ଚାଇନାରେ କରୋନା ମାମଲା ବୃଦ୍ଧି ହେତୁ ଲାଗୁ ହୋଇଛି ଲକଡାଉନ, ସାଂଘାଇ ରାସ୍ତାରେ ଘୋଷଣା କରୁଛି ରୋବଟ୍:-

ଦୀର୍ଘ ଦିନ ଧରି ଦେଶରେ ଚାଲିଥିବା କରୋନା ମହାମାରୀର ଲଗାତାର ସକ୍ରିୟ ମାମଲା ହ୍ରାସ ପାଇବା ପରେ ଅଧିକାଂଶ ରାଜ୍ୟରେ କରୋନା କଟକଣା ସମାପ୍ତ ହୋଇଛି । ଯେଉଁଥିରେ ଦିଲ୍ଲୀରେ DDMA ବୈଠକରେ ମାସ୍କ ନ ପିନ୍ଧିବା ପାଇଁ କୌଣସି ଜୋରିମାନା ଲାଗୁ କରାଯିବ ନାହିଁ । ତେବେ ମହାରାଷ୍ଟ୍ରରେ ମଧ୍ଯ ମାସ୍କ ବ୍ୟତୀତ ଅନ୍ୟ ସମସ୍ତ କଟକଣା ହଟାଇ ଦିଆଯାଇଛି । ତେବେ ଏଥିମଧ୍ୟରେ କରୋନା ବୋ-ମା ବିସ୍ଫୋ-ରଣ ହେତୁ ଚାଇନାରେ ଲକଡାଉନ୍ ଭଳି ସମସ୍ୟା ଦେଖାଦେଇଛି ।

ବାସ୍ତବରେ ଚାଇନାରେ କରୋନାର ନୂଆ ମାମଲା ଦେଖାଯିବା ଯୋଗୁଁ ସେଠାରେ ଲକଡ଼ାଉନ୍ ହୋଇଛି ଏବଂ ଅନେକ କରୋନା କଟକଣା ଦେଖାଯାଉଛି, ଯାହା ଆଗାମୀ ସମୟରେ କରୋନାକୁ ନେଇ ଅନେକ ଚିନ୍ତା ବଢ଼ାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରୋବଟ ଚାରି ଗୋଡରେ ସାଂଘାଇ ରାସ୍ତାରେ ଚାଲୁଥିବା ଏବଂ ସେଠାକାର ବାସିନ୍ଦାଙ୍କୁ ଘୋଷଣା କରୁଥିବାର ଦେଖିବାକୁ ମିଳିଛି ।

ଚୀନରେ ଗତ କିଛି ସପ୍ତାହ ମଧ୍ୟରେ COVID-19 ମାମଲା ବୃଦ୍ଧି ପାଇଛି, ଯାହାକି 26 ନିୟୁତ ଜନସଂଖ୍ୟା ବିଶିଷ୍ଟ ସହର ସାଂଘାଇରେ ଦୁଇ ପର୍ଯ୍ୟାୟରେ ଲକଡ଼ାଉନ୍ ଯୋଜନା କରିଛି । ବଢ଼ୁଥିବା ମାମଲାକୁ ଆୟତ୍ତ କରିବା ପାଇଁ ରାଜପଥ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ବ୍ରିଜ,ଟନେଲ ଆଦି ବନ୍ଦ କରାଯାଇଛି । ଚୀନ୍ ଏହାର କଠୋର COVID ପ୍ରୋଟୋକଲ୍ ପାଇଁ ମଧ୍ୟ ଜଣାଶୁଣା, ଯେଉଁଥିରେ ଏକ ସହରର ବ୍ୟାପକ ଆଦର୍ଶ ଲକଡ଼ାଉନ୍ ମଧ୍ଯ ଅନ୍ତର୍ଭୁକ୍ତ ।

ବର୍ତ୍ତମାନ ଭାଇରାଲ୍ ହେଉଥିବା ଏହି କ୍ଲିପରେ ସାଂଘାଇ ରାସ୍ତାରେ ଏକ ରୋବଟକୁ ଚାରି ଗୋଡରେ ଚାଲି ଲଗାତାର ଘୋଷଣା କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଟ୍ୱିଟର ବ୍ୟବହାରକାରୀ ଏରିକ ଫିଗଲ-ଡିଙ୍ଗଙ୍କ ଦ୍ୱାରା ପୋଷ୍ଟ କରାଯାଇଛି । ଯାହାର କ୍ୟାପସନରେ ଲେଖାଯାଇଛି ଯେ ରୋବଟ୍ ରାସ୍ତାରେ ବୁଲୁଛି ଏବଂ ଲକଡାଉନ୍ ସମୟରେ ସାଂଘାଇରେ ସ୍ୱାସ୍ଥ୍ୟର ଘୋଷଣା ମଧ୍ଯ କରୁଛି ।

Leave a Reply

Your email address will not be published. Required fields are marked *