ରାସ୍ତା କଡ଼ରେ ବସିଥିବା ବୃଦ୍ଧଙ୍କର ମଧୁର କଣ୍ଠସ୍ୱର ଆପଣଙ୍କୁ କରିଦେବ ଦିୱାନା, ନିଶ୍ଚିତ ଦେଖନ୍ତୁ ଭିଡ଼ିଓ

ଇଣ୍ଟରନେଟ୍ ଜରିଆରେ ଆମେ ଦୁନିଆର ପ୍ରତ୍ୟେକ କୋଣରେ ଥିବା ପ୍ରତିଭାବାନ ବ୍ୟକ୍ତିଙ୍କ ପ୍ରତିଭା ସହିତ ପରିଚିତ ହେବାର ଏକ ସୁଯୋଗ ପାଇଥାଉ । ଏହି ସମୟରେ ଏପରି ଜଣେ ଟ୍ୟାଲେଣ୍ଟେଡ୍ ବୃଦ୍ଧ ବ୍ୟକ୍ତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ରାସ୍ତା କଡ଼ରେ ବସି ଏକ ଅତି ସୁନ୍ଦର ଗୀତ ଗାଉଥିବାର ନଜର ଆସିଛନ୍ତି ।

ବୃଦ୍ଧ ବ୍ୟକ୍ତି ଜଣଙ୍କ ପ୍ରତିଭା ଦେଖି ଲୋକମାନେ ତାଙ୍କ ଦିୱାନା ହେଉଛନ୍ତି । ତାଙ୍କର ପ୍ରତିଭା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାରେ ରହିଛି । ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ସହିତ ବୃଦ୍ଧଙ୍କ ସ୍ୱର ଏତେ ମଧୁର ଯେ ଅନ୍ୟ କୌଣସି ଜିନିଷର ଆବଶ୍ୟକତା ପଡୁନାହିଁ । ଲୋକମାନେ ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ତାଙ୍କୁ ପ୍ରଶଂସା କରୁଛନ୍ତି ।

 

View this post on Instagram

 

A post shared by Comedy Nation (@comedynation.teb)

ରାସ୍ତା କଡ଼ରେ ବସିଥିବା ବୃଦ୍ଧ ବ୍ୟକ୍ତି ଜଣଙ୍କ ଯେତେବେଳେ ଗୀତ ଗାଇବା ଆରମ୍ଭ କରିବେ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ସ୍ବର ଶୁଣି ଆପଣଙ୍କୁ ଆପଣଙ୍କ କାନ ଉପରେ ବିଶ୍ବାସ ହେବ ନାହିଁ, ଆପଣ କେବଳ ତାଙ୍କ ସଙ୍ଗୀତ ଶୁଣି ଆଶ୍ଚର୍ଯ୍ୟ ହେବେ । ତାଙ୍କ ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ଅଛି, ଯାହାକୁ ସେ ନିଜ ତାନ ସହିତ ଜୁଗଲବନ୍ଦୀ କରି ବଜାଉଛନ୍ତି । ବୃଦ୍ଧଙ୍କର ଗୀତ ଶୁଣିବା ସମୟରେ ଆପଣଙ୍କ ଧ୍ୟାନ ଗୀତର ଲିରିକ୍ସ କିମ୍ବା ଅନ୍ୟ କୌଣସି ଜିନିଷକୁ ଯିବ ନାହିଁ, ଆପଣ କେବଳ ତାଙ୍କ ସ୍ୱରର ପ୍ରଶଂସା କରି ଥକିଯିବେ ।

ଭାଇରାଲ ହେଉଥିବା ଭିଡିଓଟିକୁ ଇନଷ୍ଟାଗ୍ରାମରେ comedynation.teb ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡିଓକୁ ହଜାର ହଜାର ଲୋକଙ୍କ ଲାଇକ୍ ଏବଂ ଶହ ଶହ କମେଣ୍ଟ ମିଳିଛି । ଜଣେ ଉପଭୋକ୍ତା ଲେଖିଛନ୍ତି – ଏହିପରି ଟ୍ୟାଲେଣ୍ଟ୍ ଆଗକୁ ବଢିବା ଉଚିତ୍ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି – ତାଙ୍କ ସ୍ୱର ଭଗବାନଙ୍କ ଦାନ ଅଟେ । ତେବେ ଜଣେ ଉପଭୋକ୍ତା ତାଙ୍କୁ ରାନୁ ମଣ୍ଡଳ ସହିତ ତୁଳନା କରିଛନ୍ତି । ଅଧିକାଂଶ ଲୋକ ତାଳି ବଜାଇବାର ଇମୋଟିକନ୍ ଦେଇ ବୃଦ୍ଧଙ୍କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *