ଜଣକୁ ବଂଚେଇବାକୁ ଯାଇ ଚାଲିଗଲା ଗୋଟିଏ ପରିବାରର ଛଅ ଜୀବନ :-

ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଥାଏ ଯେଉଁଥିରେ କିଛି ଘଟଣା ଏପରି ରହିଥାଏ ଯାହାର କାରଣ ହୋଇଥାଏ ମୋବାଇଲ । ସେଲ୍ଫି ନେଉ ନେଉ କିମ୍ବା ଫୋଟ ଉଠାଉ ଉଠାଉ ଜୀବନ ଯାଇଥିବା କଥା ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ମାତ୍ର ଏହି ଫୋଟ ଉଠାଇବା କାରଣରୁ ଛଅ ଜଣଙ୍କ ଜୀବନ ଯାଇଛି । ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଛାତିବି ଥରି ଉଠିବ ।

ସୂଚନା ଅନୁଯାୟୀ ଏହି ଘଟଣା କାନପୁର ବିଲ୍ଲହୌର ସ୍ଥିତ ଗଙ୍ଗାଘାଟର ଅଟେ । ଯେଉଁଠି ଛଅ ଭାଇ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ତେବେ ଘଟଣା ଏହା ଯେ ସେଠାକାର ସୌରଭ କଟିୟାରଙ୍କ ଦାଦାଙ୍କ ଦୋକାନ ଉଦ୍ଘାଟନ କାରଣରୁ ତାଙ୍କର ସମ୍ପର୍କୀୟ ଘରକୁ ଆସିଥିଲେ । ତେବେ ଛଅ ଭାଇ ଭଉଣୀ ଅର୍ଥାତ ସୂଚନା ଅନୁଯାୟୀ ଅନୁଷ୍କା , ତନୁ , ମନୁ , ଆଂଶିକା ଏବଂ ସୌରଭ ମଙ୍ଗଳବାର ଦିନ ଗଙ୍ଗାଘାଟକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଆଂଶିକା ଫୋଟ ଉଠାଇବାକୁ କହି ନଦୀ ଭିତରକୁ ଯାଇଥିଲେ ।

ମାତ୍ର ପାଣିର ସ୍ରୋତରେ ଆଂଶିକା ବୁଡ଼ି ଯାଉଥିବା ଦେଖି ଉପରେ ଫୋଟ ଉଠାଉଥିବା ଗୌରୀ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ପଶିଥିଲେ । ତେବେ ଏମିତି ଛଅ ଭାଇ ଭଉଣୀ ହିଁ ପାଣିରେ ପଶି ଜୀବନ ହାରି ଦେଇଥିଲେ । ଚାହୁଁ ଚାହୁଁ ଛଅ ଜଣ ପାଣିରେ ଲୀନ ହୋଇ ଯାଇଥିଲେ । ଏହି ଛଅ ଜଣଙ୍କର ମୃତ୍ୟୁ ପୂର୍ବର ଫୋଟ ମଧ୍ୟ ଦେଖାଯାଇଛି ଯେଉଁଠି ଛଅ ଜଣ ଜୀବନ୍ତ ଥିବା ଦେଖାଯାଇଛି ।

ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସମେତ ଏସଡିଆରଏଫ ଏବଂ ଗୋତାଖୋରୀ ସର୍ଚ୍ଚ ଅପରେସନ ଟିମ ଦ୍ୱାରା ଜଣଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଥିଲେ ହେଁ ଅନ୍ୟ ମାନଙ୍କୁ ଖୋଜିବା ଜାରି ରହିଛି । ବୁଧବାର ରାତି ଠାରୁ ହିଁ ଏବେ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ବର୍ତ୍ତମାନ ସମୟରେ ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

Leave a Reply

Your email address will not be published. Required fields are marked *