ଭାଗ ବଣ୍ଟା ହେଲା ସ୍ବାମୀ, କିନ୍ତୁ ରବିବାର ଦିନ ସ୍ବାମୀ କାହାର ଜଣାନାହିଁ।

ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଗୋଟେ ପବିତ୍ର ସ-ମ୍ପର୍କ। ଯେଉଁ ସମ୍ପର୍କ ଗୋଟେ ଜନ୍ମ ପାଇଁ ନୁହେଁ ସାତ ଜନ୍ମ ପାଇଁ ବାନ୍ଧି ହୋଇ ରହିଥାଏ। ସ୍ବାମୀ ସ୍ତ୍ରୀ ଦୁହେଁ ପରିପୂରକ ଗୋଟାଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି। ଦୁହେଁ ପରିବାରକୁ ଗୋଟିଏ ସ୍ନେହର ଡୋରୀରେ ବାନ୍ଧି ରଖନ୍ତି। ଆଉ ସେଇ ଡୋରି ବିଶ୍ଵାସ, ଭରଷା ଏବଂ ବୁଝାମଣାର ମାଳିରେ ଗୁନ୍ଥା ହୋଇଥାଏ। ଯେତେବେଳେ ବିଶ୍ଵାସ, ଭରଷା ଏବଂ ବୁଝାମଣାର ମାଳିଟା ଛିଡ଼ିଯାଏ ସେତେବେଳେ ପୁରା ସାଂସର ଟା ଉଜୁଡି ଯାଏ। ହଁ ଆଜ୍ଞା ମଧ୍ୟ ପ୍ରଦେଶ ରେ ଜିନିଷ ପତ୍ର ବାଣ୍ଟିଲା ପରି ଦୁଇ ପତ୍ନୀ ନିଜ ସ୍ୱାମୀକୁ ଭାଗ ବାଣ୍ଟି ଦେଇଛନ୍ତି।

ମଧ୍ୟ ପ୍ରଦେଶ ଗ୍ୱାଲିୟରର ୨୮ ବର୍ଷୀୟ ସୀମା ୨୦୧୮ ମସିହାରେ ହରିୟାଣା ଗୁରୁଗ୍ରାମର ଜଣେ ଇଞ୍ଜିନିୟରଙ୍କୁ ଭଲ ପାଉଥିଲେ। କିଛି ବର୍ଷ ଭଲ ପାଇବା ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ। ବିବାହ କରିବାର ଦୁଇ ବର୍ଷ ପର୍ୟ୍ୟନ୍ତ ଦୁହେଁ ଏକାଠି ରହୁଥିଲେ ଦୁଇ ବର୍ଷ ଭିତରେ ତାଙ୍କର ଗୋଟେ ପୁଅ ମଧ୍ୟ ହେଇ ସାରିଥିଲା।

୨୦୨୦ ରେ କୋରୋନା ପାଇଁ ସବୁ ଆଡେ ଲକ୍ ଡାଉନ୍ ହେଇଗଲା। ଅଫିସ୍ କାମ କରିବା ପାଇଁ ସେ ନିଜ ସ୍ତ୍ରୀ ସୀମା ଏବଂ ପୁଅକୁ ଗ୍ୱାଲିୟର ରେ ଛାଡି ଗୁରୁଗ୍ରାମର ଫେରି ଆସିଲେ । ଏତେ ଦିନ ଏକୁଟିଆ ରହିବା ପରେ ସେ ତାଙ୍କ ଅଫିସ୍ ର ଜଣେ ସହକର୍ମୀ ମହିଳାଙ୍କୁ ଭଲ ପାଇ ବସିଲେ। କିଛି ଦିନ ଭିତରେ ଦୁହିଁଙ୍କ ମିଳାମିଶା ବାଢ଼ିବାରେ ଲାଗିଲା। ଏବଂ ପରେ ଦୁହେଁ ବିବାହ କରିବା ପାଇଁ ଭାବିଲେ। ସ୍ବାମୀ ଗୁରୁଗ୍ରାମର ଆଉ ଜଣଙ୍କୁ ବିବାହ କରି ତାଙ୍କର ଗୋଟେ ଝିଅ ଅଛି ବୋଲି ସୀମା କିଛି ଜାଣି ନଥିଲେ

ସ୍ବାମୀ ଯେତେବେଳେ ସୀମାଙ୍କ ପାଖକୁ ଗଲେନି ସେତେବେଳେ ସୀମା ସବୁକିଛି ଜାଣିବାକୁ ପାଇଲେ। ତାପରେ ସେ ପୋ-ଲିସ୍ ଷ୍ଟେ-ସନ୍ ରେ ସ୍ବାମୀଙ୍କ ବିରୁ-ଦ୍ଧ ରେ ଅଭି-ଯୋଗ କଲେ। ଏ କଥା ସ୍ଵାମୀ ଜାଣିବା ପରେ ସେ ପୋ-ଲିସ୍ ଷ୍ଟେ-ସନ୍ ଆସି ଗୋଟେ ବୁଝାମଣା କଲେ। ପୋ-ଲିସ୍ ଙ୍କ ବୁଝାମଣା ଅନୁସାରେ ସ୍ବାମୀ ସପ୍ତାହକୁ ୩ ଦିନ ପ୍ରଥମ ପତ୍ନୀଙ୍କ ପାଖରେ ଏବଂ ପର ୩ ଦିନ ଦ୍ଵିତୀୟ ପତ୍ନୀଙ୍କ ପାଖରେ ରହିବେ। ରବିବାର ଦିନ ସ୍ବାମୀଙ୍କର ଯାହା ପାଖରେ ରହିବାକୁ ଇଚ୍ଛା ହେବ ସ୍ବାମୀ ତାଙ୍କ ପାଖରେ ରହିବେ। ସେଥିପାଇଁ ସ୍ବାମୀ ନିଜ ସ୍ତ୍ରୀ ମାନଙ୍କ ସହ ଖୁସିରେ ରହିବା ପାଇଁ ଗୁରୁଗ୍ରାମରେ ଦୁଇଟି ଘର କିଣି ଦୁଇ ପତ୍ନୀଙ୍କ ସହ ଅଧା ଅଧା ଦିନ ରହୁଛନ୍ତି।

Leave a Reply

Your email address will not be published. Required fields are marked *