ପ୍ରତିଭା ହେବ ତ ଏମିତି । ସମସ୍ତ ଫିମେଲ ଗାୟିକାଙ୍କ ସ୍ୱରରେ ଗାଉଛନ୍ତି ଗୀତ , ଭିଡ଼ିଓ ଭାଇରଲ :-

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଦ୍ୱାରା ଲାଭ ଏହା ହେଉଛି ଯେ ଲୋକେ ନିଜର ପ୍ରତିଭାକୁ ସାରା ଦୁନିଆରେ ପରିଚିତ କରାଇ ପାରୁଛନ୍ତି । ସୋସିଆଲ ମିଡ଼ିଆକୁ ଆଧାର କରି ଲୋକେ ପ୍ରସିଦ୍ଧ ମଧ୍ୟ ହେଉଛନ୍ତି । ପୁଣି ଏହି ସୋସିଆଲ ମିଡିଆ କାରଣରୁ କୌଣସିବି ଘଟଣା ସମ୍ବନ୍ଧରେ ଖୁବଶୀଘ୍ର ଜାଣି ହେଉଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସୋସିଆଲ ମିଡିଆରେ ପ୍ରତିଭା ପ୍ରଦର୍ଶନ କରୁଥିବା ଜଣେ ଯୁବକଙ୍କ ସମ୍ବନ୍ଧରେ କହିବୁ ଯିଏକି ସବୁ ବଲିଉଡ ଗାୟିକାଙ୍କ ସ୍ୱରରେ ଗୀତ ଗାଇ ପାରୁଛନ୍ତି ।

ତେବେ ଏହି ବ୍ୟକ୍ତିଙ୍କ ପ୍ରତିଭା ଜାଣି ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି କାରଣ ଜଣେ ବ୍ୟକ୍ତି ଏକାଧିକ ସ୍ୱରରେ ଗୀତ ଗାଇବା ସହଜ ନୁହେଁ । ତେବେ ଚାଲନ୍ତୁ ଏହି ଖବର ବିଷୟରେ ସମ୍ପୂର୍ଣ୍ଣ ବିଷୟରେ ଜାଣିନେବା ।

ତେବେ ଏହି ଭାଇରଲ ଭିଡିଓରେ ଆପଣ ମାନେ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେ ଜଣେ ଛୋଟ ଦୋକାନର ଦୋକାନୀ ନିଜର ପ୍ରତିଭା କିପରି ପ୍ରଦର୍ଶନ କରୁଛନ୍ତି । ନିଜ ସ୍ୱରର ପ୍ରତିଭା ସେ ଗାୟିକା ଅଲ୍କାଙ୍କ ସ୍ୱରର ନକଲ ଠାରୁ ଆରମ୍ଭ କରିଛନ୍ତି । ସେ ଅଲ୍କାଙ୍କ ସ୍ୱରକୁ ଏତେ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ଯେ ଆପଣ ଶୁଣିଲେ ଦ୍ଵନ୍ଦରେ ପଡ଼ିଯିବେ ଯେ ଏହା କିପରି ସମ୍ଭବ ।

ଏହା ପରେ ପରେ ବ୍ୟକ୍ତି ଜଣକ ଶ୍ରେୟା ଘୋଷାଲ ଏବଂ ଲତା ମଙ୍ଗେସକରଙ୍କ ସ୍ୱରରେ ଗୀତ ଗାଇଛନ୍ତି ଯାହାକି ଅତ୍ୟନ୍ତ ରୋମାଞ୍ଚକର ପ୍ରମାଣିତ ହୋଇଛି । ସେ ଅବିକଳ ଲତାଙ୍କ ଭଳି ଏପରି ଗୀତ ଗାଇଛନ୍ତି ଯାହା ଶୁଣିଲେ ଆପଣ ଭାବିବେ ଯେ ବାସ୍ତବରେ ହୁଏତ ଲତା ମଙ୍ଗେସକର ଗୀତ ଗାଉଛନ୍ତି । ଏହା ବ୍ୟତୀତ ସେ କରିଷ୍ମା କପୁରଙ୍କ ସ୍ୱରରେ କିଛି ଡାଇଲୋଗ ମଧ୍ୟ କହୁଥିବାର ଦେଖାଯାଇଛି ।

ତେବେ ଆପଣ ମାନେ ଚିନ୍ତା କରନ୍ତୁ ଯେ ଜଣେ ପୁରୁଷ କିପରି ଭାବରେ ଏକାଧିକ ମହିଳାଙ୍କ ସ୍ୱରକୁ ଏତେ ସୁନ୍ଦର ଭାବରେ ଉପସ୍ଥାପନ କରୁଛନ୍ତି । ଯାହାବି ହେଉ ଏହି ଭିଡ଼ିଓ ଭାଇରଲ ହେବା ପରେ ଲୋକେ ସେହି ବ୍ୟକ୍ତିଙ୍କର ଖୁବ ପ୍ରଶଂସା କରିଛନ୍ତି ଏବଂ ଏପରି ପ୍ରତିଭା ଖୁବ କମ ଦେଖିବାକୁ ମିଳୁଥିବା କହିଛନ୍ତି । କିନ୍ତୁ ଏପରି ପ୍ରତିଭାବାନ ଲୋକଙ୍କୁ ବର୍ତ୍ତମାନ ଦୁନିଆରେ ନିଜକୁ ପ୍ରମାଣିତ କରିବା ପାଇଁ ଅର୍ଥ ନାହିଁ ।

Leave a Reply

Your email address will not be published. Required fields are marked *