ରୋଗଶଯ୍ୟାରେ ଜୀବନ କାଟୁଛି ୭ ବର୍ଷର ପୁଅ , ସେପଟେ ସ୍ତ୍ରୀ ଛୁଆକୁ ଛାଡି ବାପା ଆଉ କାହା ସାଙ୍ଗେ ଫେରାର

ଦୁଃଖ କେତେବେଳେ ଯେ ଆସିଯାଏ, ସେ କଥା ଆମେ କେହି ଜାଣି ପାରନ୍ତି ନାହିଁ । ଆଜି ସୁଖ ତ କାଲିକୁ ଦୁଃଖ ଆଉ ଏହା ହେଉଛି ବିଧିର ବିଧାନ । ଏହାକୁ କେହି ବଦଳାଇ ପାରିବେ ନାହିଁ । ଭଗବାନଙ୍କ ହାତରେ ସବୁକିଛି ଲେଖା । ସେ ତାଙ୍କ ଇଶାରାରେ ସବୁକିଛି ପରିଚାଳିତ କରିଥାନ୍ତି । ତେବେ ଦୁଃଖକୁ କେହି ରୋକି ପାରିବ ନାହିଁ । ଆଉ ଏଭଳି ଏକ ଦୁଃଖର ଖବର ବର୍ତ୍ତମାନ ଆପଣଙ୍କ ଆଖି ଛଳଛଳ କରିଦେବ।

ଭୁବନେଶ୍ବର ନିକଟ ଝାରପଡା କେଶୁରା ଅଞ୍ଚଳରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ରୋଗ ଶଯ୍ୟାରେ ୭ ବର୍ଷର ପୁଅ । ପୁଅ ସମ୍ପୂର୍ଣ୍ଣ ଭାବରେ ଦିବ୍ୟାଙ୍ଗ । ମାଆ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଗୋଟିଏ ପୁଅ ଆଉ ଗୋଟିଏ ଝିଅକୁ ନେଇ ଦିନ କାଟୁଛନ୍ତି ମାଆ ମଞ୍ଜୁଲତା ରଣା । ସେପଟେ ବାପା ଆଉ କାହା ସହିତ ଫେରାର । ସ୍ତ୍ରୀ କି ପିଲା ଛୁଆ ମାନଙ୍କର କଥା ଆଦୌ ନ ଭାବି ପର କରି ଦେଇ ଚାଲିଗଲେ ।

ଏପଟେ ମଞ୍ଜୁଲତା ଦିନ ମଜୁରିଆ ହୋଇ କାମ କରୁଛନ୍ତି । କାହା କାହା ଘରକୁ ଯାଇ ମଧ୍ୟ କାମ କରି ପିଲାମାନଙ୍କର ପେଟ ପୋଷୁଛନ୍ତି । ଅନ୍ୟପକ୍ଷରେ ୭ ବର୍ଷର ଦିବ୍ୟାଙ୍ଗ ପୁଅର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କାଟିଏ ନାହିଁ । ଖାଇବା ପାଇଁ ଦିନେ ପାଉଛନ୍ତି ତ ଆଉ ଦିନେ ପାଉ ନାହାଁନ୍ତି । ଖାଇବେ କଣ ସେ କଥା ଭାବୁଛନ୍ତି ଆଉ ପିଲାମାନଙ୍କୁ କଣ ଖାଇବାକୁ ଦେବେ ସେ କଥା ଭାବି ଚିନ୍ତା କରୁଛନ୍ତି ।

ପୁଅଟିଏ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବାରୁ ତାର ସବୁ ସେବା କରୁଛନ୍ତି । ଆଉ ମଧ୍ୟ ତାଙ୍କର କୌଣସି କାର୍ଡ ନାହିଁ କି ସରକାରଙ୍କ ଠାରୁ କୌଣସି ସାହାଯ୍ୟ ପାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ମଞ୍ଜୁଲତା । ଦୁଇ ପିଲାକୁ ନେଇ ଏ ଜୀବନ ଯୁଦ୍ଧରେ ଆଗକୁ ବଢ଼ି ଚାଲିଛନ୍ତି । ତଥାପି ସେ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *