ରାଣୀଙ୍କ ପୁତୁରା ମଦ ମାଂସ ଦେଇ ଆକ୍ରମଣ, ରାଣୀଙ୍କ ଖୁଆଡ଼ରୁ ଆସି ଜୀବନ ନେଇଛି।

ରାଣୀଙ୍କ ପୁତୁରା ମଦ ମାଂସ ଦେଇ ମୁଣ୍ଡ କାଟିଛି। ରାଣୀଙ୍କ ଖୁଆଡ଼ରୁ ହତ୍ୟାକାରୀ ଆସି ହତ୍ୟା କରିଛନ୍ତି। ଖୋଲିକୁଟରେ ଭୀଷଣ ରୂପ ନେଲାଣି ନିର୍ବାଚନୀ ହିଂସା।ସଂସାରକୁ ଉଜାଡ଼ି ଦେଲା ରାଣୀଙ୍କ ପୁତୁରା। ରାସ୍ତା ଉପରେ ରାଣୀଙ୍କ ପୁତୁରା ମୁଣ୍ଡ ଗୋଡ଼ାଇଲା। ହତ୍ୟାକାଣ୍ଡରେ ରାଣୀଙ୍କ ପୁତୁରା ହେଉଛି ମୁଖ୍ୟ ଆସାମୀ। ରହିଛି ସିଧା ହାତ। କେବଳ ମଦ ମାଂସ ଦେଇ କରିଥିଲା ଷଡ଼ଯନ୍ତ୍ର। ଲୋକମାନଙ୍କୁ ଆଣି ରାଣୀଙ୍କ ଖୁଆଡ଼ରେ ରଖିଥିଲା। ଆଉ ରାତି ଅଧରେ ପୋଷ୍ଟରେ ମାରିଥିବା ବେଳେ ଏକାସାଙ୍ଗରେ ଆସି ଆକ୍ରମଣ କରିଥିଲେ। ରାଣୀଙ୍କ ପୁତୁରା ସାଙ୍କେତ ରାୟଙ୍କର ରହିଛି ଏହି ହତ୍ୟାକାଣ୍ଡରେ ସମ୍ପୂର୍ଣ୍ଣ ହାତ।

ହଁ ଆଜ୍ଞା ଏମିତି ଆମେ ନୁହେଁ ଏମିତି କିଛି ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ଏବେ ଉଠୁଛି ପଡୁଛି ଖୋଲିକୁଟ। ହତ୍ୟାକୁ ନେଇ ଅଭିଯୋଗ ତୀବ୍ର ରୂପ ନେଲାଣି। ଥାନା ଆଗରେ ଘେରାଉ କରୁଛନ୍ତି ଶହ ଶହ ଲୋକ। MLAଙ୍କ ଗାଡି ଭାଙ୍ଗିବା ସହ ଦୋଷୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

ପୁରା ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି। ରାସ୍ତାରେ ପଡି ଛାତିକୁ ପିଟି କାନ୍ଦି କାନ୍ଦି ଗଡି ଯାଉଛନ୍ତି ମା’। କହୁଛନ୍ତି ମୋ ସଂସାରକୁ କ’ଣ ପାଇଁ ଉଜାଡ଼ି ଦେଲ? ମୁଁ ଏବେ କାହା ମୁହଁ ଚାହିଁ ବଞ୍ଚିବି। ପୁରା ଗାଁ ଆଜି ଶୋକରେ ଛାୟାରେ ବୁଡି ଯାଇଛି। ଗାଁର ସୁନା ପୁଅକୁ ଆଜି ମାରିଦେଇଛନ୍ତି ଦୁର୍ବୁତ୍ତମାନେ। ସେପଟେ ମୃତକ ଦିଲ୍ଲୀପଙ୍କ ବାପା ମଧ୍ୟ ପୁରା ଭାଙ୍ଗି ପଡିଛନ୍ତି। ଦୋଷ ନଥାଇ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି। ରାଜନୀତିରେ ତାଙ୍କ ପୁଅ କେବେହେଲେ କାହା ସହ ଗଣ୍ଡଗୋଳ କରିନାହିଁ। କିନ୍ତୁ ସେ କେବଳ ପୋଷ୍ଟର ମାରୁଥିବାରୁ ତାଙ୍କୁ ହତ୍ୟା କରିଛନ୍ତି ଷଡ଼ଯନ୍ତ୍ରକାରୀ ସାଙ୍କେତ ରାଓର ସହଯୋଗୀ ମାନେ। ଆଉ ସବୁକିଛି ସାଙ୍କେତ ରାଓର ଇସାରାରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି।

ଗାଁ ପୁରା ତାତି ଉଠିଛି। ଦୋଷୀ ମାନଙ୍କ ନାଁରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଏବଂ ମୃତ ପରିବାରଙ୍କ ସହାୟତା ପାଇଁ ପୁରା ଗାଁ ଲୋକେ ଥାନାକୁ ଘେରାଉ କରିଛନ୍ତି। ପୋଲିସ ସୂଚନା ମୁତାବିକ ୮ ଅଭିଯୁକ୍ତକୁ ଗିରଫ କରିଛନ୍ତି।ସେପଟେ ସୂର୍ଯ୍ୟମଣି ବୈଦଙ୍କ ଘର ଆଗରେ ଥିବା କାର ଏବଂ ବାଇକକୁ ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଦେଇଛନ୍ତି। ଘଟଣା ସ୍ଥଳରେ ସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ମୁତୟନ ହୋଇଛି।

Leave a Reply

Your email address will not be published. Required fields are marked *