କାଲିଠୁ ପୁଣି ଭିଜିବ ଓଡିଶା, ଆସୁଛି ଆଉ ଏକ ଲଘୁଚାପ। ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ବର୍ଷା।

ଭୁବନେଶ୍ୱର:- ଆସନ୍ତାକାଲି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହା ଆସନ୍ତାକାଲି ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗୋଟେ ମାସରେ ତିନି ତିନିଟା ଲଘୁଚାପ ହୋଇ ସାରିଲାଣି।

ଅନ୍ୟପଟେ ଜଳ ଘେରରେ ଏବେବି ଲୋକ ରହିଛନ୍ତି। ଯେଉଁ କାରଣରୁ ଲୋକମାନଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବାରେ ଲାଗିଛି। ଆଉ ଏକ ଲଘୁଚାପ ଯାହାକି ଲୋକ ମାନଙ୍କ ପାଇଁ କାଳ ସାଜିବ ବୋଲି ଅନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା କାଲି ଅର୍ଥାତ ୨୩ ତାରିଖ ଠାରୁ ଲଘୁଚାପ ଜନିତ ବର୍ଷା ହେବାକୁ ଯାଉଛି। ତେବେ ଏହାର ପ୍ରଭାବ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପଡିବ ବୋଲି ଅନୁମାନ କରିଛନ୍ତି। ଏଥିପାଇଁ ବାଲେଶ୍ଵର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ସମୁଦ୍ର ଅଶାନ୍ତ ରହିଛି।

ତେଣୁ ଆସନ୍ତା ୨୪ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ। ସେପଟେ ରବିବାର ସୁଦ୍ଧା ବାଲେଶ୍ଵରରେ ସର୍ବାଧିକ ୨୯.୨ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ହୀରାକୁଦ ୨୨ ସମ୍ବଲପୁର ରେ ୧୨ ଓ ସୋନପୁର ରେ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *