ରାସ୍ତା ଉପରେ ଶୋଇରହି ଅର୍ଦ୍ଧବୟସ୍କଙ୍କ ଅଜବ ଦାବି।, କହିଲେ ସ୍ତ୍ରୀ ପୁଅ ଏବଂ ଝିଅ ମୋତେ ମା-ଡ଼ ମାରି ……:-

ସମୟ ସମୟରେ ସୋସିଆଲ ମିଡିଆରେ ଏପରି ଘଟଣା ସବୁ ଭାଇରଲ ହୋଇଥାଏ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୋ-ଲିସ ଷ୍ଟେସନ ସାମ୍ନାରେ ଏବଂ ମୁଖ୍ୟ ରାସ୍ତା ଉପରେ ଶୋଇ ରହି ଜଣେ ଅର୍ଦ୍ଧବୟସ୍କଙ୍କ ଦାବି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପୋ-ଲିସ ଷ୍ଟେସନ ସାମ୍ନା ମୁଖ୍ୟ ରାସ୍ତାରେ ଶୋଇ ରହି ପ୍ରତିବାଦ କରିଛନ୍ତି । ଆଉ ତାଙ୍କର ସେହି କାରନାମା ପାଇଁ ଦୀର୍ଘ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ତେବେ ବାସ୍ତବ ଘଟଣା ଏହା ଯେ ବ୍ୟକ୍ତି ଜଣକ ଭଞ୍ଜନଗର ସହରର ଅଟନ୍ତି । ସୂଚନା ଅନୁଯାୟୀ ଭଞ୍ଜନଗର ସହରର ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଟୁନା ନାଇକ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ ରହୁଥିଲେ ।

ତେବେ ପୂର୍ବରୁ ତାଙ୍କ ପରିବାର ଲୋକେ ଅର୍ଥାତ ସ୍ତ୍ରୀ ପୁଅ ଏବଂ ଝିଅ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ଭଞ୍ଜନଗର ଥାନା ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା । କିନ୍ତୁ ପରେ ଜେଲରୁ ଆସିବା ପରେ ଘରେ କାହାକୁ ପାଇ ନଥିଲେ । ତେଣୁ ସେ ଭଞ୍ଜନଗର ଥାନାରେ ତାଙ୍କ ସ୍ତ୍ରୀ ଝିଅ ପୁଅ ମା-ଡ଼ ମା-ରିବା ସହିତ ଘରକୁ ଆସୁନଥିବା କଥା କହିଛନ୍ତି ।

ଏହାକୁ ପ୍ରତିବାଦ କରି ବ୍ୟକ୍ତି ଜଣକ ଥାନା ସାମ୍ନାରେ ମୁଖ୍ୟ ରାସ୍ତାରେ ଧାରଣା ଦେଇଛନ୍ତି । ଯାହାଦ୍ୱାରା ଦୀର୍ଘ ସମୟ ଧରି ଗାଡ଼ି ମଟର ଯାନ ମଧ୍ୟ ସେଠାରେ ଅଟକି ରହିଛି । ବ୍ୟକ୍ତିଙ୍କର ଗୋଟିଏ କଥା ଯେ ତାଙ୍କ ସ୍ତ୍ରୀ ଏବଂ ପୁଅ ଝିଅ ତାଙ୍କ ପାଖକୁ ଫେରି ଆସନ୍ତୁ । ତେଣୁ ମାମଲାକୁ ଠିକ କରିବା ପାଇଁ ପୋଲିସ ରାସ୍ତା ଉପରୁ ଟୁନାକୁ ଉଠାଇଛି ଯାହାଦ୍ୱାରା ମାମଲା ସଂଯତରେ ଅଛି ।

Leave a Reply

Your email address will not be published. Required fields are marked *