ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆଇପିଏଲରେ କଲେ କମାଲ । ବଲ ବୁଝି ପାରୁ ନାହାଁନ୍ତି ବ୍ୟାଟ୍ସମ୍ୟାନ ।

ଲିଜେଣ୍ଡ କ୍ରିକେଟର ନାମରେ ପରିଚିତ ସଚିନ ତେନ୍ଦୁଲଙ୍କୁ ବା କିଏ ନଜାଣେ । ଏଭଳି କୁହାଯାଏ ଯେ ଦୁନିଆରେ ଦ୍ୱିତୀୟ ସଚିନ ଜନ୍ମ ନେବା ପ୍ରାୟ ଅସମ୍ଭବ ଅଟେ । ଅତି କମ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳି ବେଶ ପ୍ରଶଂସାର ପାତ୍ର ହୋଇଥିଲେ । ଆଉ ବର୍ତ୍ତମାନ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କମାଲ କରୁଛନ୍ତି । ପୁଣି ସ୍ଲୋ ବୋଲିଂରେ ମଧ୍ୟ ବ୍ୟାଟସମ୍ୟାନଙ୍କୁ ଚକମା ଦେଉଛନ୍ତି ଅର୍ଜୁନ । ବଲକୁ ବୁଝି ନପାରି ବଡ଼ ବଡ଼ ଖେଳାଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କହି ରଖିବୁ ଯେ ବର୍ତ୍ତମାନ ସମୟରେ ସାରା ଭାରତରେ ଆଇପିଏଲ କ୍ରେଜ ଦେଖିବାକୁ ମିଳିଛି ।

ଆଉ ଏଥିରେ ମଧ୍ୟ ଅର୍ଜୁନ ତେନ୍ଦୁଲ କର ନିଜର ଡେବ୍ୟୁ କରି କମାଲ ଦେଖାଇବା ଆରମ୍ଭ କରି ଦେଇଛନ୍ତି । ପ୍ରଥମ ମ୍ୟାଚରେ ହିଁ ତାଙ୍କର ପ୍ରଭାବ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ବାପା ସଚିନ ତେନ୍ଦୁଲକର ମଧ୍ୟ ପାଭିଲିୟନରେ ବସି କାନ୍ଦି ପକାଇ ଥିଲେ । ଆଉ ବର୍ତ୍ତମାନ ସମୟରେ ସୂଚନା ରହିଛି ଯେ ଅର୍ଜୁନ ତେନ୍ଦୁଲକର ନିଜ ବୋଲିଂର ଯାଦୁ ଦ୍ୱାରା ସନରାଇଜର୍ସ ହାଇଦ୍ରାବାଦର ଖେଳାଳିଙ୍କୁ ମଧ୍ୟ ନାକେଦମ କରିଛନ୍ତି । ବୋଲିଂରେ ତାଙ୍କର ରନ ବ୍ୟୟ ମଧ୍ୟ କମ ଥିଲା । ଆଉ ବର୍ତ୍ତମାନ ରଣଜିରୁ ସିଧା ଆଇପିଏଲ ଯାତ୍ରା ତାଙ୍କର ଉତ୍କୃଷ୍ଟ ନଜର ଆସୁଛି ।

କହି ରଖିବୁ ଯେ ଅର୍ଜୁନଙ୍କୁ ସୋସିଆଲ ମିଡ଼ିଆରେ ଅନେକ ୟୁଜର ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି । କିନ୍ତୁ ଏଥିରେ ଅର୍ଜୁନଙ୍କୁ ଫରକ ପଡୁଥିବା ସତ୍ତ୍ୱେବି ସେ ନିଜ ଦକ୍ଷତା ଦେଖାଇ ଚାଲିଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ପୁରା ଦେଶ ଖୁସିରେ ଅଛି । ଯଦି ଅର୍ଜୁନ ତାଙ୍କ ବାପା ସଚିନଙ୍କ ଭଳି ପ୍ରଦର୍ଶନ କରନ୍ତି ତେବେ ଭାରତୀୟ ଦଳ ଆଗାମୀ ବର୍ଷରେ ଆଉ ଏକ ସଚିନ ପାଇବ ବୋଲି ଆଶା କରିଛନ୍ତି । କାରଣ ବାମ ହାତୀ ବୋଲିଂ ଭାରତ ପାଇଁ ବେଶ ଜରୁରୀ ଅଟେ । କାରଣ ବାମ ହାତୀ ବୋଲର ମାନେ ଅଧିକାଂଶ ସମୟରେ ବ୍ୟାଟ୍ସମ୍ୟାନ ମାନଙ୍କୁ ଚକମା ଦେଇଥାନ୍ତି ।

ଅନ୍ତର୍ଜାତୀୟ ଭାରତୀୟ ଦଳ ବିଷୟରେ କହିବାକୁ ଗଲେ ସେଠାରେ ବାମହାତୀ ବୋଲରଙ୍କ ଅଭାବ ରହିଛି । ତେବେ ଅର୍ଜୁନ ଯଦି ଭଲ ଖେଳ ପ୍ରଦର୍ଶନ କରନ୍ତି ତେବେ ସେ ଭାରତୀୟ ଦଳ ପାଇଁ ଏକ ଅସ୍ତ୍ର ପାଲଟିବେ । କହିରଖିବୁ ଯେ ଅର୍ଜୁନ ତେନ୍ଦୁଲକର କେକେଆର ବିପକ୍ଷରେ ନିଜର ପ୍ରଥମ ଆଇପିଏଲ ଡେବ୍ୟୁ କରିଥିଲେ । ଯେଉଁଥିରେ ମାତ୍ର କେତୋଟି ମେଡନ ବୋଲିଂ କରିଥିଲେ । ଦୁଇ ଅଭରରେ ମାତ୍ର ୧୭ ରନ ବ୍ୟୟ କରିଥିଲେ । କିନ୍ତୁ ଏବେ ସୁଦ୍ଧା ତାଙ୍କୁ ଗୋଟିଏନି ବିକେଟ ମିଳି ପାରି ନାହିଁ ।

Leave a Reply

Your email address will not be published. Required fields are marked *