ଏଲିଏନ୍ ସହିତ ଯୋଗାଯୋଗର ଆହ୍ୱାନ ପାଇଁ ସେମାନେ ଏହି ପ୍ରତିଛବିଗୁଡ଼ିକୁ ବାଛିଥିଲେ, ଯେଉଁଠାରେ ଭାଷା ଏକ ଭିନ୍ନ ରୂପ ଧାରଣ କରିପାରେ।

Leave a Reply

Your email address will not be published. Required fields are marked *