ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ବିଫଳ ହେଲେ, ହେବ ତୃତୀୟ ବିଶ୍ଵ ଯୁଦ୍ଧ…

ସମସ୍ତେ ଜାଣିଛନ୍ତି ଯେ , ବର୍ତ୍ତମାନ ସମୟରେ ଦୁଇ ଦେଶ ମଧ୍ୟରେ ଯୁ-ଦ୍ଧ ପରିସ୍ଥିତି ଆଦୌ ଥମୁନାହିଁ । ଯୁଦ୍ଧ ପରିସ୍ଥିତି ଆହୁରି ଜଟିଳ ରୂପ ଧାରଣ କରିବାରେ ଲାଗିଅଛି । ଋଷ ଆଦୌ ମୁଣ୍ଡ ନୁଆଇଁବାକୁ ରାଜି ନାହିଁ କି ଯୁ-ଦ୍ଧ ବନ୍ଦ କରିବାକୁ ମଧ୍ୟ ପ୍ରସ୍ତୁତ ନାହିଁ । ତେବେ ଏଭଳି ସ୍ଥିତିକୁ ଦେଖି ଏହା ଅନୁମାନ କରା ଯାଇପାରେ କି , ସ୍ଥିତି ଆହୁରି ଗମ୍ଭୀର ହୋଇ ଯାଇପାରେ । ବିଚରା ୟୁକ୍ରେନ ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଏହି ରାଷ୍ଟ୍ର ଅତ୍ୟନ୍ତ କ୍ଷତିର ସମ୍ମୁଖୀନ କରିସାରିଲାଣି । ଅନେକ ଜନସାଧାରଣଙ୍କୁ ମଧ୍ୟ ହରାଇ ସାରିଲାଣି । ତଥାପି ଋଷ ଆହୁରି ଜୋରସୋରରେ ଆକ୍ରମଣ କରିବାରେ ଲାଗିଅଛି ।

ତେବେ ସୂଚନା ମୁତାବିକ , ପୂର୍ବରୁ ଏୟାରଷ୍ଟ୍ରାଇକ ଏବଂ ବୋମା ମାଡ଼ କରିଥିବା ବେଳେ ଆଜି ୟୁକ୍ରେନ ଉପରେ ହାଇପରସୋନିକ କ୍ଷେ-ପଣା-ସ୍ତ୍ର ମାଡ଼ କରିଅଛି । ତେବେ ପରିସ୍ଥିତିକୁ ନିରୀ-କ୍ଷଣ କଲେ ଜଣାପଡୁଅଛି କି , ୨୫ ଦିନ ଧରି ଚାଲିଥିବା ଯୁ-ଦ୍ଧ ଆହୁରି ଜଟିଳ ରୂପ ନେଇପାରେ । ଯୁ-ଦ୍ଧ ମଧ୍ୟରେ ଋଷ ଦାବି କରିଛି ଯେ , ପୁଣିଥରେ ୟୁକ୍ରେନ ଉପରେ ହାଇପରସୋନିକ ନିକ୍ଷେପ କରିବ । ତେବେ ଏତେ ସବୁ ପରେ ପୁଣିଥରେ ଯୁ-ଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଋଷର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାପାଇଁ ରାଜି ହୋଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେସ୍କିନ ।

କିନ୍ତୁ ଏସବୁ ପରେ ସେ କହିଛନ୍ତି କି , ଯଦି ଆଲୋଚନା ବି-ଫଳ ହୁଏ ତେବେ ଏହି ଯୁ-ଦ୍ଧ ତୃତୀୟ ବିଶ୍ଵଯୁ-ଦ୍ଧର ରୂପ ଧାରଣ କରିବ । ତାଙ୍କର କହିବା ଅନୁଯାୟୀ , ପୁଟିନଙ୍କ ସହ ସେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆଗରୁ ମଧ୍ୟ ସେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ଯେ , ବିନା ଆଲୋଚନାରେ ଏହି ଯୁ-ଦ୍ଧକୁ ଶେଷ କରାଯାଇପାରିବ ନାହିଁ । ତେଣୁ ନିଶ୍ଚିତ ଭାବରେ ଆଲୋଚନା ପାଇଁ ଚେଷ୍ଟା କରାଯିବା କଥା ସେ କହିଛନ୍ତି । କିନ୍ତୁ ଏହାପରେ ସେ ଆହୁରିମଧ୍ୟ କହିଛନ୍ତି କି , ଆଲୋଚନା ବି-ଫଳ ହେଲେ ଏହା ନିଶ୍ଚିତ ଭାବରେ ତୃତୀୟ ବିଶ୍ୱଯୁ-ଦ୍ଧରେ ପରିଣତ ହୋଇଯିବ ।

ତେବେ ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ , ଋଷର ଲକ୍ଷ୍ୟ ସଦାସର୍ବଦା ୟୁକ୍ରେନ ଉପରେ ରହିଛି । ପୁଣିଥରେ ଆଜି ସେ ୟୁକ୍ରେନର ବିଦ୍ୟାଳୟ ଗୁଡିକ ଉପରେ ଲକ୍ଷ୍ୟ ରଖିଛି । ମାରିଉପଲ ସହରରେ ରହିଥିବା ଏକ ବିଦ୍ୟାଳୟ ଉପରେ ଋଷ ବୋମା ମାଡ଼ କରିଥିବା ଘ-ଟଣା ସାମ୍ନାକୁ ଆସିଅଛି । ତେବେ ସୁଚନା ମୁତାବିକ , ଯୁ-ଦ୍ଧ ପରିସ୍ଥିତି ଯୋଗୁଁ ପ୍ରାୟତଃ ୪୦୦ ଲୋକ ଏହି ବିଦ୍ୟାଳୟରେ ଆଶ୍ରୟ ନେଇଥିଲେ । କିନ୍ତୁ ଆକ୍ର-ମଣ ପର ଠାରୁ କାହାର ମଧ୍ୟ ଖବର ମିଳୁନାହିଁ । ଲୋକମାନେ କୋଠା ତଳେ ଚାପି ହୋଇ ରହି ଯାଇଥିବା କଥା ସାମ୍ନାକୁ ଆସୁଅଛି ଆଉ ସେମାନଙ୍କୁ ଉ-ଦ୍ଧାର କରିବା ପାଇଁ ଉ-ଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଦେଖିବାକୁ ବାକି ରହିଲା ଯେ ଏହି ଯୁ-ଦ୍ଧ ଆହୁରି କେତେ ଦିନ ଚାଲୁଅଛି ।

Leave a Reply

Your email address will not be published. Required fields are marked *