ଦୂତିଙ୍କ ପ୍ରେମରେ ଫାଟ, ମୋନାଲିସା ସହ ବିବାହ ବଦଳରେ ବ୍ରେକଅପ , ଦୁଃଖରେ ସେୟାର କଲେ ଏମିତି ସ୍ଟାଟସ…

ଏମିତି କୁହାଯାଏ ଯେ ଦୁନିଆରେ କୌଣସି ସମ୍ପର୍କବି ଚିରସ୍ଥାୟୀ ନୁହେଁ । ସମୟ ସହିତ ଲୋକେ ବଦଳି ଯାଇଥାନ୍ତି କିନ୍ତୁ ତାପୂର୍ବରୁ ଅନେକ ପ୍ରତିଶୃତି ରଖିଥାନ୍ତି ଯାହା ପୁରାପୁରି ମିଥ୍ୟା ହୋଇଯାଏ । ଆଜିକା ସମାଜରେ ସମ୍ପର୍କ ଗଢ଼ିବା ବଦଳରେ ଅଧିକ ଭାଙ୍ଗି ଯାଉଛି । ଏଥିରୁ ଦୌଡ଼ ରାଣୀ ଦୂତି ଚାନ୍ଦ ମଧ୍ୟ ବାଦ ପଡ଼ି ନାହାଁନ୍ତି । ସେ ଆଜି ଏମିତି ଏକ ଦୁଃଖ ମଧ୍ୟ ଦେଇ ଗତି କରୁଛନ୍ତି । ଯାହାଦ୍ୱାରା ସେ ପୁରାପୁରି ଭାଙ୍ଗି ପଡ଼ିଛନ୍ତି ।

ନିଜ ମନର ଦୁଃଖକୁ ପ୍ରକାଶ କରି ହ୍ଵାଟସ ଏପ ଷ୍ଟେଟସ ରେ ଲେଖିଛନ୍ତି ” ଜୀବନରେ କେହି ଚିରସ୍ଥାୟୀ ନୁହଁନ୍ତି । ଏଠି ସମୟ ସହ ଦିନେ ନା ଦିନେ ସବୁ ହଜି ଯାଆନ୍ତି । ଏମିତି ଏକ ଝିଅକୁ ଭଲପାଇ ବସିଲି ଯେ ତା ମନରେ ମୋ ପାଇଁ ଖାଲି ସନ୍ଦେହ ହିଁ ସନ୍ଦେହ । ଯିଏ ମୋତେ ପାଇଁ ଦୁନିଆର ସବୁ ସୁଖ ପାଇ ଯାଇଥିଲା ବୋଲି କହୁଥିଲା , ଆଜି କାଳେ ମୋତେ ଭଲପାଇ ବଡ଼ ଭୁଲଟେ କରିଛି ବୋଲି କହୁଛି । ” ତେବେ ଏମିତି ଏକ ଦୁଃଖଦ ଷ୍ଟେଟସ ସେୟାର କରିବା ପଛରେ କାରଣ ହେଉଛି ଦୂତି ଚାନ୍ଦଙ୍କ ପ୍ରେମ ଜୀବନରେ ଫାଟ ସୃଷ୍ଟି ହୋଇଛି ।

ଦୂତି ପ୍ରକାଶ କରିଛନ୍ତି ଯେ ଯାହା ସହିତ ତାଙ୍କ ବଳକା ଜୀବନ ଖୁସିରେ କଟିଯିବ ବୋଲି ଭାବୁଥିଲେ ସେ ହିଁ ତାଙ୍କୁ ଏମିତି କଷ୍ଟ ଦେଲା । ଆଉ ପୁଣି ଯାହା ପାଇଁ ସେ ଘର ଲୋକଙ୍କ ସହ ବି ଲଢ଼ି ଯାଇଥିଲେ ଆଜି ସେ ହିଁ ଦୂତିଙ୍କ ହାତ ଛାଡ଼ି ଦେଇଛି । ତେବେ ବର୍ତ୍ତମାନ ତାଙ୍କ ପ୍ରେମିକା କହୁଛନ୍ତି ଯେ ତାଙ୍କୁ ଭଲ ପାଇବା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା । ସମଲିଙ୍ଗି ଥିବାରୁ ସମାଜ ଏବଂ ପରିବାରର ବିରୋଧକୁ ଖାତିର ନକରି ସେ ନିଜର ଖୁସି ପାଇଁ ଏତେ ବଡ଼ ପଦକ୍ଷେପ ନେଇଥିଲେ କିନ୍ତୁ ପରିଣାମ ଏପରି ହେବ ଯେ ତାହା ସେ ଜାଣି ନଥିଲେ ।

ନିଜ ପ୍ରେମିକା ଉପରେ ଅତୁଟ ଭରସା ଥିଲେ ବି ସୁଦ୍ଧା ସେ ବଦଳି ଯାଇଥିବା କହିଛନ୍ତି । ଏମିତିକି ତାଙ୍କ ପ୍ରେମିକା ତାଙ୍କ ସହିତ ସବୁଦିନ ପାଇଁ ରହିବେ ବୋଲି କହିଥିଲେ । କିନ୍ତୁ ସବୁକିଛି ଶେଷ ହୋଇଗଲା । ତେବେ ଦୂତି ହେଉଛି ଦ୍ରୁତ ଯାହାଙ୍କୁ ଦେଶ ବିଦେଶରେ ସମସ୍ତେ ଜାଣିଛନ୍ତି । କିନ୍ତୁ ପ୍ରେମ ଜୀବନରେ ଏହି ଘଟଣା ତାଙ୍କୁ ଖୁବ କଷ୍ଟ ଦେଇଛି ।

Leave a Reply

Your email address will not be published. Required fields are marked *