ସମସ୍ତଙ୍କ ସାମ୍ନାରେ ଚୋରି କରି ନେଲେ ମାଉସୀ , କିନ୍ତୁ କେହି ଜାଣି ପାରିଲେ ନାହିଁ…

ଆପଣ ଦୁନିଆଁରେ ଅନେକ ପ୍ରକାରର ଚୋରଙ୍କୁ ଦେଖିଥିବେ କିନ୍ତୁ ଏଭଳି ସ୍ମାର୍ଟ ଆଉ ଚାଲାକ ଚୋର କେବେ ଦେଖି ନଥିବେ । ଚୋରି କରିବା କୌଶଳ ଯଦି କିଏ ଶିଖିବେ , ତେବେ ଏହି ମାଉସୀଙ୍କ ଠାରୁ ନିଶ୍ଚିତ ଭାବରେ ଶିଖିବେ । କେତେ ଚତୁରତାର ସହ ସେ ଆଉ ଜଣେ ମାଉସୀଙ୍କର ବ୍ୟାଗରେ ଚୋରି କରିନେଲେ ଯେ ସେ ମାଉସୀ କଣ ପାଖରେ ଥିବା କେହି ବି ଜାଣି ପାରିନଥିଲେ । ଆଉ କେତେ ସୁନ୍ଦର ଆଉ ଆରାମରେ ସେ ସେଠାରୁ ବାହାରି ଚାଲି ଯାଇଥିଲେ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବିବେ କଣ ଏତେ ଚାଲାକ ଚୋର ବି ଥାଇ ପାରନ୍ତି । ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଯେ , କିପରି ଜଣେ ମାଉସୀ ଗୋଟିଏ ଦୋକାନକୁ ଜିନିଷ କିଣିବା ବାହାନା କରି ଯାଉଛନ୍ତି ଆଉ ଜିନିଷ କିଣି ମଧ୍ୟ ନେଉଛନ୍ତି । କିନ୍ତୁ ଏତିକି ସମୟ ମଧ୍ୟରେ ସେ ପାଖରେ ଥିବା ଆଉ ଜଣେ ମାଉସୀଙ୍କର ବ୍ୟାଗ ମଧ୍ୟରୁ ଫୋନ ଚୋରି କରି ନିଜ ବ୍ୟାଗ ଭିତରେ ରଖି ଦେଉଛନ୍ତି , ଏହି କଥା କେହି ବି ଜାଣି ପାରିନାହାଁନ୍ତି ।

ଜାଣିବା ତ ଦୂରର କଥା କେହି ସେହି ମାଉସୀଙ୍କର ଏହି କାରନାମା କରୁଥିବାର ଦେଖି ମଧ୍ୟ ପାରୁନାହାଁନ୍ତି । ତେବେ ସର୍ବପ୍ରଥମେ ମାଉସୀ ବହୁତ ଚାଲାକର ସହ ଏକ ଦୋକାନକୁ ଚୋରି କରିବାପାଇଁ ଆସିଥିଲେ । ଆଉ ତାପରେ ଦୋକାନରୁ ଜିନିଷ କିଣୁଥିବା ଜଣେ ମାଉସୀଙ୍କ ପାଖରେ ଛିଡା ହୋଇ ଯାଇଥିଲେ । ଏବଂ ଏହାପରେ ଦୋକାନୀଙ୍କୁ ଜିନିଷ ମାଗିଥିଲେ । ଦୋକାନୀ ତାଙ୍କୁ ଜିନିଷ ଦେବା ମଧ୍ୟରେ ସେ ସାଙ୍ଗେ ସାଙ୍ଗେ ପାଖରେ ଥିବା ମାଉସୀଙ୍କର ବ୍ୟାଗ ମଧ୍ୟରୁ ଫୋନଟିକୁ ବାହାର କରି ନିଜ ବ୍ୟାଗ ମଧ୍ୟରେ ରଖି ଦେଇଥିଲେ ।

ଆଉ ଏତିକି କାମ କରିସାରିବା ପରେ ସେ ଚୁପଚାପ ସେଠାରୁ ପଳାଇ ଯାଇଥିଲେ । ତେବେ ମାଉସୀଙ୍କର ଚୋରି କରିବା ଷ୍ଟାଇଲକୁ ମାନିବାକୁ ପଡିବ । ଏମିତି ଚୋରି କରିଲେ ଯେ ସେ କଥା କେହି ବି ଜାଣିପାରିଲେ ନାହିଁ । ଅନ୍ୟପକ୍ଷରେ ମାଉସୀ ଜାଣି ନଥିଲେ ଯେ ଚୋରି କରୁଥିବା ଦୋକାନରେ ସିସିଟିଭି ଲାଗିଛି ଆଉ ସେହି କ୍ୟାମେରାରେ ସବୁ କଏଦ ହେଉଛି । ତେବେ ସେ ଯାହା ବି ହେଉ ବର୍ତ୍ତମାନ ସମୟରେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଲୋକେ ଏଥିରେ ବିଭିନ୍ନ ପ୍ରକାରର କମେଣ୍ଟ କରିବାକୁ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *