ରାସ୍ତାରେ ଯାଉଥିବା ସମୟରେ ଗଛ ପଡ଼ି ବାଇକ ଅରୋହୀଙ୍କ ମୃତ୍ୟୁ……. ଦୀପାବଳିରେ ଉଜୁଡ଼ିଗଲା ସଂସାର

ଦୀପାବଳିରେ ଯେଉଁଠି ସବୁ ପରିବାରରେ ଖୁସିର ଲହରୀ ରହିଛି , ସେହି ସମୟରେ ଏକ ପରିବାର ଉପରେ ଦୁଃଖ ଆସିଛି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଦ୍ମାପଦର ଝୁଲା ବ୍ରିଜ ନିକଟସ୍ଥ ଡ୍ରାଇଫାଙ୍ଗ ନିକଟରେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଆଉ ଏହି କାରଣରୁ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଅଞ୍ଚଳବାସୀ ଏବଂ ମୃତ ବ୍ୟକ୍ତିଙ୍କ କ୍ଷତି ପୂରଣ ଦାବୀରେ ଅଞ୍ଚଳ ବାସୀଙ୍କ ରାସ୍ତାରୋକ ମଧ୍ୟ ହୋଇଥିଲା ।

ତେବେ ସମ୍ପୂର୍ଣ୍ଣ ଘଟଣା ଏହା ଯେ ୫୯ ନମ୍ବର ଜାତୀୟ ରାଜପଥ ବାଳିଗୁଡ଼ା ଗାନ୍ଧିଛକ ନିକଟରେ ଶବ ରଖି ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି । ବାରଖମ ଗ୍ରାମର ଆଦମ ଦିଗଲ ନାମକ ଜଣେ ବ୍ୟକ୍ତି କୌଣସି କାମରେ ସାଉଟିକିଆ ଗ୍ରାମକୁ ଯାଇଥିବା ବେଳେ ପଦ୍ମାପୁରର ଝୁଲା ବ୍ରିଜ ନିକଟସ୍ଥ ଜଣେ ବ୍ୟକ୍ତି ଗଛ କାଟୁଥିଲେ । ସେହି ସମୟରେ ଆଦମ ଜାଣି ପାରି ନଥିଲେ ଏବଂ ତାଙ୍କ ଉପରେ ଗଛ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ ।

ତେବେ ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ପାଞ୍ଚ ଘଣ୍ଟା କାଳ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଘଟଣାର ଉଚିତ ତଦନ୍ତ ଏବଂ ଉକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ରାସ୍ତା ଅବରୋଧ ଖବର ଶୁଣି ପୋଲିସ , ଭିଡ଼ିଓ ଏବଂ ବିଜେଡି ସଭାପତି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ବୁଝାମଣା ପରେ ଲୋକେ ରାସ୍ତା ଅବରୋଧ ଅଟକାଇବାକୁ ରାଜି ହୋଇଥିଲେ । ଏବଂ କିଛି ସମୟ ମଧ୍ୟରେ ରାସ୍ତା ଅବରୋଧ ହଟିଥିଲା ।

ଏହାବ୍ୟତୀତ ମୃତକଙ୍କ ପରିବାରକୁ କିଛି ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ରହିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଛନ୍ତି ଏବଂ ଏହି ଘଟଣା ଉପରେ ନିଜର ମତ ରଖିଛନ୍ତି । ତେବେ ଆଗକୁ ଯେମିତି ଏପରି ଘଟଣା ନଘଟୁ ସେଥିପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏପଟେ ଘରର ସଦସ୍ୟଙ୍କୁ ହରାଇ ସେହିପ ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *