ସାମ୍ନାକୁ ଆସୁଛି ନନ୍ଦିନୀଙ୍କର ଗୋଟିଏ ପରେ ଗୋଟିଏ ମିଛ , ମୋର ନିନ୍ଦା କେବେ ବି ହେବାକୁ ଦେବିନି ଯେତେ ପାରିବି ମିଛ କହିବି…

ରାଜଧାନୀର ଚର୍ଚ୍ଚିତ ବୋହୁ ନନ୍ଦିନୀ । ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଏଇ କେତେ ଦିନ ହେବ ତାଙ୍କୁ ନେଇ ଏତେ ଚର୍ଚ୍ଚା ଲାଗିରହିଛି ଯେ , ସମସ୍ତେ ତାଙ୍କୁ ଜାଣି ଗଲେଣି । ଆଉ ତାଙ୍କ କାରନାମା ବିଷୟରେ ମଧ୍ୟ କାହାକୁ ଅଛପା ନଥିବ । ଗୋଟିଏ ପରେ ଗୋଟିଏ ତାଙ୍କର ସବୁ ସତ ଗୁଣ ଲୋକଲୋଚନକୁ ଆସୁଛି । ତେବେ ଏଭଳି ପରିସ୍ଥିତିରେ ଆଉ କାହାକୁ ତାଙ୍କର ପ୍ରକୃତ ଗୁଣ ବିଷୟରେ ଅଛପା ନଥିବ। ତେବେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ସମସ୍ତ ମତ ଆସି ସାରିଲାଣି ।

ତେବେ ବର୍ତ୍ତମାନ ଆଉ କିଛି ସତ୍ୟ କଥା ଆଗକୁ ଆସିଅଛି । ଅନେକ ଲୋକ ତାଙ୍କ ବିରୁଦ୍ଧରେ ଅନେକ କଥା କହୁଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଗୋଟିଏ ପରେ ଗୋଟିଏ ସତ କଥା ପ୍ରକାଶ କରିବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାମୀ ବିବାହ ପୂର୍ବରୁ ନନ୍ଦିନୀଙ୍କ ସହ କରିଥିବା ହ୍ଵାଟ୍ସଆପ ଚାଟକୁ ମଧ୍ୟ ଗଣମାଧ୍ୟମ ଆଗରେ ଦେଖାଇଛନ୍ତି । କିପରି ବିବାହ ପୂର୍ବରୁ ବଳରାମଙ୍କୁ ଧନ ଧନ କହି ଡାକୁଥିବା ନନ୍ଦିନୀ ଏବେ ନିଜ ରୂପ ବଦଳାଇ ଦେଇଛନ୍ତି ।

ନିଜର କିପରି ନିନ୍ଦା ନ ହେଉ ସେଥିପାଇଁ ନନ୍ଦିନୀ ଅତ୍ୟନ୍ତ ଚେଷ୍ଟା କରୁଛନ୍ତି । ଲୋକ ଯେମିତି ତାଙ୍କୁ ଭଲ କୁହନ୍ତୁ ଆଉ ତାଙ୍କ ସପକ୍ଷରେ ହୁଅନ୍ତୁ ସେଥିପାଇଁ ନନ୍ଦିନୀ ଗୋଟିଏ ପରେ ଗୋଟିଏ ବାହାନା କରିବାରେ ଲାଗି ପଡିଛନ୍ତି । ସ୍ୱାମୀଙ୍କୁ ମା-ଡ଼ ମା-ରିବା ଠାରୁ ଆରମ୍ଭ କରି ସ୍ୱାମୀଙ୍କ ବିରୁଦ୍ଧରେ ଅନେକ କଥା କହୁଛନ୍ତି କେବଳ ତାଙ୍କୁ ନୀଚ୍ଚ ଦେଖାଇବା ପାଇଁ । ତାଙ୍କୁ ମାଆଙ୍କର ବୋଲକରା ମଧ୍ୟ କହୁଛନ୍ତି । ଆଉ ନିଜ ଶଶୁର ଘର ଲୋକଙ୍କୁ ତଳିତଳାନ୍ତ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । ସେଥିପାଇଁ ତାଙ୍କ ବିରୁଦ୍ଧରେ ଅନେକ ମିଛ କଥା କହିବାରେ ଲାଗିଛନ୍ତି ।

ବିବାହର ପର ଦିନ ନିଜ ଶାଶୁଘର ପରିତ୍ୟାଗ କରି ଦେଇଥିବା ଏଭଳି ବୋହୁଙ୍କୁ ଆଉ କଣ ବା କୁହା ଯାଇପାରେ । ବିବାହ କରି ସାରିବା ପରେ ସେ ତାଙ୍କ ଶାଶୁ ଘର ଲୋକଙ୍କ ନାମରେ ଅନେକ ମିଥ୍ୟା ଅଭି-ଯୋଗ ଲଗାଇବା ମଧ୍ୟ ଛାଡି ନାହାଁନ୍ତି । କିନ୍ତୁ ବର୍ତ୍ତମାନ ନନ୍ଦିନୀଙ୍କ ନାମରେ ଦୁଇ ଦୁଇଟି ଥାନାରେ ଅଭି-ଯୋଗ ଆଉ ଛଅ ଛଅଟି ଦଫା ଲାଗିଛି । ତେବେ ଏହା ପରେ ବି ଗୋପନରେ ଲୁଚି ଯାଉଛନ୍ତି ନନ୍ଦିନୀ ଆଉ ମନେ ମନେ ବହୁତ ଖୁସି ହେଉଛନ୍ତି । ତେବେ ପ୍ରକୃତ ଦୋ-ଷୀ କିଏ ତାହା ତ ସମୟ କହିବ ।

Leave a Reply

Your email address will not be published. Required fields are marked *