ଗାଁ ଲୋକଙ୍କୁ ଖାଇବା ପାଇଁ ଦୌଡ଼ିଲା ବାଘ, ଭୟରେ ଗଛ ଉପରକୁ ଚଢ଼ିଗଲେ ଲୋକେ। ଶେଷରେ…।

ବାଘ ଖାଇ ପକାଇଥାନ୍ତା ତଣ୍ଟିକୁ ଧରି ଟେକି ନେଇ ପଳାଇ ଥାନ୍ତା। ପଛେ ପଛେ ବାଘ ଗୋଡାଉ ଥିଲା। ଆଉ ବାଘ ମୁହଁରୁ ବଞ୍ଚିବା ପାଇଁ ଗଛ ଉପରେ ଚଢ଼ିଗଲେ ଲୋକ। ଭୟରେ ଯିଏ ଯୁଆଡେ ପାରିଲେ ଦୌଡ଼ିବାକୁ ଲାଗିଲେ। କିଏ ଗଛରେ ଚଢିଲା ତ କିଏ ଯାଇ ବିଲରେ ଲୁଚିଲା।

ହଁ ଆଜ୍ଞା ବାଘ ଆତଙ୍କ ଖେଳାଇଛି। ଶିମିଳିପାଳରୁ ଖସି ଆସିଛି ବାଘ। ଶିମିଳିପାଳରେ ଖାଇବାକୁ ନମିଳିବାରୁ ଏବେ ସେ ଗାଁ ମୁଖା ହୋଇଛି। ଲୋକଙ୍କୁ ଦେଖିଲେ ଖାଲି ଶିକାର ପାଇଁ ଗୋଡାଉଛି। ଲୁଚି ଲୁଚି ଶିକାର କରୁଛି ବାଘ। ଯାହାକୁ ନେଇ ଭୟରେ ରହିଛନ୍ତି ପୁରା ମୟୁରଭଞ୍ଜ ପିଠାମଣ୍ଡା ରେଞ୍ଜ ଶାଖା ପିଠାମୁଣ୍ଡା ବ୍ଳକର ଜଗନାଥ ପୁର ଗାଁ ଲୋକେ। ଟିକେ ଏଇ ଫୋଟିକୁ ଦେଖନ୍ତୁ କେମିତି ବାଘ ଭୟରେ ଗଛ ଉପରେ ଚଢ଼ି ଯାଉଛନ୍ତି ଲୋକେ। ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଲୋକେ ଜାଣିନାହାନ୍ତି ଗଛ ଉପରକୁ ବି ବାଘ ଶିକାର କରିବା ପାଇଁ ଆରାମରେ ଚଢି ପାରେ ବୋଲି।

ସୂଚନା ମୁତାବକ ଶିମିଳିପାଳ ଅଭ୍ୟରଣ୍ୟରୁ କଲରା ପତରିଆ ବାଘ ଖାଦ୍ୟ ଖୋଜି ଖୋଜି ଗାଁ ଭିତରକୁ ପଶି ଆସିଥିବା ଗାଁ ଲୋକେ ଏବେ ଅନୁମାନ କରୁଛନ୍ତି। ଯାହା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ବନ ବିଭାଗ ବାଘକୁ ଧରିବା ପାଇଁ ଗାଁରେ ଜାଲ ବିଛାଇଛି।

ଏମିତିକି ଜାଲ ସହ ଜନ୍ତା ମଧ୍ୟ ବସା ଯାଇଛି। ହେଲେ ଏପର୍ଯ୍ୟନ୍ତ ବାଘ ଧରା ପଡ଼ିନାହିଁ। ବାଘଟି ଭିଡ଼ ଦେଖି ଦୌଡ଼ ପଳାଇଛି। ଏବେ ଡ୍ରଲ ଲଗାଇ ବାଘକୁ ଧରିବା ପାଇଁ ଚେଷ୍ଟାକରୁଛି ବନ ବିଭାଗ। ତେବେ ଦେଖିବାକୁ ବାକିରହିଲା କେତେ ଦିନ ମଧ୍ୟରେ ବନ ବିଭାଗ ବାଘଟିକୁ ଧରୁଛି।

Leave a Reply

Your email address will not be published. Required fields are marked *