ଜେଲ ଭିତରେ ଆତ୍ମାର ଭୟ:- ଭୟରେ ଥରୁଛି ଖୁଉଁକାର ଅପ-ରାଧୀ ଶିବ, ଜେଲରେ ଶୁଣୁଛି ପୁତୁରା ଝିଆରୀଙ୍କ ଚିତ୍କାର…

ଦୁନିଆରେ ଅନେକ ଅଜବ ପ୍ରକାର ଘଟଣା ଘଟିଥାଏ। ବିଶେଷ କରି ଭୂତ ପ୍ରେତଙ୍କ ଘଟଣା ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପଲଟିଥାଏ। ଅନେକ ସମୟରେ ଭୂତ ସହ ଜଡିତ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମଧ୍ୟ ମିଳିଥାଏ। ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅଭିଯୁକ୍ତ ଶିବ ହ-ତ୍ୟା କରିଥିବା ପୁତୁରା ଝିଆରୀ ଜେଲ ଭିତରେ ଶୁଆଇ ଦେଉନଥିବା ଜଣା ପଡ଼ିଛି। ତେବେ ଏହି ଘଟଣା ବର୍ତ୍ତମାନ ଜେଲରେ ଆ-ତଙ୍କ ସୃଷ୍ଟି କରିଛି। ଅନ୍ୟ କଏଦୀ ମାନେ ମଧ୍ୟ ଭୟବିତ ହୋଇ ପଡିଛନ୍ତି।

ତେବେ ଆପଣ ଅପ-ରାଧୀ ଶିବଙ୍କ ବିଷୟରେ ଭଲ ଭାବରେ ଜାଣିଥିବେ। ଯିଏକି ସମ୍ପତ୍ତି ପାଇଁ ନିଜ ଭାଇ ଭାଉଜ ସମେତ କୁନି କୁନି ଝିଆରୀ ଓ ପୁତୁରାକୁ ନିର୍ମମ ଭାବେ ହ-ତ୍ୟା କରିଥିଲା। ତେବେ ସେମାନଙ୍କୁ ହ-ତ୍ୟା କରିବା ପରେ ସେ ନିଜେ ଯାଇ ପୋଲିସ ପାଖରେ ଆତ୍ମ-ସମର୍ପଣ କରିଥିଲା। ତେବେ ଏହି ହ-ତ୍ୟା-କାଣ୍ଡ ସାରା ଓଡ଼ିଶାରେ ହଲଚଲ ସୃଷ୍ଟି କରିଦେଇଥିଲା।

ପୋଲିସ ଶିବ ଠାରୁ ସମସ୍ତ ସତ ଓଗାଳିବା ପାଇଁ କୋର୍ଟ ଠାରୁ ରିମାଣ୍ଡ ରେ ନେବା ପାଇଁ ଅନୁମତି ମଧ୍ୟ ପାଇଥିଲା। ତେବେ ପୋଲିସର ରିମାଣ୍ଡ ସମୟରେ ଶିବ ସତ ଓଗାଳି ଥିଲା। କେବଳ ସେତିକି ନୁହେଁ ଯେଉଁ ସ୍ଥାନରେ ଘଟଣା ଘଟେଇ ଥିଲା ସେଠାରେ ସିନ୍ ରିକ୍ରିଏସନ କରିଥିଲା। ତେବେ ପାରିବାରିକ ବିବାଦକୁ ନେଇ ଶିବ ୫ ପରିବାର ଲୋକଙ୍କୁ ହତ୍ୟା କରିଥିଲା। ସେ ଏକାକୀ ହ-ତ୍ୟା କରିଛି ବୋଲି ନିଜ ମୁଁହରେ ସିକ୍ବାର କରିଥିଲା।

ଶିବ ପ୍ରଥମେ ନିଜ ଭାଉଜ ଅବା ବଡ଼ ଭାଇ ଅଲେଖଙ୍କ ପତ୍ନୀଙ୍କୁ ହ-ତ୍ୟା କରିଥିଲା। ଏହାପରେ ରକ୍ତ ଜୁଡୁବୁଡୁ କଟୁରିରେ ସେ ନିଜ ଭାଇକୁ ହ-ତ୍ୟା କଲା। ତେବେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୁତୁରା ଓ ଝିଆରୀକୁ ଛାଡି ନଥିଲା ରାକ୍ଷସ। ସେମାନଙ୍କୁ ମଧ୍ୟ ଗୋଡେଇ ଗୋଡେଇ ହାଣି ହ-ତ୍ୟା କରିଥିଲା। ଦୁଇ ପିଲା କୌଣସି ଦୋଷ କରି ନଥିଲେ ମଧ୍ୟ ମଣିଷ ରୂପରେ ରାକ୍ଷସ ଶିବ ପୁତୁରା ଓ ଝିଆରୀ ପ୍ରତି ଦୟା ଆସି ନଥିଲା ଏବଂ ଅତି ନିର୍ମମ ଭାବେ ହ-ତ୍ୟା କରିଥିଲା।

ଶିବ ବର୍ତ୍ତମାନ ଜେଲ ଭିତରେ ରହୁଛି। ଜେଲରେ ରହି ଶିବ ଯେଉଁ ଖବର ଦେଇଛି ତାହା ସମସ୍ତଙ୍କୁ ଚକିତ କରେଇ ଦେଇଛି। ଶିବ କହିବାନୁଯାୟୀ, ରାତି ହେଲେ ସେ ହ-ତ୍ୟା କରିଥିବା ପୁତୁରା ଏବଂ ଝିଆରୀ ର କାନ୍ଦିବା ସ୍ୱର ଶୁଣିବାକୁ ପାଉଛି। ସେ ରାତିରେ ଶୋଇ ପାରୁ ନାହିଁ। ଶିବ ସମ୍ପୂର୍ଣ୍ଣ ଭିନ୍ନ ସେଲ ଭିତରେ ରହୁଛି। ଯେଉଁଠିକୁ ଅନ୍ୟ କଏଦୀ ମାନଙ୍କୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି। ଅନେକ କହୁଛନ୍ତି ଶିବ ଖସି ଯିବା ପାଇଁ ଏହା ଏକ ଯୋଜନା ହୋଇଥିବ।

Leave a Reply

Your email address will not be published. Required fields are marked *