ଘଟିଲା ଆଶ୍ଚର୍ଯ୍ୟକର ଘଟଣା, ଭରସା ଦେଇ ଘରେ ରଖିଲେ କିନ୍ତୁ ପରେ ବିକ୍ରି କରିଦେଲେ

ଆଜିକାର ଦୁନିଆଁରେ କାହାକୁ ମଧ୍ୟ ଭରସା ଆଉ ବିଶ୍ୱାସ କରିବା କଥା ନୁହେଁ । କାହିଁକି ନା ବର୍ତ୍ତମାନ ସମୟରେ ଏହାର ମୂଲ୍ୟ କିଛି ନାହିଁ । ଏସବୁ ଉପରୁ ସମସ୍ତଙ୍କର ବିଶ୍ୱାସ ଉଠିଗଲାଣି । କେଉଁଠି ପ୍ରେମିକ ନିଜ ପ୍ରେମିକାକୁ ଧୋକା ଦେଇ ଦେଉଛି ତ ଆଉ କେଉଁଠି ସ୍ୱାମୀ ନିଜ ସ୍ତ୍ରୀକୁ ପୁଣି ଆଉ କେଉଁଠି ସାଙ୍ଗ ସାଙ୍ଗ ମଧ୍ୟରେ ଏଭଳି ହେଉଛି । ତେଣୁ ଏହି ଦୁନିଆଁକୁ ସ୍ଵାର୍ଥପରତାର ଦୁନିଆଁ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ । କାହିଁକିନା ଏଭଳି ହିଁ ଏ ଦୁନିଆଁରେ ଘଟୁଅଛି । ତେବେ ପୁଣିଥରେ ଓଡ଼ିଶାର ଝାରସୁଗୁଡାରୁ ଏଭଳି ଘଟଣା ସାମ୍ନାକୁ ଆସିଅଛି । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

ସୂଚନା ଅନୁଯାୟୀ , ସମ୍ବଲପୁର ସାକ୍ଷୀପଡାର ଜଣେ ଯୁବତୀ ଝାରସୁଗୁଡାର କୃଷ୍ଣ କୁମାରଙ୍କୁ ବିବାହ କରିଥିଲେ । ଆଉ ବିବାହ ପରେ ସେମାନେ ଏକ ଭଡା ଘରେ ରହୁଥିଲେ । ଦୁହିଁଙ୍କ ମଧ୍ୟରେ ସବୁ ଠିକଠାକ ଚାଲିଥିଲା । କିନ୍ତୁ ହଠାତ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଆଉ ଦୁହିଁଙ୍କ ମଧ୍ୟରେ ମନ ମତାନ୍ତର ସୃଷ୍ଟି ହୋଇଥିଲା । ତାପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ତେଣୁ ମହିଳା ଜଣକ ଝାରସୁଗୁଡାର ପୂର୍ବ ପରିଚିତ କିରଣ ସେଠୀଙ୍କ ଘରେ ରହୁଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ସେଠାରେ ତାଙ୍କୁ ଚକ୍ରାନ୍ତ କରି ବାହାରେ ବିକ୍ରି କରି ଦିଆ ଯାଇଥିଲା ।

କିରଣ ସେଠୀଙ୍କ ସମେତ ଅନ୍ୟ ଦୁଇଜଣ ବ୍ୟକ୍ତି ହୃଷିକେଶ ଏବଂ ଦିନେଶ ତାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ସୁଦୂର ରାଜସ୍ଥାନରେ ବିକ୍ରି କରି ଦେଇଥିଲେ । ତେବେ ଆଉ ଏକ ଆଶ୍ଚର୍ଯ୍ୟର କଥା ଏହା ଯେ , ସେଠାରେ ଜୋର ଜବରଦସ୍ତ କରି ତାଙ୍କୁ ବିବାହ କରା ଯାଇଥିଲା । କିନ୍ତୁ ପରେ ମହିଳା ଚାଲାକି କରି ତାଙ୍କର ଜଣେ ସମ୍ପକୀୟ ବନ୍ଧୁଙ୍କୁ ଫୋନ କରି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ । ଅନ୍ୟପକ୍ଷରେ ମହିଳାଙ୍କର ସ୍ୱାମୀ କୃଷ କୁମାର ନିଜ ପତ୍ନୀଙ୍କୁ ଖୋଜାଖୋଜି କରି ଝାରସୁଗୁଡାର କିରଣ ସେଠୀଙ୍କ ଘରେ ପହଞ୍ଚିଥିଲେ । ହେଲେ ସେଠାରେ ପତ୍ନୀଙ୍କୁ ପାଇ ନଥିଲେ ।

ତେବେ ଏ ବାବଦରେ କୃଷ୍ଣ କୁମାର ଝାରସୁଗୁଡା ଟାଉନ ଥାନାରେ ଗତ ୭ ତାରିଖରେ ଏତଲା ଦେଇଥିଲେ । ଏହା ପରେ ପୋଲିସର ଗୋଟିଏ ଟିମ କିରଣ ସେଠୀ , ହୃଷିକେଶ ଏବଂ ଦିନେଶକୁ ଖୋଜାଖୋଜି କରିଥିଲା । ଆଉ ଶେଷରେ ସେମାନଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲା । ସେମାନଙ୍କୁ ଖୋଜି ସାରି ପୋଲିସ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା । ତେବେ ଆଉ ଏକ ଟିମ ରାଜସ୍ଥାନର ରମୁଚ ଜିଲ୍ଲାର ନିମପଡ଼ା ଗ୍ରାମରୁ ପିଡୀତାଙ୍କୁ ଉଦ୍ଧାର କରିଥିଲା । ଏହା ସହ ମହିଳାଙ୍କୁ ରାଜସ୍ଥାନରେ ବିବାହ କରିଥିବା ମନୋଜ ପ୍ରଜାପତି ଏବଂ ରଜନୀ ବାଇକୁ ଗିରଫ କରି ପୋଲିସ ଝାରସୁଗୁଡାକୁ ନେଇ ଆସିଛି ।

Leave a Reply

Your email address will not be published. Required fields are marked *