ସାପ ଧରିବାକୁ ଯାଇଥିବା ସାପ ଧରାଳିକୁ କାମୁଡ଼ି ଦେଲା ସାପ । ତାପରେ ସେ କଲେ କିଛି ଏଭଳି କାମ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସାପ ଧରାଳି ମାନଙ୍କ ଠାରେ କିଛି ଏମିତି କୌଶଳ ଥାଏ ଯାହାକି ସେମାନେ ସାପକୁ ଧରିବାକୁ ସକ୍ଷମ ହୁଅନ୍ତି ଏବଂ କହିବାକୁ ଗଲେ ଅନେକ ସାପ ବଶ ମଧ୍ୟ ହୋଇ ଯାଆନ୍ତି ।ଯେତେ ବିଷଧର ସାପ ହୋଇଥାଉ ନା କାହିଁକି ସାପ ଧରାଳି ପାଖରେ ତାକୁ କାବୁ କରିବାର କୌଶଳ ରହିଥାଏ । କିନ୍ତୁ ସାପ ଧରିବା ସମୟରେ ଅନେକ ଅଘଟଣ ମଧ୍ୟ ଘଟିପାରେ ।

ଟିକିଏ ନଜର ହଟିଲେ ସାପ ଆକ୍ରମଣ ମଧ୍ୟ କରିପାରେ । ଆଉ ବିଷଧର ସାପ କାମୁଡ଼ିଲେ ଜୀବନ ବଞ୍ଚିବା ପ୍ରାୟତଃ ଅସମ୍ଭବ ଅଟେ । ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ସାପ ଧରାଳି ସାପ ଧରିବାକୁ ଯାଇ ସାପ କାମୁଡ଼ାର ଶିକାର ହୋଇଛନ୍ତି ।

ସାପ ଧରାଳି ଜଣକ ପ୍ରଥମତଃ ସାପ ଧରିବାକୁ ଗଲେ । ମାତ୍ର ସବୁଦିନ ସମସ୍ତଙ୍କର ସମାନ ଯାଏନି । ଆଉ ତାଙ୍କ ସହିତ ମଧ୍ୟ କିଛି ଏଭଳି ଘଟିଲା । ସବୁଦିନ ଭଳି ସାପ ଧରିବାକୁ ଚେଷ୍ଟା କରୁକରୁ କାଳ ତାଙ୍କ ବାଟ ଜଗିଥିଲା । ସାପଟି ତାଙ୍କୁ ଚୋଟ ମାରିଥିଲା । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସାପ କାମୁଡ଼ିବା ସତ୍ତ୍ୱେବି ସେ ନିଜ ବୃତ୍ତିକୁ ଛାଡ଼ି ନାହାଁନ୍ତି ଏବଂ ସାପକୁ ଧରିବାରେ ସକ୍ଷମ ହୋଇଛନ୍ତି । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ପିପିଲି ଅଞ୍ଚଳରେ ଘଟିଛି । ସତ୍ୟବାଦୀ ବଉଳପୁର ଅଞ୍ଚଳର ଗଙ୍ଗାଧର ଦାସ ଜଣେ ସାପ ଧରାଳି ଅଟନ୍ତି । ସାପ ଧରିବାର ସବୁ କୌଶଳ ତାଙ୍କୁ ଜଣା ।

ଯେଉଁ କାରଣରୁ ତାଙ୍କୁ ସବୁଠୁ ସାପ ଧରିବାକୁ ଡାକରା ମିଳିଥାଏ । ତେବେ ଗତକାଲି କିନ୍ତୁ ତାଙ୍କ ଭାଗ୍ୟ ବୋଧହୁଏ ଭଲ ନଥିଲା । ଗତକାଲି ସନ୍ଧ୍ୟା ୫ ରେ ସେ ପିପିଲି ଅଞ୍ଚଳକୁ ଏକ ନାଗ ସାପ ଧରିବାକୁ ଯାଇଥିଲେ । କିନ୍ତୁ ସେଠାରେ ଏକ ବଡ଼ ଅଘଟଣ ଘଟି ଯାଇଥିଲା । ସାପକୁ ଧରିବାକୁ ଉଦ୍ୟମ କରୁଥିବା ସମୟରେ ନାଗ ସାପଟି ତାଙ୍କୁ ଚୋଟ ମାରିଥିଲା । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସବୁଠାରୁ ବିଷଧର ସାପ କାମୁଡ଼ିବା ସତ୍ତ୍ୱେବି ଗଙ୍ଗାଧର ନିଜ କାମରୁ ବିଚ୍ୟୁତ ହୋଇ ନଥିଲେ ଏବଂ ନାଗ ସାପର ବେକକୁ ଧରି ଏକ ପ୍ଲାଷ୍ଟିକ ଜାର ଭିତରେ ପୁରେଇ ଦେଇଥିଲେ । ସନ୍ଧ୍ୟା ପ୍ରାୟ ୬ ରେ ଗଙ୍ଗାଧର ଗୁରୁତର ଭାବରେ ପିପିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ତଥାପି ସେ ସାପକୁ ଛାଡ଼ି ନଥିଲେ । ସେହି ଜାରକୁ ନିଜ ସହିତ ଡାକ୍ତରଖାନାକୁ ମଧ୍ୟ ନେଇ ଯାଇଥିଲେ । ସେଠାରେ ଡାକ୍ତର ଗଙ୍ଗାଧରଙ୍କୁ ସାପ କାମୁଡ଼ା ଇଂଜେକସନ ଦେଇଥିଲେ । କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ଗଙ୍ଗାଧରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *